March 19, 2024
11 11 11 AM
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
ALLUSIONS OF TENDENCIES – Manoj Kumar Panda
ALLUSIONS OF SHINE- Manoj Kumar Panda 
Latest Post
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023 ALLUSIONS OF TENDENCIES – Manoj Kumar Panda ALLUSIONS OF SHINE- Manoj Kumar Panda 

*Lets talk with Rabindranath Sahu who hails from Ganjam , Odisha for Suryodaya Sambhranta Saraswat Samman – 2022* 

*Lets talk with Rabindranath Sahu who hails from Ganjam , Odisha for Suryodaya Sambhranta Saraswat Samman – 2022* 

 

ପ୍ରିୟ

ସତୀର୍ଥ ସାହିତ୍ୟାତ୍ମନ

 

ସାଦରେ ଅଭିନନ୍ଦନ ଏବଂ ଶୁଭେଚ୍ଛା ଗ୍ରହଣ କରିବା ହେବେ। ଚଳିତ ବର୍ଷ ଆମ ପରିବାରର ଉଚ୍ଚ ମର୍ଯ୍ୟାଦା ସମ୍ପର୍ଣ୍ଣ ଅନ୍ତର୍ଜାତୀୟ ସ୍ୱୀକୃତି ପ୍ରାପ୍ତ ସମ୍ମାନ ସୂର୍ଯ୍ୟୋଦୟ-ସମ୍ଭ୍ରାନ୍ତ-ସାରସ୍ୱତ-ସମ୍ମାନ- ୨୦୨୨ ପାଇଁ ପାର୍ଥିପତ୍ର ଦାଖଲ ନିମିତ୍ତ ଆପଣଙ୍କ ନାମ ଆମ ପରିଚାଳନା କମିଟି , ଆଭ୍ୟନ୍ତରୀଣ କମିଟି ତଥା ଅନ୍ତର୍ଜାତୀୟ କମିଟି ଦ୍ୱାରା  ମନୋନୀତ ହୋଇଛି। ସେଥିପାଇଁ ଆଉଥରେ ଅଭିନନ୍ଦନ।

 

ତଳେ ପଚାରାଯାଇଥିବା ପ୍ରଶ୍ନ ଗୁଡିକ ର ଉତ୍ତର ନିଜ ମନ ବିବେକ ଏବଂ ଉତ୍ତମ ଚିତ୍ତ ରେ ରଖିବେ।

 

ନାମ – ରବୀନ୍ଦ୍ରନାଥ ସାହୁ

ପିତାମାତାଙ୍କ ନାମ – ୰ ଶ୍ୟାମ ସୁନ୍ଦର ସାହୁ, କବିତା ସାହୁ

ପିତା – ୰ ଶ୍ୟାମ ସୁନ୍ଦର ସାହୁ

ମାତା – କବିତା ସାହୁ

ଜନ୍ମଦିନ – ୦୨/୦୪/୧୯୯୩

ଶିକ୍ଷାଗତ ଯୋଗ୍ୟତା – +୩ ବିଜ୍ଞାନ, ପଦାର୍ଥ ବିଜ୍ଞାନ (ସମ୍ମାନ)

ମେଲ୍ ଆଇଡ଼ି – [email protected]

୧- ନିଜ ସମ୍ପର୍କରେ ତଥା ଚର୍ଚ୍ଚା ଚର୍ଚ୍ଚିତ ନିଜ ଜୀବନ ବିଷୟରେ କିଛି କୁହନ୍ତୁ।

. ମୁଁ ଗୋଟିଏ ସାଧାରଣ ଲେଖକ। ସାଧା କାଗଜ ଉପରେ ଯତ୍ନର ସହ ବୁଣିଦିଏ ଅକ୍ଷରର ବୀଜ ଓ ଯୋଡ଼ି ଦିଏ ମନର ଭାବନା ସହ ସମାଜର ଘଟଣାବଳୀ, ଶିଶୁ ସାହିତ୍ୟର ସୁନ୍ଦର ଗଳ୍ପ, ପ୍ରେତାତ୍ମା କାହାଣୀ, ଉଦ୍ ବୋଧନ, ଆଧୁନିକ ସମାଜରେ ପ୍ରେମର ମହତ୍ତ୍ୱ ଭଳି ବାତାବରଣର ଲେଖା। ଅଷ୍ଟମ ଶ୍ରେଣୀରୁ ଅଙ୍କୁରିତ ହୋଇଥିବା ସାହିତ୍ୟ ପ୍ରତି ପ୍ରଗାଢ଼ ଅନୁରାଗ କ୍ରମଶଃ ମହାବିଦ୍ୟାଳୟରେ ପଢ଼ିବା ପରଠାରୁ ପ୍ରସ୍ଫୁଟିତ ହୋଇଛି। ଯଦିଓ ବିଜ୍ଞାନ ମୋର ବାହ୍ୟିକ ଅଙ୍ଗପ୍ରତ୍ୟଙ୍ଗ ହୁଏ ସାହିତ୍ୟ ହେଉଛି ମୋର ପ୍ରାଣ। ମହାବିଦ୍ୟାଳୟରେ ପଢ଼ିବା ସମୟରୁ ହିଁ ଲେଖନୀ ଚଳାଇବାର ପ୍ରାରମ୍ଭ। ବର୍ତ୍ତମାନ ଘରୋଇ ଅଧ୍ୟାପକ ହୋଇ ତଥା ବେସରକାରୀ ଚାକିରି କରିବାର ଆକାଂକ୍ଷା ନେଇ ସାହିତ୍ୟର ସେବାରେ କର୍ମ ତତ୍ପର। ‘ପ୍ରତିଲିପି’, ‘ଇଙ୍କ୍ ୱଲ୍ଡ୍’ , ‘ଆହ୍ୱାନ ଆଜିର’ ଭଳି ବିଭିନ୍ନ ସାହିତ୍ୟିକ ସଂସ୍ଥାମାନ ଓ ପତ୍ର ପତ୍ରିକାମାନଙ୍କରେ ନିଜର ଲେଖାମାନ ପ୍ରକାଶିତ କରୁଛି।

