March 28, 2024
11 11 11 AM
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
ALLUSIONS OF TENDENCIES – Manoj Kumar Panda
ALLUSIONS OF SHINE- Manoj Kumar Panda 
Latest Post
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023 ALLUSIONS OF TENDENCIES – Manoj Kumar Panda ALLUSIONS OF SHINE- Manoj Kumar Panda 

*Lets talk with Pradyumna Kumar Chihnara who hails from Puri , Odisha for Suryodaya Sambhranta Saraswat Samman – 2022* 

  1. *Lets talk with Pradyumna Kumar Chihnara who hails from Puri , Odisha for Suryodaya Sambhranta Saraswat Samman – 2022* 

ପ୍ରିୟ

ସତୀର୍ଥ ସାହିତ୍ୟାତ୍ମନ

 

ସାଦରେ ଅଭିନନ୍ଦନ ଏବଂ ଶୁଭେଚ୍ଛା ଗ୍ରହଣ କରିବା ହେବେ। ଚଳିତ ବର୍ଷ ଆମ ପରିବାରର ଉଚ୍ଚ ମର୍ଯ୍ୟାଦା ସମ୍ପର୍ଣ୍ଣ ଅନ୍ତର୍ଜାତୀୟ ସ୍ୱୀକୃତି ପ୍ରାପ୍ତ ସମ୍ମାନ ସୂର୍ଯ୍ୟୋଦୟ-ସମ୍ଭ୍ରାନ୍ତ-ସାରସ୍ୱତ-ସମ୍ମାନ- ୨୦୨୨ ପାଇଁ ପାର୍ଥିପତ୍ର ଦାଖଲ ନିମିତ୍ତ ଆପଣଙ୍କ ନାମ ଆମ ପରିଚାଳନା କମିଟି , ଆଭ୍ୟନ୍ତରୀଣ କମିଟି ତଥା ଅନ୍ତର୍ଜାତୀୟ କମିଟି ଦ୍ୱାରା  ମନୋନୀତ ହୋଇଛି। ସେଥିପାଇଁ ଆଉଥରେ ଅଭିନନ୍ଦନ।

 

ତଳେ ପଚାରାଯାଇଥିବା ପ୍ରଶ୍ନ ଗୁଡିକ ର ଉତ୍ତର ନିଜ ମନ ବିବେକ ଏବଂ ଉତ୍ତମ ଚିତ୍ତ ରେ ରଖିବେ।

 

ନାମ- ଶ୍ରୀ ପ୍ରଦ୍ୟୁମ୍ନ କୁମାର ଚିହ୍ନରା.

ପିତା- ଶ୍ରୀଯୁକ୍ତ ବାସୁଦେବ ଚିହ୍ନରା.

ମାତା- ଶ୍ରୀମତୀ ଝୁମାମଣୀ ଚିହ୍ନରା.

ପତ୍ନୀ- ଶ୍ରୀମତୀ ନିରୁପମା ଚିହ୍ନରା .

ମହୀ ସ୍ପର୍ଶ- ୧୯ ମାର୍ଚ୍ଚ ୧୯୭୦ମସିହା

ମେଲ୍ ଆଇଡି-

[email protected].

୧- ନିଜ ସମ୍ପର୍କରେ ତଥା ଚର୍ଚ୍ଚା ଚର୍ଚ୍ଚିତ ନିଜ ଜୀବନ ବିଷୟରେ କିଛି କୁହନ୍ତୁ।

– ସତ୍ୟ,ଧର୍ମ ଓ ନ୍ୟାୟ ପଥକୁ ଅନୁସରଣ କରି ସଦା ବାଟ ଚାଲିବାକୁ ଅହରହ ଚେଷ୍ଟା କରୁଥିବା ମୁଁ ଜଣେ ସାଧାରଣ ମଣିଷ ଟିଏ। ପୁରୀ ଜିଲ୍ଲା ଗୋପ ଥାନା ଅନ୍ତର୍ଗତ କୁଶଭଦ୍ରା ନଦୀତଟରେ ଥିବା ଏକ ଛୋଟିଆ ଗ୍ରାମ(ପରାଳ)ରେ ମୋ’ର ଜନ୍ମ। ଅଧୁନା ଶ୍ରୀକ୍ଷେତ୍ର ଧାମରେ ପରିବାର ସହିତ ରହୁଛି। ପିଲାଟି ବେଳୁ ସାହିତ୍ୟ ପ୍ରତି ଦୁର୍ବଳତା। ବିଭିନ୍ନ ପ୍ରକାର ବହି, ପତ୍ର ପତ୍ରିକା ପଢ଼ିବାରେ ରୁଚି ରଖେ।

୨- ସାହିତ୍ୟ ତଥା ଏହାର ଦୁନିଆ ଯାହାକୁ ସାରସ୍ୱତ ଦୁନିଆ କୁହାଯାଏ, ଆପଣଙ୍କ ବ୍ୟକ୍ତିଗତ ଜୀବନ ଉପରେ କେମିତି ପ୍ରଭାବ ପକାଇଛି ? କିଛି ବିଶେଷ ବ୍ୟକ୍ତିଗତ ଅନୁଭୂତି ବିଷୟରେ ଆମକୁ କହିବେ କି ?

