କ୍ଷଣକର ସ୍ମୃତି
ଚଇତାଳି ବହେ ମଧୁମାଳତୀର କୁଞ୍ଜରେ ସଞ୍ଜରେ ସଞ୍ଜରେ,,
ନଦୀର ଜଳରେ ମନ ଛୁଇଁଯାଏ ମହୁଲି ନହୁଲି ବେଳାରେ l
ତୁମକୁ ଖୋଜୁଛି ହଜିଲା ଦିନର ସ୍ମୃତିରେ ରାତିରେ ଜହ୍ନରେ,
ତୁମ ବିନେ ସାଥି ସବୁ ଅମାରlତି ଇଚ୍ଛା ବlଧ୍ୟେ ବୁଲେ ଶୂନ୍ୟରେ ll
ଆଷାଢ଼ ଆଗମେ ମଉସୁମୀ ଆସେ ତୁମରି ବାରତା ସାଥିରେ,
ସେ’ଆଷାଢ଼େ କେତେ ଭିଜି ରଚିଥିଲେ ଭିଜା ମାଟିରସେ ଗନ୍ଧରେ ll
ଭାସି ଯାଉଥିଲା ଆମ ପ୍ରେମ ଗିତୀ ଦୂର ମେଘ ସାଥେ ଗଗନେ,
ଦିନ ଶେଷେ ଆମେ ଫେରୁଥିଲେ କେବେ ବାଲିଗଢ଼ା ସ୍ୱପ୍ନ ସଦନେ ll
ଆଜି ଏବେଳା ରେ ସିକ୍ତ ମରୁଦ୍ୟାନେ ଲୁହ ଆଞ୍ଜୁଳୀରେ ଭିଜାଇ,
ଗଲା ପାଦଚିହ୍ନ କରେ ଦରଶନ ମତେ ଯାଯାବର ସଜେଇ ll
ଶରତର ଚlନ୍ଦ ଆକାଶେ ସେମିତି ଆଜିବି କଇଁକି ଝୁରଇ,
ଆଜ୍ଞାତ ବଂଶୀର ମିଳନ ବିଧୁର ସ୍ୱରର ଝଙ୍କାର ଛୁଟଇ ll
ବାସନ୍ତୀ ସଞ୍ଜଟା କରେ ଦହଗଞ୍ଜ ମଧୁର ମଳୟ… ଗ୍ରୀଷମ,
ହେନା, ମଲ୍ଲୀ,ଆଉ କେତକୀ ମହକ ତୁମ ଦେହ ବାସ ଭରମ ll
ଖୋଜି ବୁଲଇ ମୁଁ ଜହ୍ନର ଜ୍ୟୋତ୍ସ୍ନାରେ ମଲା ନଈ ପଠା ବାଲିରେ,
ଦେଖା ପାଏନାହିଁ ପଥଭ୍ରାନ୍ତ ହୋଇ କ୍ଲାନ୍ତି ଲାଘବେ ମୋ ଛାଇରେ ll
ଦୂର ଦିଗବଳୟ ହାତ ଠାରି ଡାକେ ତାଳ ବଣ ଆର ପାରିକୁ,,
ଶୁଭ୍ର ମେଘ ଖଣ୍ଡେ କାହୁଁ ଅପ୍ରତ୍ୟାଶେ ଖେଦରେ ଲୁଚାଏ ସ୍ମୃତିକୁ ll
ଇଚ୍ଛା ପ୍ରହର ର ଶେଷ କରକା ରେ ଭିଜାଏ ନିଜର ଗ୍ଲାନିକୁ ,
ଦୂରେ କେତେ ଦୂରେ କୋହ ବଂଶୀ ସ୍ୱନେ ଶୁଣେ ତଵ କଣ୍ଠ ସ୍ବରକୁ ll
ପାହିଆସେ ନିଶି ନୂଆ ସକାଳଟା ଅଟହlସ୍ୟ ପକ୍ଷୀ ସ୍ୱରରେ,,
କ୍ଲାନ୍ତ ମନ ଭାର ନିଜ କାନ୍ଧେ ବହି ତୁମ ଛବି ଦେଖେ ଦୂରରେ ll
ଶରତ ଚନ୍ଦ୍ର ପଣ୍ଡା, ଯାଜପୁର