୨- ସାହିତ୍ୟ ତଥା ଏହାର ଦୁନିଆ ଯାହାକୁ ସାରସ୍ୱତ ଦୁନିଆ କୁହାଯାଏ, ଆପଣଙ୍କ ବ୍ୟକ୍ତିଗତ ଜୀବନ ଉପରେ କେମିତି ପ୍ରଭାବ ପକାଇଛି ? କିଛି ବିଶେଷ ବ୍ୟକ୍ତିଗତ ଅନୁଭୂତି ବିଷୟରେ ଆମକୁ କହିବେ କି ?

. ମୋର ପିଲାଟି ବେଳରୁ ସାହିତ୍ୟ ଓ ଇଂରାଜୀ ପ୍ରତି ଆଗ୍ରହ ଓ ରୁଚି। ପିଲାଦିନେ ଯଦି କେହି ମୋ ସାମ୍ନାରେ କାହାଣୀ ବା କବିତାଟିଏ ପାଠ କରିଦେଲେ, ତାହାଲେ ଆମୂଳଚୁଳ ମନେ ରଖିବା ଓ ଆବୃତ୍ତି କରିବାରେ ମୁଁ ଅଭ୍ୟସ୍ତ ଥିଲି। ସମ୍ବାଦପତ୍ରର ବିଭିନ୍ନ ଗଳ୍ପ, ନୀତିଶିକ୍ଷା ଭିତ୍ତିକ ଅଣୁ ଗଳ୍ପ, କବିତା ଏସବୁର ଗଭିର ପ୍ରଭାବ ମୋ ଉପରେ ପଡ଼ିଛି। ଆଉ କାଳକ୍ରମେ ତାହା ମୋତେ ଆଗକୁ ଲେଖକ/କବିଟିଏ ହେବାରେ ପ୍ରେରଣା ଯୋଗାଇଛି।

ଖାସ୍ କରି ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ବେଳେ ଆମ ସାହିତ୍ୟ ଶିକ୍ଷକ ଶ୍ରୀଯୁକ୍ତ ଅଜିତ୍ କୁମାର ଷଡ଼ଙ୍ଗୀଙ୍କ ସୁସାହିତ୍ୟିକ ଭାଷାରେ ସାହିତ୍ୟ ପାଠମାନ ବୁଝାଇବା ଶୈଳୀ ଓ କବିତାମାନ ସୁସ୍ବରରେ ଆବୃତ୍ତି କରିବା ମୋ ଉପରେ ବେଶ୍ ପ୍ରଭାବ ପକାଇଥିଲା। ସେହିଦିନଠାରୁ ମୁଁ ସାହିତ୍ୟ ଜଗତରେ ନିଜକୁ ହଜାଇଦେଇଥିଲି। ଆଉ ଆଜି ଯାହା ବି ମୁଁ ହୋଇଛି ତାଙ୍କରି ଆଶିର୍ବାଦ କୃପାରୁ। ହାଇସ୍କୁଲ୍ ରେ ପଢ଼ିବା ସମୟ ରେ ସାହିତ୍ୟ ଶିକ୍ଷକ ଶ୍ରୀଯୁକ୍ତ ବାଲ୍ମୀକିଙ୍କ ସୁସାହିତ୍ୟିକ ଭାଷା ଓ ନୂତନ ଓଡ଼ିଆ ଶବ୍ଦାର୍ଥବଳୀ ଆମକୁ ସାହିତ୍ୟ ଜଗତରେ ଅଗ୍ରସର ହେବାକୁ ବରଦାନ ସାଜିଥିଲା। କଲେଜ୍ ରେ ପଢ଼ିବା ସମୟରେ ହିନ୍ଦୀ ଶିକ୍ଷକ ଶ୍ରୀଯୁକ୍ତ ଶେଖ୍ ସହିଦ୍ ଓ ଇଂରାଜୀ ଶିକ୍ଷକ ଶ୍ରୀଯୁକ୍ତ ତାରା ପ୍ରସାଦଙ୍କ ଆଲୋଚନା ଓ ତର୍କ ବିତର୍କ ମୋତେ ଆଗକୁ ବଢ଼ିବାରେ ଅନୁପ୍ରାଣିତ କରିଥିଲା। ଏହି ମହାନ୍ ଗୁରୁମାନଙ୍କ ଓ ମା’ ବାକ୍ ଦେବୀଙ୍କ ଆଶୀର୍ବାଦ ମୋତେ ଆଗକୁ ବଢ଼ିବାରେ ସାହାଯ୍ୟ କରୁଛି।

 

 

୩- ଆପଣ ମୁଖ୍ୟତଃ କବିତା/ଗଳ୍ପ/ପ୍ରବନ୍ଧ/ ରମ୍ୟରଚନା ନା ଅନ୍ୟକିଛି ଲେଖା ଲେଖି କରନ୍ତି?

. ହଁ… ବିଶେଷ କରି ଅଣୁ ଗଳ୍ପ, ଶିକ୍ଷଣୀୟ ଶିଶୁ ସାହିତ୍ୟ ଗଳ୍ପ, ସାମାଜିକ କାହାଣୀ, ପ୍ରେମ ଭିତ୍ତିକ କାହାଣୀ, ପ୍ରେତାତ୍ମା କାହାଣୀ, କଳ୍ପନା ଜଗତର କାହାଣୀ ଓ ସମୟେ ସମୟେ କବିତା ଲେଖେ।

୪-ଆପଣଙ୍କ ମତରେ ଭଲ କବିତାଟିଏ ବା ଗପଟିଏ ଆମେ କାହାକୁ କହିବା?

