ଅମଳ ସମୟ ପରୀକ୍ଷା
ଛାତ୍ର ଛାତ୍ରୀଙ୍କର ପାଠର ଅମଳ
ସମୟ ଆଗତ ପ୍ରାୟ ,
କିଏ କେତେ ଜ୍ଞାନ କରିଛି ଅର୍ଜନ
ହୋଇବ ତା’ର ନିର୍ଣ୍ଣୟ ।
ଆସୁଛି ପରୀକ୍ଷା ହେବ ନିର୍ଦ୍ଧାରଣ
କେତେ କା’ର ପାଠ ଚାଷ ,
ପାଠରେ କାହାର କେତେ ଥିଲା ଧ୍ୟାନ
ଚଳିତ ଶିକ୍ଷା ବରଷ ?
ଗୁରୁଜୀ ସଭିଙ୍କୁ ସମାନ ଭାବରେ
କରିଛନ୍ତି ଶିକ୍ଷା ଦାନ ,
ହୋଇବ ପରୀକ୍ଷା ମନ ଦେଇ କିଏ
କରିଅଛି ଆହରଣ ?
ସମୟ କାହାର ନୁହଁଇ ଆୟତ୍ତ
ଚାଲିଥାଏ ନିଜ ପଥେ ,
କିନ୍ତୁ ସମୟକୁ କାର୍ଯ୍ୟେ ଲଗାଇବା
ଅଛି ମାତ୍ର ଆମ ହାତେ ।
ତାକୁ କାର୍ଯ୍ୟକାରୀ ଠିକ୍ ଭାବେ କର
ସୁଚିନ୍ତିତ ହୃଦୟରେ ,
କର୍ମ ଜାଣି ଫଳ ଦେବେଟି ଈଶ୍ଵର
ଅଧିକ ଆଶା ବୃଥାରେ ।
ଶବ୍ଦ ବିନ୍ଧାଣି କୁଞ୍ଜବିହାରୀ ଦଳାଇ
ସିଂଲା
ବାଲେଶ୍ଵର