“ନାରୀ”
ଶତ ପରିଚୟେ ପରିଚିତ ହୁଏ
ଏ ଧରା ପୃଷ୍ଠରେ ଆସି
ଦୁଇକୁଳ ହିତା ସାଜି ସେ ଦୁହିତା
ଦୁଃଖ,କଷ୍ଟ ଦିଏ ନାଶି ।
ସୃଷ୍ଟିର ଆଧାର ଅଟେ ଜଗତର
ତା’ ବିନୁ ନାହିଁ ସୃଜନୀ
ସର୍ବସଂହା ସିଏ ବୀର ପ୍ରସବିନୀ
ସେ ଯେ ଅମୃତ ଦାୟିନୀ ।
ଭଗିନୀଟେ ସାଜି ଭାଇର ହାତରେ
ବାନ୍ଧିଥାଏ ରକ୍ଷାସୂତ
ମଙ୍ଗଳ ମନାସୀ ବ୍ରତ କରେ ପୁଣି
ବଢୁ ଧନ,ଆୟୁ,ଯଶ ।
ସାଜି ଅର୍ଦ୍ଧାଙ୍ଗିନୀ ମନ ନିଏ ଜିଣି
ମାନେ ପତିଙ୍କୁ ଦେବତା
ଦୁଃଖେ, ସୁଖେ ସିଏ ସାଥିଟିଏ ହୋଇ
ଲାଘବେ ସ୍ୱାମୀର ବ୍ୟଥା
ଗୃହଲକ୍ଷ୍ମୀ ସାଜି ଚଳାଏ ଭଣ୍ଡାର
ସାଜେ ପୁଣି ଅନ୍ନପୂଣ୍ଣା
ତା’ହାତ ପରଷ ମନ ହୁଏ ତୋଷ
ମନେ ନ ଥାଏ ଛଳନା ।
ନାରୀ ହୋଇଛି ଆଜି ଉଚ୍ଚ ଶିକ୍ଷିତା
ନର ସାଥେ ହୋଇ ସମ
ଶିକ୍ଷିତା ହେଲେହେଁ ନିଇତି ଧର୍ଷିତା
ଧର୍ଷେ ନର ରୂପି ଶ୍ୱାନ ।
ଲୋଲୁପ ଦୃଷ୍ଟିର ହଉଛି ଶିକାର
ଏକାକୀ ନ ପାରେ ଯାଇ
ଦିନ ଦ୍ୱି’ପହରେ ପଡେ ହାବୁଡ଼ରେ
ରାକ୍ଷସ ଶିକାର ହୋଇ ।
ଲୋଡୁଛି ଆଜି ସେ ସୁରକ୍ଷା କବଚ
ପିତା,ଭ୍ରାତା, ବନ୍ଧୁ ରୂପେ
ବିଷମୟ ସମାଜେ ଲାଞ୍ଛିତ ହୋଇ
ଜୀବନ କାଟେ ସନ୍ତାପେ ।
ନ୍ୟାୟର ନୟନେ ପଡ଼ିଅଛି ପଟି
ନ ଦିଶେ ଆଖିକୁ ତା’ର
ବେବିନା,ମାମିନା କୁନ୍ଦୁଲିର ସ୍ୱର
ନ ହୁଏ କର୍ଣ୍ଣ ଗୋଚର ।
ଆସହେ ନାରୀଏ ହୋଇବା ଜାଗ୍ରତ
ହାତ ସାଥେ ମେଳି ହାତ
କରି ଆତ୍ମରକ୍ଷା ଯୋଗାଇ ସୁରକ୍ଷା
ସ୍ୱାଧିନେ ଗଡାଇ ରଥ ।
ଝରଣା ତନ୍ତୀ,
ସଉନାମରା, ସୁନ୍ଦରଗଡ଼ ।