ଓଁଶ୍ରୀ
*ବୁଝିଗଲେଣି ସମସ୍ତେ*
(ବ୍ୟଙ୍ଗ କବିତା)
—————————–
ଧନ୍ୟ ହେ ସର୍କାର ତୁମର ବିଚାର
ଛାତ୍ର ଛାତ୍ରୀଙ୍କର ପାଇଁ
କେତେଯେ ଦରଦୀ ଧନ୍ୟ ତୁମ ବୁଦ୍ଧି
ଜ୍ଞାନର ବିକାଶ ପାଇଁ।
ସତୁରୀ କୋଟିକୁ ଦେଇ,
ଦକ୍ଷିଣ ଦିଗରୁ ଆଣିବ କମ୍ପାନୀ
ମୁଣ୍ଡରେ ଦେବେ ପୁରାଇ।।
ତୃତୀୟ ଶ୍ରେଣୀରୁ ଦ୍ବାଦଶ ଶ୍ରେଣୀର
ପିଲାଙ୍କ ପରୀକ୍ଷା ପରେ,
ପୂରୁବ ପାଠର ଆଲୋଚନା କରି
ପକେଟ ଫୁଲାଇ ବାରେ।
ବ୍ରିଜ କରିଲ ନିର୍ମାଣ,
ସେ ବ୍ରିଜରେ ଯାଇ ଜ୍ଞାନ ବଢ଼ାଇବେ
ଖୁସି ହେବ ମନ୍ତ୍ରୀ ମନ।।
ଗ୍ରୀଷ୍ମ ଅବକାଶ କରିଦେଲ ଶେଷ
ସତେକି ବଦ୍ଧ ପାଗଳ,
ଏପ୍ରିଲ ମାସର ଖରାର ତାତିରେ
ଧରା ହୁଏ ଟଳ ମଳ।
ମଇ ଜୁନରେ ପ୍ରବଳ,
ଉତ୍ତପ୍ତ ସମୀର ପ୍ରକୋପ ତାହାର
ଦେଖାଏ ସେ ବେଳୁ ବେଳ।।
ପୌର ପଞ୍ଚାୟତ ବାକି କି ସୁଝିବ
କିବା ଭବିଷ୍ୟତ ପାଇଁ,
ଦେଖି ମଉକାକୁ ଟେକୁଛ ଛକାକୁ
ଓଡ଼ିଆଟା ବୁଝେନାହିଁ।
ଦକ୍ଷିଣା ନିମନ୍ତେ ସତେ,
ଦକ୍ଷିଣି ଯୋଜନା ଗଢ଼ୁଛ ରାଇଜେ
ବୁଝି ଗଲେଣି ସମସ୍ତେ।।
*************
ଭାସ୍କର ରାଉତ,ଦେବମାୟା ଭବନ
ଶେରଗଡ଼, ଗଞ୍ଜାମ
୯୭୭୬୪୮୬୬୨୮