. ମୋ ମତରେ ଭଲ କବିତା ବା ଗଳ୍ପଟିଏ ହେଉଛି ଯାହା ଆମ ଆଧୁନିକ କଳୁଷିତ ସମାଜର ସଂସ୍କରଣ ନିମିତ୍ତ ହୋଇଥିବା ଉଦ୍ଦିଷ୍ଟ। ଆଉ କୋଟି କୋଟି ଜନତାଙ୍କ ହୃଦୟରେ ସାହିତ୍ୟ ପ୍ରତି ଅନୁରାଗ ସୃଷ୍ଟି କରିବା।

୫- ଆପଣ ଆପଣଙ୍କ ଲେଖା ମାଧ୍ୟମରେ ସମାଜକୁ କଣ କହିବାକୁ ଭଲପାଆନ୍ତି?

. ମୁଁ ମୋ ମୋ ଲେଖା ମାଧ୍ୟମରେ ମାତୃଭୂମି ଓ ମାତୃଭାଷାକୁ ଭଲପାଇବା ପାଇଁ ଉଦ୍ ବୋଧନ ଦିଏ। କାରଣ ଆଧୁନିକ ଯୁଗରେ ସାହିତ୍ୟର ଭୂମିକା କ୍ରମଶଃ କମି କମି ଯାଉଛି। ଲୋକମାନେ ଆଧୁନିକ ଯୁଗରେ କେବଳ ସାର୍ଟିଫିକେଟ ବଳରେ ଚାକିରିଟିଏ ପାଇ ଟଙ୍କାର ପାହାଡ଼ରେ ଚଢ଼ିଗଲା ପରେ ନିଜ କର୍ମ ଓ ପରିବାର ଜଞ୍ଜାଳରେ ଛନ୍ଦି ହୋଇ ସାହିତ୍ୟ ପ୍ରତି ଦୃଷ୍ଟି ଦେଉ ନାହାଁନ୍ତି। ଯାହାଫଳରେ ସମାଜର ଅଧଃପତନ ହେଉଛି। କେହି ଜଣେ ଚାହାନ୍ତିନି କି ଭଲ ଲେଖକ କି କବିଟିଏ ହେବା ପାଇଁ। ଚାହାଁନ୍ତି ନାହିଁ କି ସମାଜରେ ପରିବର୍ତ୍ତନତା ଫେରିଆସୁ।

୬-ସାହିତ୍ୟ ଲେଖି ହୋଇଯାଏ ଅଥବା ଲେଖିବାକୁ ପଡେ ; ଆପଣଙ୍କ ବ୍ୟକ୍ତିଗତ ଅନୁଭୂତି ଏ ନେଇ  ?

. ମୋ ମତରେ ସାହିତ୍ୟ ତ ସାହିତ୍ୟ ଲେଖାଯାଏନି, ଆପେ ଆପେ ଲେଖି ହୋଇଯାଏ। ଏହା ତ ମନ ଭିତରୁ ଆପଣାଛାଏଁ ବାହାରି ଆସୁଥିବା ସୁନ୍ଦର ଭାବନାଟିଏ ଯାହାକି ସମାଜରେ ଘଟୁଥିବା ଘଟଣାବଳୀ ହେଉ ବା କଟାକ୍ଷ ବା କାହାଣୀ ଅବା କବିତାକୁ ଯାହାକି ସମାଜରେ ପ୍ରତିଫଳିତ କରେ। ସମାଜରେ ପରିବର୍ତ୍ତନର ସ୍ବର ଉତ୍ତୋଳନ କରେ। ସମାଜକୁ ସଂସ୍କାରିତ କରେ। ଆଉ ଖାଲି ସେତିକି ନୁହଁ ସାହିତ୍ୟ ସମାଜବାସୀଙ୍କ ମନରେ ଆନନ୍ଦ ଉଲ୍ଲାସ ଭରିଦେଇ ଜୀବନକୁ ସରସ ଓ ସୁନ୍ଦର କରେ।

୭- ଜଣେ ଆଦର୍ଶ ସାହିତ୍ୟିକ ଭାବେ ସାରସ୍ୱତ ଧ୍ୟେୟ ଯାତ୍ରାରେ ସାରସ୍ବତୀୟ ସଫଳତା କହିଲେ କଣ ବୁଝନ୍ତି? ଆପଣ ଏପରି କିଛି ସଫଳତା ର ଅଧିକାରୀ/ଅଧିକାରିଣୀ ହୋଇଛନ୍ତି କି ? ସେ ବିଷୟରେ ଜଣାଇବା ହେବେ।

 ମୋ ମତରେ ସାରସ୍ବତୀୟ ସଫଳତା କହିଲେ ଜଣେ ଆଦର୍ଶ ସାହିତ୍ୟିକର ମନୋଭାବ ସର୍ବ ପ୍ରଥମେ ନିଜ ମାତୃଭାଷା ପ୍ରତି ପ୍ରେମ ଓ ସାରା ବିଶ୍ଵରେ ଏହାର ଟେକ ରଖିବା। ଆଉ ସମାଜରେ ଏହାର ପ୍ରଚାର ପ୍ରସାର। ହଁ… ପ୍ରତିଲିପିରେ ଉତ୍ତମ ଲେଖକ ହିସାବରେ ୩ଥର ପୁରସ୍କୃତ ହୋଇଛି।

୮- ଆପଣଙ୍କ ର ପ୍ରିୟ ତତ୍କାଳୀନ ସାହିତ୍ୟ ପତ୍ରିକାଗୁଡ଼ିକ କ’ଣ?

