ରାଧାପାଦ ଦର୍ଶନ
ତୁମରି ଚରଣେ ରହୁ ମୋ ନୟନ
ତୁମଠାରେ ମୋର ଭକ୍ତି
ତୁମରି ସେନେହ ଆଦର ସୋହାଗ
ରହୁ ମୋର ଅନୁରକ୍ତି
ଏ ଛନ୍ଦା ଚରଣ ଦେବଙ୍କ ମନନ
ଘୁଙ୍ଗୁରର ରୁଣୁଝୁଣୁ
ପାଦ ଶବ୍ଦ ଶୁଣି ମୁରଲିଧରଙ୍କ
ବାଜିଉଠିଥାଏ ବେଣୁ
ବରଷ ଯାକରେ ଭକ୍ତଙ୍କ ଆକୁଳ
ତୁମ କାନେ ପଡେ ନାହିଁ
ତୁମ କାନ ଶୁଣୁଥାଏ ଵଂଶୀସ୍ବନ
ମନ ଆଉ ଥାଏ କାହିଁ
ଚାତକ ପରିକା ଚାହିଁ ରହିଥାଏ
ଅନାବିଳ ପ୍ରେମ କରି
ଲକ୍ଷ୍ମୀ ସାଆନ୍ତାଣୀ ପୂଜି ଯାଉଥାଏ
ଅଁଳାକୁ ଶିବଵଷ୍ଣୁ ଵରି
ପାଦପଦ୍ମରେ ତୋ ଅବତାର ଧାରଣ
ତା ସାଥେ ପିନ୍ଧୁ ବାଜେଣି
ଚାହିଁ ରହିଥାନ୍ତି ସ୍ବର୍ଗ ମର୍ତ୍ତ ପାତାଳ
ଶୁଭନ୍ତା କି ଵଂଶୀ ଧ୍ଵନି
ମହାକାର୍ତ୍ତିକର ନବମୀ ଶୁକ୍ଳ ପକ୍ଷ
ତୁମ ପାଦର ଦର୍ଶନ ଯେ କରେ
ଅହିନର୍କ ପାପ ହୋଇଥାଏ ପୁଣ୍ୟ
ଥରେ ଯେ ଦର୍ଶନ ସାରେ
ଅମୃତର ମନ ଅମୃତର ତନ
ଅମୃତର ଫଳ ତୋର
ମାଆ ଜଗଦ୍ଧାତ୍ରୀ ସାହା ତୁହି ଆମ
ତୋ ପାଦେ କୋଟି ଜୁହାର ।
କଳ୍ପନା ରାୟ, ଲଇଡା,
ସମ୍ବଲପୁର