ପ୍ରାଇଭେଟାଇଜେସନ…
ନାଇଁ ରେ ବୁନୁ ପୁରା ନୁହେଁବା ସେଇଟା ଆଂଶିକ। ସବୁଠି ତ ସେଇଆ ହେଉଛି।ରେଳ କି ବିମାନ ସବୁଠି ଲାଗୁ କରିବାକୁ ସଜବାଜ ଚାଲିଛି ଜୋରସୋରରେ।ଖାଲି ଯାହା ଏଠି ଅଲଗା ଗୋଟେ କଥା କୁହାଯାଉଛି …ଏଜେନ୍ସି। ହଁ ପ୍ରାଇଭେଟାଇଜେସନ ନୁହେଁ ଏଜେନ୍ସି। ସେଇଥିପାଇଁ କହିଲି ଆଂଶିକ ପ୍ରାଇଭେଟାଇଜେସନ।ଏଇ ମ ଆମ ଶିକ୍ଷା କ୍ଷେତ୍ରରେ।ନିଉଜ ତ ଦେଖୁବୁନୁ ଆଉ ଜାଣିଥାନ୍ତୁ କେମିତି।ରହ ଶୁଣୁ। ସରକାର କାଳେ ‘ ବ୍ରିଜ କୋର୍ସ ‘ ନାମରେ ଗୋଟେ ସଂସ୍ଥା ଦ୍ୱାରା ଏକାମ କରିବେ। ଟେଣ୍ଡର ଡକାଯାଇଛି।ଅଟକଳ ସତୁରୀ କୋଟି। ବାବାରେ ମୁଣ୍ଡ ଘିରିଘିରି ହେଇ ଯାଉଛି।ମୂଳ କଥାଟା ହେଲା ମହାମାରୀ ବେଳେ ଥିବା ଅପଢ଼ା ପାଠ ପଢ଼ା ଯିବ ତୃତୀୟରୁ ନବମ ପିଲାଙ୍କୁ।ହା ଦଶମ ଆଉ ବାର ବାଲାଙ୍କ ବୋର୍ଡ଼ ନା।
କେମିତି କ’ଣ ଗୋଟେ ଚିନ୍ତା କର ବୁନୁ… ସତୁରୀ କୋଟି…!ବଡ ବେପାର ଟେ ଏବେ ଆସିଛି।ମାଛି ଭଣଭଣ ହେଲେଣି ମିଠା ଖାଇବାକୁ।ହେ ରଖ ସେ ଖାକିଟାକୁ।ଲିଭା ଲିଭା…ସେଟା।ମୋ କଥା ମୁଣ୍ଡରେ ପୁରା।ତା’ପରେ ଖାକି ଟାଣିବୁ।ହେଇ ଏ ଚା’ ଦୋକାନରେ ଭିଡ଼ ହେଲାଣି।ଚାଲ୍ ଯିବା ଶିବ ମନ୍ଦିର ପଛକୁ।ଚିଲମ ଧୂଆଁ ଟିକେ ସୁଡୁକି ଚିନ୍ତା କରିବା। କେମିତି ଏଥିରୁ ଦି’ପଇସା ଆମ ପକେଟକୁ ଆସିବ।
ସ୍କୁଲ ସରକାରୀ, ଶିକ୍ଷକ ବେସରକାରୀ…। ଗୋଟେ କାମ କରିବା ମ। ସିଟି, ବିଇଡି କିଛି ଯୋଗାଡ଼ କରି ନେତାଙ୍କୁ ଦବା, ନେତା ତ ଥିବେ ଏଥିରେ। ମୁଣ୍ଡପିଛା କିଛି ନେଇ ଆମ ପକେଟ ଟିକେ ଭାରି କରିବା। ଦେଖୁନୁ ସେ ବାୟା ଟା କେମିତି ନଇଁଗଲାଣି ଗୁମୁଟିରେ ପାନ ଭାଙ୍ଗି ଭାଙ୍ଗି।ସେ ପା କୁଆଡ଼େ ବିଇଡି।ଆଗ ତାକୁଇ ନବା। ଏଇମିତି ବାୟା କଥା ଶୁଣେଇ ଶୁଣେଇ ଆଉରି କେତେ ନବା।ଏ ଗାଁ ପରେ ସେ ଗାଁ ର ମଙ୍ଗୁଳି ଆଉ ଜଗା…। ବାସ୍ ଦିନ କେଇଟାରେ ଉଃ ଉଃ… କେତେ ଟଙ୍କା ଆସିବ ରେ…।
ପ୍ରାଇଭେଟାଇଜେସନ…ଏଜେନ୍ସି…ବ୍ରିଜ କୋର୍ସ…, ଶିକ୍ଷା ସରକାରୀ … ଶିକ୍ଷକ ବେସରକାରୀ…। ବହୁତ ସରଳ, ବହୁତ ମଜା, ବହୁତ ପଇସା।
ଆଉ ମୁଣ୍ଡ ଜାମ କର ନା। ଉଠୁ ଚାଲ ଯିବା।କାଲିଠୁ କାମରେ ଲାଗିଯିବା।
ଆରେ ଉଠୁ ବୁନୁ…।ହା ଏଇଟା ଚିଲମ ନିଶାରେ ଅଚେତ ହେଲା ନା କ’ଣ…!!!
ଜୁମର ନାଥ ପାତ୍ର
ବାଲେଶ୍ଵର