 ଏବଂ ଆପଣଙ୍କ ର ପ୍ରିୟ ପିଲାଦିନର ପୁସ୍ତକ ଗୁଡ଼ିକ କ’ଣ ?

. ମୋର ପ୍ରିୟ ତତ୍କାଳୀନ ସାହିତ୍ୟ ପତ୍ରିକା ଭିତରେ ‘କଥା’, ‘ପୌରୁଷ’, ‘କାଦମ୍ବିନୀ’ ଇତ୍ୟାଦି। ମୋର ପିଲାଦିନର ପ୍ରିୟ ପୁସ୍ତକ ଗୁଡ଼ିକ ହେଲା ମୋ ସାହିତ୍ୟ ବହି, ଇଂରାଜୀ ବହି, ସାହିତ୍ୟ ବ୍ୟାକରଣ ଓ ବିଜ୍ଞାନ ବହି। ତତ୍ ସଙ୍ଗେ ସଙ୍ଗେ କେବେ ଫୁରସତ୍ ମିଳିଲେ ‘ଜହ୍ନମାମୁଁ’ ପତ୍ରିକା ବି ଯୋଡ଼ି ହୋଇଯାଏ।

୯- ଶୁଣାଯାଏ ଆମ ଭାଷା ସାହିତ୍ୟରେ ଅହେତୁକ ଅଦୃଶ୍ୟ ଶକ୍ତି ଅନ୍ତର୍ନିହିତ ହୋଇ ରହିଛି ବୋଲି, ତେବେ ଆପଣଙ୍କର ଏପରି କିଛି ଅନୁଭବ ତଥା ଅନୁଭୂତି ରହିଛି କି ଉପରୋକ୍ତ ଉକ୍ତି କୁ ସତ୍ୟ ପ୍ରମାଣିତ କରିବା ପାଇଁ ?

. ନିଶ୍ଚିତ ରୂପେ…। ଓଡ଼ିଆ ଭାଷାର ସୁନ୍ଦରତା, କବିତାର ମଧୁରତା ଓ କାହାଣୀର ଗନ୍ତାଘରେ ଯେଉଁ ସାହିତ୍ୟ ପ୍ରେମୀ ଥରେ ହଜିଯାଏ; ସେଥିରୁ ସେ ବିରତ ହେବା ଏକ ପ୍ରକାର କାଠିକର ପାଠ। ହଁ… ପିଲାବେଳେ ସାହିତ୍ୟ ବହିଟିଏ ମିଳିଗଲେ ସାହିତ୍ୟ ପଠନରେ ନିଜକୁ ହଜାଇଦେବା। ମୋ ସାହିତ୍ୟ ଶିକ୍ଷକ ବିଦ୍ୟାଳୟରେ ପଢ଼ାଇବା ବେଳେ ତାଙ୍କ ସଙ୍ଗୀତ ଗାୟନର ମଧୁରତାରେ ମୁଁ ନିଜକୁ ବହୁତ ଥର ହଜାଇ ଦେଇଛି। ଆଉ ଗୁରୁଙ୍କ ଭଳି ଅବିକଳ ସ୍ବର ଛଡ଼ାଇ ଆଣିବାକୁ ଚେଷ୍ଟା କରିଛି। ଆଉ ଆଜୀବନ ସେ ଅଦୃଶ୍ୟ ଶକ୍ତି ଆମକୁ ଏକ ଅଦୃଶ୍ୟ ସ୍ନେହ ମମତାର ଡୋରିରେ ବାନ୍ଧି ରଖିବ, ଏହା ମୋର ଆଶା-ଭରସା।

୧୦- ଆମ ପ୍ରାଚୀନ ପାରମ୍ପରିକ ସାହିତ୍ୟ ଓ ଅଧୁନା ସାହିତ୍ୟ ମଧ୍ୟରେ ଫରକ କଣ ? ଏହାଦ୍ବାରା ସମାଜ ଉପରେ କେଉଁସବୁ ସକାରାତ୍ମକ ତଥା ନକରାତ୍ମକ ପ୍ରଭାବ ପଡୁଛି ସେ ବିଷୟରେ କିଞ୍ଚିତ ଆଲୋଚନା ରଖିବା ହେବେ କି ?

. ପ୍ରାଚୀନ ସାହିତ୍ୟରେ ଭରି ରହିଥିଲା ବହୁତ ସୁନ୍ଦର ରଚନା ଶୈଳୀ, ସତ୍ୟ ଘଟଣା, ସୁସାହିତ୍ୟିକ ଭାଷା; ଆଉ କବିତାମାନଙ୍କରେ ରହୁଥିଲା ଯେମିତି ଭାବକୁ ସେମିତି ସ୍ବର, ଲୟ, ଛନ୍ଦ ଓ ତାଳ। ବିଶେଷ କରି ଛନ୍ଦ ଓ ଅଳଙ୍କାର ଆମ ସାହିତ୍ୟକୁ ଋଦ୍ଧିମାନ୍ କରି ରଖିଛି।

