ମାନବ ସେବାହିଁ ମାଧବ ସେବା
ମାନବ ସେବାହିଁ ମାଧବଙ୍କ ସେବା
ଏହାହିଁ ପ୍ରକୃତ ସତ
ଏହି କଥାଟିକୁ ଜୀବନରେ କେବେ
ଭୁଲିଯିବନାହିଁ ମିତ
କର୍ମଫଳେ ଲେଖା କପାଳ ଲିଖନ
ଏକଥା ନୁହଁଇ ମିଛ
ଅବାଟରେ ଯାଇ ଅପକର୍ମ କରି
ଭାଗ୍ୟକୁ ନିନ୍ଦିବା ତୁଚ୍ଛ
ଧରମ ପଥରେ ପାଦ ଥାପି ଧୀରେ
କରମକୁ ସାଥି କରି
ଦୁଃଖୀ ରଙ୍କି ସେବା କରୁଥିଲେ ବନ୍ଧୁ
ସାହାହେବେ ନରହରି
ଶ୍ରୀ ଅରେନ୍ଦ୍ର କୁମାର ଦାଶ
କହ୍ନେଇ ଓଗାଳପୁର, ବାହାନଗା, ବାଲେଶ୍ବର
ଯୋଗାଯୋଗ-: ୮୦୧୮୭୯୯୬୫୮
25 total views, 1 views today