ଜାତୀୟତା
ଜାତୀୟତା ଆମ ଜାତିର ସର୍ବସ୍ବ
ଜାତୀଯତା ଆମ ଜୀବନ ଧନ
ଜାତି ଲାଗି ଜାତୀୟତା ପରିଚୟ
କରିଥାଏ ସଦା ଖ୍ୟାତି ସଂପନ୍ନ।
ଜାତି କର୍ଣ୍ଣଧାର ସାଜିଛନ୍ତି କେତେ
ନାନାଦି ପ୍ରକାରେ କଷଣ ସହି
ସେହି ଜାତୀୟତା ଅତୀତର ଗାଥା
ଦେଉ ଅଛି ସ୍ଵର୍ଣ୍ଣାକ୍ଷରେ ସୂଚାଇ।
ଜାତି ପାଇଁ ସିନା ମଧୁ, ଗୋପବନ୍ଧୁ
ଗୋଦାବରୀଶ ଙ୍କ ଅଭୁଲା ଗୀତି
ସାହିତ୍ୟ ପୃଷ୍ଠାରେ ଅମ୍ଳାନ ଅକ୍ଷର
ଜାଗରିତ କରେ ଜାତୀୟ ପ୍ରୀତି।
ସ୍ତ୍ରରାଜ୍ୟ ପଥରେ ଅଛି ଅବଦାନ
ଯାହା ଲାଗି ଆଜି ଏ ଜାତି ଝୁରେ
ମର୍ମେ ମର୍ମେ ପ୍ରତିଧ୍ବନିତା ର ଗାଥା
କୋଟି ପ୍ରାଣ ବିନ୍ଦୁ ରକତ ଧାରେ।
ଜାତୀୟତା ଆଣେ ନିଃସ୍ଵାର୍ଥପର ତା
ଜାଗରଣ ବାଣୀ ଦିଏ ଶୁଣାଇ
ଜାତୀୟତା ବହ୍ନି ଜାଳି ଦେବା ଆସ!
ନିଜର ସ୍ଵାର୍ଥକୁ ଆହୂତି ଦେଇ।
ଆମେ ଉତ୍କଳୀୟ ଆମ ଚେତନାର
ମାର୍ମିକ କବିତା ରଚିବା ଆସ!
ଅଖଣ୍ଡ ଦୀପ ରେ ଜାତୀୟ ମମତା
ଜଳାଇ କରିବା ଅନ୍ଧାର ନାଶ।
ଆମ ସଂଗଠନ ଜନ ଜାଗରଣ
ହୋଇ ମୂଳାଧାର ଲଭୁ ସୁଖ୍ୟାତି
ବିଶ୍ବ ଦରବାରେ ଆମ ପରିଚୟ
ଆମେ ପରା ସର୍ବେ ଓଡ଼ିଆ ଜାତି।
ନଳିନୀ ପ୍ରଭା ମିଶ୍ର
ମୁକୁନ୍ଦ ପୁର, ଆସ୍କା, ଗଞ୍ଜାମ
ମୋ-୯୭୭୭୮୮୭୯୪୨