କିନ୍ତୁ, ବର୍ତ୍ତମାନ ତାହା ବଦଳି ଯାଇଛି। ସାହିତ୍ୟ ରଙ୍ଗଢଙ୍ଗରେ ପରିବର୍ତ୍ତିନ ହୋଇଯାଇଛି। ଆଧୁନିକ ଓଡ଼ିଆରେ ବିଭିନ୍ନ ଭାଷାର ମିଶ୍ରଣ ହୋଇଗଲାଣି। ଏବେ ଅଧିକାଂଶ କବିତା ଆଧୁନିକ ଶୈଳୀରେ ଲେଖାଗଲାଣି। ଯେଉଁଥିରେ ଭାବ ତ ରହୁଛି କିନ୍ତୁ ଛନ୍ଦ ଓ ଅଳଙ୍କାରର ଅଭାବ। ଏହାଦ୍ୱାରା ଆମ ସମାଜରେ ବହୁତ ନକରାତ୍ମକ ପ୍ରଭାବ ତ ବହୁତ ପଡୁଛି। ପ୍ରାୟତଃ କହିବାକୁ ଗଲେ ଆଜିକାଲିର ଯୁଗରେ ମାତୃଭାଷାକୁ ଭୁଲିଯାଇ ପାଶ୍ଚାତ୍ୟ ଦେଶର ଭାଷା, ରଙ୍ଗଢଙ୍ଗସବୁକୁ ଆପଣଉଛନ୍ତି। କବିତାମାନଙ୍କରେ ହିନ୍ଦୀ, ବଙ୍ଗାଳୀ, ଇଂରାଜୀ ଆଦି ଶବ୍ଦ ଗୁନ୍ଥି ଓଡ଼ିଆ ଭାଷାର କବିତାର ସୁନ୍ଦରତା କ୍ଷୁର୍ଣ୍ଣ କରି ସାରିଲେଣି। କଥାକାରର ରଚନା ଶୈଳୀରେ ଆଗ ପରି ସୁନ୍ଦରତା ଆଉ ରହୁନଥିବାରୁ ପାଠକ ଆଗ୍ରହ କମିଗଲାଣି। ସାହିତ୍ୟର ପ୍ରଚାର ପ୍ରସାର ପାଇଁ ଆଜି କାହା ପାଖରେ ବେଳ ନାହିଁ ସମସ୍ତେ ସ୍ବାର୍ଥଲିପ୍ସୁ ଓ ଭାବ ଅପେକ୍ଷା ମନୋରଞ୍ଜନର କୁଗତି ଆଡ଼କୁ ସାହିତ୍ୟ ଚାଲିଗଲାଣି। ଅଶ୍ଳୀଳ ସାହିତ୍ୟର ଚର୍ଚ୍ଚା ବଢିଗଲାଣି।

 

୧୧ – ପାଠକୀୟ ଆଦୃତି, ପୁରସ୍କାର ନା ଆତ୍ମସନ୍ତୋଷ  ଆପଣଙ୍କ ସାରସ୍ଵତ ସାଧନା ଓ ସୃଜନଶୀଳତା  ଏମାନଙ୍କ ମଧ୍ୟରୁ କଣ ଆକାଂକ୍ଷା କରୁଥାଏ ?

. ପାଠକୀୟ ଆଦୃତି ହିଁ ମୋର ଏକାନ୍ତ ଆବଶ୍ୟକ, ଏହା ମିଳିଲେ ଆତ୍ମସନ୍ତୋଷ ମିଳିଯିବ ଆଉ ଏହା ହିଁ ମୋ ପାଇଁ ବଡ଼ ପୁରସ୍କାର ହେବ।

 

 

 

୧୨-ଓଡ଼ିଆ ଭାଷା, ସାହିତ୍ୟର ବର୍ତ୍ତମାନ ଓ ଭବିଷ୍ୟତ ; ଆପଣ କେମିତି ଦେଖନ୍ତି ?

. ଓଡ଼ିଆ ଭାଷାର ତ ବର୍ତ୍ତମାନ ଅଧଃପତନ ହେବାରେ ହିଁ ଲାଗିଛି ତଥାପି ଯଦି ଆମେ ସମସ୍ତେ ଓଡ଼ିଆବାସୀଙ୍କ ମିଳିତ ଉଦ୍ୟମରେ ସାହିତ୍ୟରେ ଏକ ଯୁଗାନ୍ତକାରୀ ପରିବର୍ତ୍ତନର ସ୍ବର ଫେରାଇ ଆଣି ଓଡ଼ିଆ ଭାଷାକୁ ସୁଦୃଢ଼ କରି ପାରିଲେ, ତେବେ ଆମ ଜୀବନ ସାର୍ଥକ ହେବ। ଏହା ପାଇଁ ମୁଁ ଏକ କବିତା ରଚନା କରିଥିଲି ଉତ୍କଳ ଦିବସ ଉପଲକ୍ଷେ। ତାହା ‘ଆହ୍ବାନ ଆଜିର’ ପତ୍ରିକାରେ ପ୍ରକାଶିତ ହୋଇଛି। 

ଆଉ ଗର୍ବରେ କହି ପାରୁନୁ ଆମେ ଓଡ଼ିଆ….

ଆଉ ଗର୍ବରେ କହି ପାରୁନୁ ଆମେ ଓଡ଼ିଆ

ଭାଷା ଥିଲା ଆମ ବଢ଼ିଆ

କାମ ଥିଲା ଆମ ଲଢୁଆ

ଖାଦ୍ୟ ବି ତ ଥିଲା ବହୁ ସୁଆଦିଆ

କିନ୍ତୁ ଏବେ ସବୁକିଛି ଅଡୁଆ ଅଡୁଆ

ଆଉ ଗର୍ବରେ କହି ପାରୁନୁ ଆମେ ଓଡ଼ିଆ….।(୧)

କେତେ କେତେ ମହାପୁରୁଷ

ଗଢ଼ିଲେ ଓଡ଼ିଶା ପ୍ରଦେଶ

ଥିଲା ଓଡ଼ିଆର ଟେକ ଓ ଯଶ

ଭାଷା ବି ତ ଥିଲା ବଡ଼ ସରସ

କିନ୍ତୁ ଏବେ ସବୁକିଛି ହେଲାଣି ଶେଷ

ଏବେ ଲାଗୁନାହିଁ ଆଗ ଭଳିଆ

ଆଉ ଗର୍ବରେ କହି ପାରୁନୁ ଆମେ ଓଡ଼ିଆ….।(୨)