– ଯେବେଠୁ ମୋ ଭିତରେ କିଛି ସାହିତ୍ୟିକ ଜ୍ଞାନ ଅଛି ବୋଲି ମୁଁ ଅନୁଭବ କଲି,ସେବେଠୁ ମୁଁ ସାହିତ୍ୟକୁ ଭଲପାଇ ବସିଲି। ବିଭିନ୍ନ ପତ୍ର ପତ୍ରିକା, ଖବରକାଗଜ ଏମିତିକି ରାସ୍ତାରେ ପଡ଼ିଥିବା ଟୁକୁଡା କାଗଜ ଉଠାଇ ତା ମଧ୍ୟରୁ ସାହିତ୍ୟକୁ ସଂଗ୍ରହ କରିବାକୁ ପଛାଏ ନାହିଁ।ସାହିତ୍ୟର ଭାଷା, ବ୍ୟାକରଣ, ରଚନା, ଶୁଦ୍ଧି ବନାନ, ଏଥିରେ ମୁଁ ପିଲାଟି ବେଳୁ ହାରମାନିବା ମୋର ମନେପଡୁନି।ଏହା ହିଁ ମୋ’ର ସାରସ୍ୱତ ଦୁନିଆ।

୩- ଆପଣ ମୁଖ୍ୟତଃ କବିତା/ଗଳ୍ପ/ପ୍ରବନ୍ଧ/ ରମ୍ୟରଚନା ନା ଅନ୍ୟକିଛି ଲେଖା ଲେଖି କରନ୍ତି?

– ମୁଁ ଛୋଟ ଛୋଟ କବିତା ଲେଖିବାକୁ ଭଲପାଏ। ଆଜିକାଲି ସମାଜରେ ଘଟୁଥିବା ଘଟଣାବଳୀକୁ ନେଇ ମଧ୍ୟ କବିତା ଲେଖେ।

 

୪-ଆପଣଙ୍କ ମତରେ ଭଲ କବିତାଟିଏ ବା ଗପଟିଏ ଆମେ କାହାକୁ କହିବା?

 ଯେଉଁ କବିତା/ଗଳ୍ପ ସମାଜ ମଙ୍ଗଳର ବାର୍ତ୍ତା ବହନ କରେ, ନୀତି ଆଦର୍ଶ, ସଂସ୍କାର ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବାକୁ ପରାମର୍ଶ ଦିଏ, ସର୍ବୋପରି ପାଠକୀୟ ଆଦୃତି ଲାଭ କରେ, ସେଭଳି କବିତା/ଗଳ୍ପ କୁ ଆମେ ଭଲ ବୋଲି କହିବା।

୫- ଆପଣ ଆପଣଙ୍କ ଲେଖା ମାଧ୍ୟମରେ ସମାଜକୁ କଣ କହିବାକୁ ଭଲପାଆନ୍ତି?

– ମୁଁ ମୋ ଲେଖା ମାଧ୍ୟମରେ ଏହା କହିବି, ସମସ୍ତ ପାଠକ ସାହିତ୍ୟକୁ ଆଦର କରନ୍ତୁ। କୌଣସି ଶିକ୍ଷଣୀୟ ଲେଖାକୁ ହାତଛଡ଼ା କରନ୍ତୁ ନାହିଁ।ନିଜର ଲେଖନୀ ମାଧ୍ୟମରେ ସମାଜକୁ ନୂତନ ଦିଗ୍ ଦର୍ଶନ କରାଉଥିବା ଲେଖକ ବା ସ୍ରଷ୍ଟା ଙ୍କୁ ଆଦର ଆଉ ସମ୍ମାନ ଦିଅନ୍ତୁ।

୬-ସାହିତ୍ୟ ଲେଖି ହୋଇଯାଏ ଅଥବା ଲେଖିବାକୁ ପଡେ ; ଆପଣଙ୍କ ବ୍ୟକ୍ତିଗତ ଅନୁଭୂତି ଏ ନେଇ  ?

