May 03, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

*ଗଛ ପ୍ରତି କୁନାର ପ୍ରେମ — ରିନା ପରିଡା*

ଗଛ ପ୍ରତି କୁନାର ପ୍ରେମ…

           

 

କୁନା ଗଛ ଲଗାଇବାକୁ ବହୁତ ଭଲପାଏ |କେବଳ ଗଛ ଲଗାଇ ତାର ଯତ୍ନ ନ ନେଲେ ଗଛ କେବେ ବଢିପାରେନା ବୋଲି ସେ କହେ | ତେଣୁ ପ୍ରତିଦିନ ସେ ଗଛ ର ଯତ୍ନ ନିଏ | ଆବଶ୍ୟକ ପରିମାଣ ର ଖତ ସାର ଦେଇ ଗଛ କୁ ବଢା଼ଉ ଥାଏ | କୁନା ର ବାଡ଼ି ରେ ବିଭିନ୍ନ ପ୍ରକାର ର ଗଛ ସେ ଲଗାଏ | ଯଥା :-ଆମ୍ବଗଛ, ପିଜୁଳିଗଛ, ପଣସଗଛ, ଶାଳ ଶାଗୁଆନ ଇତ୍ୟାଦି ବିଭିନ୍ନ ପ୍ରକାର ର ଫୁଲ ଫଳଗଛ ମଧ୍ୟ୍ୟ ଲଗାଏ | କୁନା ର ସକାଳ ଗଛ ଠୁ ଆରମ୍ଭ କରି ସଞ୍ଜ ଯାଏଁ ସେ ଗଛ ପାଖରେ ସବୁବେଳେ ରହିଥାଏ | ଯେମିତି ଥରେ ପ୍ରେମ ହୋଇଗଲେ ପ୍ରେମୀଯୁଗଳ ପରସ୍ପର କୁ ନ ଦେଖିଲା ପର୍ଯ୍ୟନ୍ତ ଅସ୍ଥିର ହୋଇଯାଆନ୍ତି ଠିକ ସେହିପରି କୁନା ମଧ୍ୟ ଗଛ କୁ ନ ଦେଖିଲେ ରହିପାରେ ନାହିଁ | ବାସ୍ତବିକ କୁନା ର ମଧ୍ୟ ଗଛ ସହିତ ଏକ ପ୍ରକାର ପ୍ରେମ ହୋଇ ଯାଇଛି | ଗଛ ସହିତ ତାର ନିବିଡ ସମ୍ପର୍କ କହିଲେ ମଧ୍ୟ ଅତ୍ୟୁକ୍ତି ହେବନାହିଁ | ଯଦି କେବେ କୁନା ର ବାବା ଗଛ ର ଡାଳ କୁ ଭାଙ୍ଗିଦିଅନ୍ତି କୁନା ଛୋଟ ଛୁଆ ଭଳି ବହୁତ କାନ୍ଦେ | କୁନା ସବୁ ଗଛ ଲଗାଇବା ଭଳି ଏକ କନିଅର ଫୁଲଗଛ ମଧ୍ୟ୍ୟ ଲଗାଇଥାଏ | ଥରେ କନିଅର ଗଛ ଟିକୁ ଏକ ଜେସିପି ଆସି ଉପୁଡ଼ାଇ ଦେଲା | କୁନା ସେଦିନ କିଛି କାମ ରେ ଭୁବନେଶ୍ୱର ଯାଇଥାଏ | ଭୁବନେଶ୍ୱର ରୁ ଫେରିବା ପରେ ଦେଖେ ତ କନିଅର ଗଛ ଆଉ ନାହିଁ | ଗଛ ର ଏ ଅବସ୍ଥା ଦେଖି କୁନା ବହୁତ କାନ୍ଦିଲା | ଦିନସାରା ଉପବାସ ରେ ରହିଲା | ଯିଏ ଯେତେ ପ୍ରକାରେ ବୁଝାଇଲେ ମଧ୍ୟ ସେ ବୁଝିଲାନି | କୁନାକୁ ତାର ବାପା ବୋଉ, ଭାଇଭଉଣୀ ବୁଝେଇଲା ପରେ ମଧ୍ୟ ସେ ବୁଝିଲା ନାହିଁ | ସେଦିନ କାନ୍ଦିକାନ୍ଦି ରାତିରେ ଶୋଇପଡ଼ିଲା | ଶୋଇବା ପରେ ରାତିରେ ସ୍ବପ୍ନ ରେ ଦେଖିଲା ଯେ, ଯେଉଁଠି କନିଅର ଗଛଟି ଲାଗିଥିଲା ଠିକ ସେହି ଜାଗାରେ ଏକ ନିମ୍ବଗଛ ଟିଏ ଲାଗିଛି | ଆଉ ସେହି ଗଛଟିକୁ କୁନା ଅତି ଯତ୍ନ ସହକାରେ ପାଳୁଛି | ହଠାତ ସେ ଗଛ ଟି କୁନା କୁ କହିଲା -“କୁନା ତୁ ବ୍ୟସ୍ତ ହୁଅନା |” ମୁଁ ହେଉଚି କନିଅର ଗଛ!! ମତେ ଜେସିପି ଉପୁଡ଼ାଇ ଦେବାରୁ ତୁ ବହୁତ କଷ୍ଟ ପାଉଛୁ | ତେଣୁ ତୋର କଷ୍ଟ କୁ ସହି ନ ପାରି ପ୍ରକୃତି ମା ମତେ ଏକ ନିମ୍ବଗଛ ଟିଏ ବନାଇଦେଲେ | ଏବେ କୁନା ତୁ ମୋର ଯତ୍ନ ନେଇ ମତେ ବଢ଼ାଇବୁ ତ | ଏଇ କଥା ଶୁଣି କୁନାର ନୀଦ ଭାଙ୍ଗିଗଲା | କୁନା ଉଠିପଡି ଦେଖେ ତ ଭୋର ଚାରିଟା ବାଜି ତିରିଶ ମିନିଟ ହୋଇ ଯାଇଥିଲା | କୁନା ବାଡ଼ିପଟ କୁ ଯାଇ ଦେଖେ ତ କନିଅର ଗଛ ପାଖରେ କିଛି ବି ନାହିଁ | ସ୍ବପ୍ନ କଥା କୁନା ତାର ବୋଉ କୁ ଜଣାଇଲା ପରେ କୁନାର ବୋଉ କହିଲେ, ଶୁଣ କୁନା ତୋର ଏ ଦୁଃଖ କୁ ଦେଖି ଠାକୁର କନିଅର ଗଛ ରୂପରେ ଆସିଥିଲେ | ତେଣୁ ତୁ ଗୋଟିଏ ନିମ୍ବଗଛ ଆଣି ସେହି ଜାଗାରେ ଲଗାଇଦିଏ ଓ ତାର ଯତ୍ନ ନିଏ | କୁନା ମା’ଙ୍କ କଥାରେ ରାଜି ହୋଇ ଏକ ନିମ୍ବଗଛ ଟିଏ କନିଅର ଗଛ ପାଖରେ ଲଗାଇଲା ଏବଂ ତାର ଯତ୍ନ ନେଲା | କୁନା ସବୁ ଗଛ ର ଯତ୍ନ ନେଇ ଭଲରେ ରହୁଥିଲା |