ଏକ ମହାନ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ରଖି

ମହାପୁରୁଷଏଁ ବିଖଣ୍ଡିତ ପ୍ରଦେଶକୁ ଦେଇଥିଲେ ଯୋଖି

ଥିଲା ମଧୁବାବୁ ସପନ

ସେ ତ ସ୍ବତନ୍ତ୍ର ଉତ୍କଳ ସମ୍ମାନ

କିନ୍ତୁ ଆମେ ହୋଇଗଲେ କର୍ମ କୋଢ଼ିଆ

ଆଉ ଗର୍ବରେ କହି ପାରୁନୁ ଆମେ ଓଡ଼ିଆ….।(୩)

ଓଡ଼ିଶାରେ ଥିଲା ଅମାପ ଧନ

ଝରଣା, ପାହାଡ଼, ଖଣି-ଖାଦାନ

ଶସ୍ୟଶ୍ୟାମଳା କ୍ଷେତ ଓ ବନ

ଶୁଭୁଥିଲା ସେଇଠି କୋକିଳ ତାନ

କିନ୍ତୁ ଚଳୁ କଲେଣି ମନ୍ତ୍ରୀ ବଡ଼ ବଡ଼ିଆ

ଆଉ ଗର୍ବରେ କହି ପାରୁନୁ ଆମେ ଓଡ଼ିଆ….।(୪)

ରାଜ୍ୟ ଗଲାଣି ଋଣରେ ବୁଡ଼ି

ଶିକ୍ଷିତ ହୋଇ ବି ରାଜ୍ୟେ ମରୁଡ଼ି

ଅଭାବ ଏଇଠି କର୍ମ ନିଯୁକ୍ତି

ବେକାରୀ ସମସ୍ୟା ବଢୁଛି ନିତି

ଯୁବପିଢି ମାତେ ଏଠି କରେ ରାଜନୀତି

କିନ୍ତୁ ସଭିଏଁ ହେଲେଣି ଅଳିଆ

ଆଉ ଗର୍ବରେ କହି ପାରୁନୁ ଆମେ ଓଡ଼ିଆ….।(୫)

ଥିଲା ଲେଖକ-କବିର ସମ୍ମାନ

ଦେଉଥିଲେ ଭାଷା-ଜାତିର ଜ୍ଞାନ

କରୁଥିଲେ କଳୁଷିତ ସମାଜରେ ପରିବର୍ତ୍ତନ

କିନ୍ତୁ ଏବେ ହେଲାଣି ତ ବୁଦ୍ଧି ବଣା

ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଆଉ ହେବ କି ଗଣା?!

ଏଠି କହିବାକୁ ଲାଗେ ଅଖାଡୁଆ

ଆଉ ଗର୍ବରେ କହି ପାରୁନୁ ଆମେ ଓଡ଼ିଆ….।(୬)

୧୩-ଯେଉଁମାନେ ନୂଆ ଆସୁଛନ୍ତି କବିତା କ୍ଷେତ୍ରକୁ ସେମାନଙ୍କୁ ଆପଣ କ’ଣ କହିବେ?

. ଯେଉଁ ମାନେ ନୂଆ ଆସୁଛନ୍ତି କବିତା କ୍ଷେତ୍ରକୁ ସେମାନେ ସୁସାହିତ୍ୟିକ ଭାଷା ସହ ଛନ୍ଦ ଓ ଅଳଙ୍କାରର ବ୍ୟବହାର କରି ପୁନଶ୍ଚ ସେହି ସ୍ବର୍ଣ୍ଣମୟ ସାହିତ୍ୟର ଇତିହାସକୁ ଫେରାଇ ଆଣିବା ଦରକାର। କବିତାର ଭାବାର୍ଥ ହୃଦୟସ୍ପର୍ଶୀ ହେବା ଦରକାର। ତତ୍ ସଙ୍ଗେ ସଙ୍ଗେ ଯେଉଁ ମାନେ ଆଧୁନିକ କବିତା ଲେଖୁଛନ୍ତି ଅଶ୍ଳୀଳତା ନ ରଖିବାକୁ ମୋର ମତ।

୧୪- ଓଡ଼ିଆ ସାହିତ୍ୟର ଭୂତ ଭବିଷ୍ୟତ ସମ୍ବନ୍ଧରେ କିଛି ନୃତନ ଯୋଜନା କଣ ହେବା ଉଚିତ ?

. ଓଡ଼ିଆ ଭାଷାକୁ ଯଦି ଇଂରାଜୀ ଭଳି ଆନ୍ତର୍ଜାତୀୟ ଭାଷା ଭଳି ସମ୍ମାନ ମିଳେ ଓ ଖାସ୍ କରି ଆମ ରାଜ୍ୟର ପ୍ରତିଟି ଶିକ୍ଷାନୁଷ୍ଠାନ, ଅଫିସ୍ କାର୍ଯ୍ୟାଳୟମାନଙ୍କରେ ଓଡ଼ିଆ ଭାଷାର ବ୍ୟବହାର କରାଯାଏ, ତାହାଲେ ଆମେ ସମସ୍ତ ଓଡ଼ିଶାବାସୀଙ୍କ ପାଇଁ ଏହା ଏକ ଗର୍ବର କଥା ହୁଅନ୍ତା। କିନ୍ତୁ, ଦୁଃଖର ବିଷୟ ତାହା ଆଜିଯାଏଁ ହୋଇପାରି ନାହିଁ। 