 ଲେଖକଟିଏ ସାହିତ୍ୟ ଜଗତର ରାଜା କହିଲେ ଅତ୍ୟୁକ୍ତି ହେବ ନାହିଁ।ତା ପାଇଁ ସାହିତ୍ୟ ଆପେ ଆପେ ଲେଖି ହୋଇଯାଏ,ଆଉ କିଛିଟା ଘଟଣାବଳୀକୁ ନେଇ ଲେଖିବାକୁ ପଡେ।

୭- ଜଣେ ଆଦର୍ଶ ସାହିତ୍ୟିକ ଭାବେ ସାରସ୍ୱତ ଧ୍ୟେୟ ଯାତ୍ରାରେ ସାରସ୍ବତୀୟ ସଫଳତା କହିଲେ କଣ ବୁଝନ୍ତି? ଆପଣ ଏପରି କିଛି ସଫଳତା ର ଅଧିକାରୀ/ଅଧିକାରିଣୀ ହୋଇଛନ୍ତି କି ? ସେ ବିଷୟରେ ଜଣାଇବା ହେବେ।

– ସାରସ୍ୱତୀୟ ସଫଳତା ସେତିକିବେଳେ ହେବ, ଯେତେବେଳେ ସାହିତ୍ୟକୁ ସବୁ ବର୍ଗର ପାଠକମାନେ ବୁଝିପାରିବେ। ଜଣେ କବି/ଲେଖକ ପୁରସ୍କାର ଓ ମାନପତ୍ର ପଛରେ ନ ଗୋଡ଼ାଇ,ତା ଲେଖାଟି କିପରି ଉଚ୍ଚ ମାନର ହୋଇ ସବୁଠି ପ୍ରଶଂସିତ ହେବ,ସେ ଦିଗରେ ଧ୍ୟାନ ଦେବା ନିହାତି ଆବଶ୍ୟକ।

୮- ଆପଣଙ୍କ ର ପ୍ରିୟ ତତ୍କାଳୀନ ସାହିତ୍ୟ ପତ୍ରିକାଗୁଡ଼ିକ କ’ଣ?

 ଏବଂ ଆପଣଙ୍କ ର ପ୍ରିୟ ପିଲାଦିନର ପୁସ୍ତକ ଗୁଡ଼ିକ କ’ଣ ?

– ମୁଁ ସବୁ ପ୍ରକାର ବହି, ପତ୍ର ପତ୍ରିକା ପଢିବାକୁ ଭଲ ପାଏ।ମୋ ପିଲାଦିନର ପୁସ୍ତକ- ଜହ୍ନମାମୁଁ, ଶିଶୁ ଲେଖା, ମନ ପବନ, ସୁଚରିତା ଇତ୍ୟାଦି।

୯- ଶୁଣାଯାଏ ଆମ ଭାଷା ସାହିତ୍ୟରେ ଅହେତୁକ ଅଦୃଶ୍ୟ ଶକ୍ତି ଅନ୍ତର୍ନିହିତ ହୋଇ ରହିଛି ବୋଲି, ତେବେ ଆପଣଙ୍କର ଏପରି କିଛି ଅନୁଭବ ତଥା ଅନୁଭୂତି ରହିଛି କି ଉପରୋକ୍ତ ଉକ୍ତି କୁ ସତ୍ୟ ପ୍ରମାଣିତ କରିବା ପାଇଁ ?

 ୨୦୨୦ ମସିହା କରୋନା ସମୟରେ ଯେତେବେଳେ ମୁଁ ଘରେ ବସିଥିଲି,ମୋ ମନରେ ଭାବନା ଆସିଲା, ମୁଁ ଜଗନ୍ନାଥଙ୍କ ଉପରେ ଏକ କବିତା ଲେଖିବି। ଏହିକଥା ପାଖରେ ବସିଥିବା ମୋ ଝିଅକୁ କହିବାରୁ ସେ ହସିକି କହିଲା,ବାବା ତୁମେ କବିତା ଲେଖିପାରିବ? ମୁଁ କହିଲି ଆରେ ମାଆ, ମୋତେ ଜଗନ୍ନାଥ ନିର୍ଦ୍ଦେଶ ଦେଉଛନ୍ତି, ମୁଁ ଲେଖପାରିବିନି କାହିଁକି? ତାପରେ ଜଗନ୍ନାଥଙ୍କୁ ସ୍ମରଣ କରି ମାତ୍ର ୧୫ମିନିଟ୍ ମଧ୍ୟରେ କବିତାଟି ଲେଖି ଝିଅକୁ ଶୁଣାଇଦେଲି।ଝିଅ ଆଶ୍ଚର୍ଯ୍ୟ ହୋଇଗଲା। ଜଗନ୍ନାଥଙ୍କ ଆଶୀର୍ବାଦ ଆଉ ମୋ ଝିଅର ଆଶ୍ଚର୍ଯ୍ୟ ଭାବ ମୋ ପାଇଁ ତ ଅଦୃଶ୍ୟ ଶକ୍ତି।

