ଆହ୍ୱାନ
ବୁଦ୍ଧିଶୁନ୍ୟ ଆର୍ଯ୍ୟଭୂମି,,,
ଠାକୁର ଠାକୁରାଣୀ
ଗଲେଣି ନିରବି………….
ଭିତରେ ବାହାରେ କେଉଁଠି ବି
ଶୁଭୂନାହିଁ କୋଳାହଳ
ବିଦଗ୍ଧ ଆଧ୍ୟାତ୍ମିକ ବାଦୀ
ଏବେ ନିରବ ….. ନିଥର…. I
ପୂର୍ଣ୍ଣତା ଦେଉଳରେ
ଏବେ ମୁଖଶାଳା ଶୂନ୍ୟ ,
ହରଷ ହୋଇଛି ମଉନ
ଚିନ୍ତାରେ ଅଛନ୍ତି ଜନମାନି
ସତେଅବା ପରାଜିତ ସୈନ୍ୟ,
ସମସ୍ୟା ଏବେ ବହୁବିଧ ,
ସମାଧାନର ବାଟ ପାଇଁ
ଭିଟାମାଟିରେ କରାଯାଉଛି
ତିବ୍ର ଭାବରେ ଆକଟ,
ଇଷ୍ଟକୁ ସ୍ମରଣ ନକରି
ତେବେ କଣ ଆମେ
ଆମ୍ଭ ମାଟିରେ ରହିବା ନିରବ,
ନହୋଇ ପାରନ୍ତି ଆମ୍ଭେ ଭାଇ
ଆମର ନଥାଆନ୍ତୁ କେହି ଗୁଣଗ୍ରାହୀ
ହେବ ଭାବର ଆଦାନ ପ୍ରଦାନ
କାହିଁକିନା ରାଷ୍ଟ୍ର ଆମ ଜୀବନ
ସତ୍ୟ ଅହିଂସା ଆମ କାମ୍ୟ ।
ତେବେ କାହିଁକି ଏ ବିଭେଦାୟନ
କାହିଁକି ଦେଉଛ ଇଶ୍ଵରଙ୍କୁ କଷ୍ଟ
କଣପାଇଁ ଚୟନ
ଏ ଖାଲଖମା ବନ୍ଦୁର ର ପଥ ।
ମତାନ୍ତର ଭୂଲି
ରାଷ୍ଟ୍ରବାଦର ଜୟଘୋଷ କର
ଦେବତ୍ଵର କର ଜୟ ଜୟ କାର
ଗହ ଗହ ନାଦ ଭିତରେ
ଦେବଭୂମିରେ ପୁନଶ୍ଚ ଶୁଭିବ
ମାନବବାଦ ର ଆଦିମ ଝଙ୍କାର ।
ଦୀନବନ୍ଧୁ ବେଜ
ମାଲାକାନଗିରି,ଓଡିଶା
ବାସୁଦେବପୁର, ଭଦ୍ରକ