ମାତୃଭାଷା ଓଡ଼ିଆକୁ ସମସ୍ତ ଶିକ୍ଷାନୁଷ୍ଠାନରେ ପ୍ରାଧାନ୍ୟ ଦିଆଯାଆନ୍ତା ଓ ତାହା ବି ବାଧ୍ୟତାମୂଳକ ବିଷୟ ହେବା ଦରକାର। ତାହାଲେ ଖୁବ୍ ଭଲ ହୁଅନ୍ତା। ଆଗକାଳର ଭଳି ଚମ୍ପୁ, ନବାକ୍ଷରୀ ଛନ୍ଦ, ବ୍ୟଙ୍ଗାତ୍ମକ କବିତା, ଶିକ୍ଷଣୀୟ ଉଦ୍ ବୋଧନମୂଳକ କବିତା ଇତ୍ୟାଦିର ବହୁଳ ଆବଶ୍ୟକତା ଏ ପୀଢ଼ିକୁ ନିତାନ୍ତ ଆବଶ୍ୟକ। ଏଣୁ ଏସବୁର ରଚନା ଜାରି ରଖିବା ଆବଶ୍ୟକ।

୧୫- କେବେଠାରୁ ଆପଣଙ୍କୁ କବି ହେବାର ପରିଚୟ ମିଳିଲା ବୋଲି ଆପଣ ଅନୁଭବ କରୁଛନ୍ତି?

 ଯେବେଠାରୁ ‘ଇଙ୍କ୍ ୱଲ୍ଡ୍’ ପ୍ରକାଶନ ସଂସ୍ଥା ତରଫରୁ କବିତା ଲେଖିଲି ଓ ‘ଆହ୍ଵାନ ଆଜିର’ ପତ୍ରିକାରେ ମୋ କବିତାକୁ ଉପସ୍ଥାପନା କଲି, ସେବେଠାରୁ କବି ହେବାର ସ୍ବତନ୍ତ୍ର ପରିଚୟ ମିଳିଲା।

୧୬-ଆଜିକାଲି ସାହିତ୍ୟରେ ଅନଲାଇନର ପ୍ରବେଶକୁ ଆପଣ କେତେଦୂର ଗ୍ରହଣ କରିପାରୁଛନ୍ତି ?

. ସାହିତ୍ୟରେ ଅନ୍ ଲାଇନ୍ ପ୍ରବେଶଟା ମୋ ମତରେ ଏକ ରକମର ଠିକ୍ ହୋଇଛି। ଏହାଦ୍ବାରା ବହୁତ ବ୍ୟକ୍ତିବିଶେଷ ଉପକୃତ ହେଉଛନ୍ତି। ଯେଉଁମାନଙ୍କ ଲେଖାଲେଖିରେ ରୁଚି ରହୁଛି, ସେମାନଙ୍କର ମନର ଭାବନାକୁ ଉପସ୍ଥାପନା ସେମାନେ କରିପାରୁଛନ୍ତି। ଆଉ କିଛି ବଣମଲ୍ଲୀ ପରି ବଣରେ ଫୁଟି ଝଡ଼ି ପଡୁଥିବା ଉଦିୟମାନ୍ ପ୍ରତିଭାଧାରୀ ଲେଖକ ଲେଖିକା ବା କବି କବୟିତ୍ରୀ ନିଜର ପ୍ରତିଭା ସ୍ଫୁରଣ କରିପାରୁଛନ୍ତି। ଆଉ ସୋସିଆଲ ମିଡ଼ିଆରେ ଖୁବ୍ ଶୀଘ୍ର ଭାଇରାଲ୍ ହୋଇ ପାରୁଥିବାରୁ ସମସ୍ତେ ଉପକୃତ ହୋଇପାରୁଛନ୍ତି। ଆଉ ପାଠକ, ଲେଖକ ଲେଖିକା ଓ କବି କବୟିତ୍ରୀ ଆନନ୍ଦିତ ହେଉଛନ୍ତି। କିନ୍ତୁ, ଏହାଦ୍ବାରା ବିଶେଷ କରି ବନାନ ଅଶୁଦ୍ଧି ଓ ପ୍ରିଣ୍ଟ୍ ମିସ୍ ଟେକ୍ ଯୋଗୁଁ କିଛି ଭୁଲ ରହିଯାଉଛି। ଯାହା ଆଗକୁ ଅତ୍ୟାଧୁନିକ ଟେକ୍ନୋଲୋଜିର ବ୍ୟବହାର କରି ନିର୍ଭୁଲ୍ ହେଲେ କାର୍ଯ୍ୟ ଆହୁରି ସୁନ୍ଦର ହୋଇପାରିବ।

୧୭- ଆମ ସୂର୍ଯ୍ୟୋଦୟ ଭାଷା ପ୍ରତିଷ୍ଠାନ  ସମଗ୍ର ବିଶ୍ଵ ସାହିତ୍ୟ ଜଗତର ଆଜି ଏକ ସୁନାମଧନ୍ୟ ସାହିତ୍ୟ ଅନୁଷ୍ଠାନ ରୂପେ ପରିଗଣିତ ।  ଆପଣଙ୍କ ମତାମତ କଣ। କିଛି ସୁଚିନ୍ତିତ ବାର୍ତ୍ତା ଦିଅନ୍ତୁ।