ଦିନକର କଥା ସରକାରଙ୍କର ଯୋଜନା ଅନୁଯାୟୀ “ସ୍ୱଚ୍ଛ ଭାରତ ଅଭିଯାନ ” ରେ କୁନା ଘରକୁ ପାଇଖାନା ଟିଏ ମିଳିଥିଲା | କୁନାର ବାପାବୋଉ ନିଷ୍ପତ୍ତି ନେଲେ ଯେ, ସେହି ନିମ୍ବଗଛଟିକୁ କାଟି ସେହି ଜାଗାରେ ପାଇଖାନା ବସାଇବା | କୁନା ଏହା ଶୁଣି ମନଦୁଃଖ କଲା | କୁନାର ବାପା କହିଲେ ନିମ୍ବଗଛଟିଏ ତ ଅଦରକାରୀ ଗଛଟିଏ ଏଥିରେ କଣ ଆସବାବ ପାଇଁ ପଟା ମିଳିବ? କୁନା ତାର ବାପାବୋଉଙ୍କୁ ବୁଝାଇ କହିଲା ବାପା ମୁଁ ଯଦି ଦିବ୍ୟାଙ୍ଗ ଟିଏ ହୋଇଥାନ୍ତି ତେବେ ତମେ କଣ ମତେ ଫୋପାଡ଼ି ଦେଇଥାନ୍ତ!! କୁହ?ବାପା କୁହ? ମୁଁ ଦିବ୍ୟାଙ୍ଗ ଟିଏ ହୋଇଥିଲେ ତ ତମର ବୋଝ ହୋଇ ସାରାଜୀବନ ରହିଥାଆନ୍ତି | କିନ୍ତୁ ଏହି ନିମ୍ବଗଛ ଟିଏ ତ ବୋଝ ନୁହେଁ | ସେ ଖରାବେଳେ ଆମକୁ ଛାଇ ଟିକେ ଦେଉଛି | କାଛୁକୁଣ୍ଡିଆ ରୋଗ ପାଇଁ ତାର ଗଛର ଛେଲି ଆଉ ପତ୍ର ଦେଉଛି | ସବୁଠୁ ମୂଲ୍ୟବାନ ଅମ୍ଳଜାନ ଦେଉଚି | ଏସବୁକୁ ଛାଡିଦେଲେ ଆଉ କଣ ଦରକାର ବାପା?

କୁନାର କଥାରେ ବାପାବୋଉଙ୍କର ଆଖି ଖୋଲିଗଲା | ସେମାନେ ବୁଝିପାରିଲେ, ଯେ କୌଣସି ଗଛଟିଏ ହେଉଥାଉନା କାହିଁକି ସେ ନିଶ୍ଚିତ ଭାବରେ ମଣିଷ ର ଉପକାରୀ | କିନ୍ତୁ ଏ ମାନବ ସମାଜ ଗଛର ଉପକାର ପ୍ରତି ବଦଳରେ ତାକୁ ହାଣି ଦେଉଛି | ବାପା କହିଲେ ମୁଁ ଆଉ ଏକ ଜାଗାରେ ପାଇଖାନା ବସାଇବି | କୁନା ମୁଁ ତତେ କଥା ଦେଉଚି ମୁଁ କୌଣସି ଗଛକୁ କାଟିବି ନାହିଁ | ଏବଂ ଗଛକୁ କାଟିବାକୁ ମଧ୍ୟ ଦେବିନାହିଁ | ଏହାପରେ କୁନା ର ପରିବାର ଓ କୁନା ର ଗଛ ସମସ୍ତେ ଖୁସିରେ ରହିଲେ |

 

~~~~~~~~~~~ସମାପ୍ତ ~~~~~~~~~~~~

 

ରିନା ପରିଡା, ଖୋର୍ଦ୍ଧା

Loading

Leave a Reply

Your email address will not be published. Required fields are marked *