— ଏକ ନୂଆ ସଦସ୍ୟ ଭାବେ ମୁଁ ଏଥିରେ ଯୋଡ଼ି ହୋଇଛି। କିନ୍ତୁ, ସୋସିଆଲ ମିଡ଼ିଆରେ ଏହାର ଖ୍ୟାତି ସମ୍ପର୍କରେ ମୁଁ ଶୁଣିଥିଲି। ନିଶ୍ଚିତ ଭାବେ ଏହା ସମଗ୍ର ଓଡ଼ିଆବାସୀଙ୍କ ମନପ୍ରାଣରେ ଏକ ପରିବର୍ତ୍ତନ ଆଣି ସାହିତ୍ୟ ପ୍ରତି ସଜାଗ ସୃଷ୍ଟି କରିବ ବୋଲି ମୋର ଆଶା। ଆଉ ଏହା ଆଗକୁ ଆଗକୁ ଏମିତି ବଢ଼ି ଚାଲି ଖ୍ୟାତି ଏହା ଅର୍ଜନ କରୁ ଓ ଆଧୁନିକ ସମାଜର ପଥପ୍ରଦର୍ଶକ ସାଜୁ , ଏହା ହିଁ ମୋର ଭଗବାନଙ୍କ ପାଖରେ ପ୍ରାର୍ଥନା।

୧୮- ଆପଣଙ୍କ ଦ୍ଵାରା କିଛି ସଂକଳନ ପ୍ରକାଶିତ ହୋଇଛି କି  ଏହା ସମ୍ପର୍କରେ  କିଛି କୁହନ୍ତୁ?

. ନାଁ…. କିଛି ପୁସ୍ତକ ଲେଖି ନାହିଁ। କିନ୍ତୁ ବହୁତ ଲେଖା(କାହାଣୀ/କବିତା/ଶିଶୁ ସାହିତ୍ୟ/ ଉଦ୍ ବୋଧନ) ଯୋଗାଇଦେଇଛି। ବହୁତ ପାଠକ ଉପନ୍ୟାସ ଓ ପୁସ୍ତକ ଲେଖିବାକୁ ଅନୁରୋଧ କରିଛନ୍ତି। କିନ୍ତୁ, ଦୁଃଖର ବିଷୟ ଏହି କି ଯେ ଉତ୍କଟ ଦାରିଦ୍ର୍ୟଟା ମୋ ପାଇଁ ବିରାଟ ପ୍ରାଚୀର ଭଳି ଛିଡ଼ା ହୋଇଯାଇଛି। ଯାହାଦ୍ବାରା ଭୀଷଣ ଆର୍ଥିକ ଅଭାବ ଯୋଗୁଁ ମୁଁ ପାଠକଗଣଙ୍କ ପାଖେ ତାହା ପହଞ୍ଚାଇ ପାରିନି। ଆଉ କର୍ମମୟ ଜୀବନରେ ସମୟ ବି ପାଏନା।

୧୯- ଆପଣଙ୍କ ର କୌଣସି ଲେଖା ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ର website (slfpoets.com) ରେ ପ୍ରକାଶିତ ହୋଇଛି କି। ଯଦି ହଁ ତେବେ ଆପଣ ଏହି website ବିଷୟରେ କିଛି କଥା ରଖିବେ କି?

. ନାଁ… ହୋଇନାହିଁ, ଆଗକୁ ନିଶ୍ଚିତ ଭାବରେ ହେବ।

୨୦- ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ଏକ ଆନ୍ତର୍ଜାତିକ ଭାଷା ସାହିତ୍ୟ ପ୍ରତିଷ୍ଠାନ ବୋଲି ଆପଣ କିପରି ପ୍ରମାଣିତ କରିବେ?

. ମୁଁ ମୋର ଯଥାସମ୍ଭବ କବିତା/କାହାଣୀ/ଉଦ୍ ବୋଧନ/ କଟାକ୍ଷ/ ଶିଶୁ ସାହିତ୍ୟ ଇତ୍ୟାଦି ଭଳି ଲେଖା ଦେଇ ସମାଜରେ ବିରାଟ ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରିବି। ଆଉ ଏହି ପ୍ରତିଷ୍ଠାନର ଉପକାରିତା ଓ ସୁବିଧା ସୁଯୋଗ ବିଷୟରେ ସମସ୍ତଙ୍କୁ ଅବଗତ କରାଇବି ଓ ନିମନ୍ତ୍ରଣ କରିବି।

 

ସାହିତ୍ୟ କହିଲେ କଣ ବୁଝନ୍ତି ଏକ କବିତା ମାଧ୍ୟମରେ ପ୍ରକାଶ କରନ୍ତୁ

 

 

ସହିତ ଯୁକ୍ତ ଭାବରେ ହୁଏ ସାହିତ୍ୟ,

କଳୁଷିତ ସମାଜ ପାଇଁ ସେ ଅଟେ ଆଦିତ୍ୟ।

ସମାଜର ସେ ଯେ ଦର୍ପଣ ସାଜି,

ପ୍ରଥପ୍ରଦର୍ଶକ ସାଜି ସେ ଦିଏ ଆମକୁ ରାଜି।

 

ଆପଣ ଆପଣଙ୍କ ବହୁମୂଲ୍ୟ ଚର୍ଚ୍ଚା ଚର୍ଚ୍ଚିତ ଜୀଵନାୟନରୁ ସମୟ ବାହାର କରି ଆମକୁ ସାକ୍ଷାତକାର ଦେଇଥିବାରୁ ଆମେ ସୂର୍ଯ୍ୟୋଦୟ ପରିବାର ବୃନ୍ଦ ଆପଣଙ୍କ ପାଖରେ ଆମର କୃତଜ୍ଞତା ଜ୍ଞାପନ କରୁଛୁ।

 

ଇତି

ଆପଣଙ୍କ ପ୍ରତିଭାମୁଗ୍ଧ

ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ

ଅଡା, ବାଲେଶ୍ଵର ଓଡିଶା

+91 6371 596 159, +91 79781 49416,+91 99217 15179, +91 94381 84795, 9340045335

Loading

Leave a Reply

Your email address will not be published. Required fields are marked *