୧୦- ଆମ ପ୍ରାଚୀନ ପାରମ୍ପରିକ ସାହିତ୍ୟ ଓ ଅଧୁନା ସାହିତ୍ୟ ମଧ୍ୟରେ ଫରକ କଣ ? ଏହାଦ୍ବାରା ସମାଜ ଉପରେ କେଉଁସବୁ ସକାରାତ୍ମକ ତଥା ନକରାତ୍ମକ ପ୍ରଭାବ ପଡୁଛି ସେ ବିଷୟରେ କିଞ୍ଚିତ ଆଲୋଚନା ରଖିବା ହେବେ କି ?

– ପ୍ରାଚୀନ ସାହିତ୍ୟର ଭାଷା, ଶଦ୍ଦ ସଂଯୋଜନା,ଭାବଧାରା ଇତ୍ୟାଦି ସବୁ ଉଚ୍ଚ କୋଟୀର ଅଟେ, ଯାହାକି ଏବେର ସାହିତ୍ୟରେ ଏସବୁ କମ୍ ପରିଲକ୍ଷିତ ହେଉଛି। ଏହା ନିଶ୍ଚିତ ସାହିତ୍ୟ ଉପରେ ପ୍ରଭାବ ପକାଉଛି।

୧୧ – ପାଠକୀୟ ଆଦୃତି, ପୁରସ୍କାର ନା ଆତ୍ମସନ୍ତୋଷ  ଆପଣଙ୍କ ସାରସ୍ଵତ ସାଧନା ଓ ସୃଜନଶୀଳତା  ଏମାନଙ୍କ ମଧ୍ୟରୁ କଣ ଆକାଂକ୍ଷା କରୁଥାଏ ?

– ମୋ ଲେଖାଟି କିପରି ପାଠକୀୟ ଆଦୃତି ଲାଭ କରିବ, ସେଥିପାଇଁ ମୁଁ ଶତଚେଷ୍ଟା କରେ। ଥରେ ଲେଖିଲେ ନିଜକୁ ଅତିକମରେ ୧୦ଥର ଶୁଣାଏ।ମନକୁ ପାଇଲେ ପାଠକଙ୍କ ପାଖରେ ପହଞ୍ଚାଇ ଦିଏ ଏବଂ ଲେଖାଟି ପାଠକଙ୍କ ମନକୁ ପାଇଲେ ମୋତେ ଖୁବ୍ ଆତ୍ମସନ୍ତୋଷ ଲାଗେ।

୧୨-ଓଡ଼ିଆ ଭାଷା, ସାହିତ୍ୟର ବର୍ତ୍ତମାନ ଓ ଭବିଷ୍ୟତ ; ଆପଣ କେମିତି ଦେଖନ୍ତି ?

– ବର୍ତ୍ତମାନ ଓଡ଼ିଆ ସାହିତ୍ୟ ଯେଉଁ ଧାରାରେ ଚାଲିଛି, ଆମେ ତାକୁ ପ୍ରାଣପଣେ ଚେଷ୍ଟା କରିବା ବଞ୍ଚାଇ ରଖିବାକୁ। ପଞ୍ଚସ୍ତରୀ ଭାଗ ଲେଖକ, ଲେଖା ଉପରେ ଗୁରୁତ୍ବ ନଦେଇ ମାନପତ୍ର ଆଉ ପୁରସ୍କାର ପଛରେ ଧାଇଁଛନ୍ତି। ଆମେ ନିଜେ ସଚେତନ ହୋଇ ସମସ୍ତଙ୍କୁ ସଚେତନ କରାଇପାରିଲେ ଭବିଷ୍ୟତରେ ମଧ୍ୟ ସାହିତ୍ୟ ବଞ୍ଚି ରହିପାରିବ।

୧୩-ଯେଉମାନେ ନୂଆ ଆସୁଛନ୍ତି କବିତା କ୍ଷେତ୍ରକୁ ସେମାନଙ୍କୁ ଆପଣ କ’ଣ କହିବେ?

– କବିତା କ୍ଷେତ୍ରରେ ମୁଁ ମଧ୍ୟ ନୂଆ।ମୋ ପରି ଯେଉଁମାନେ ଏ କ୍ଷେତ୍ରକୁ ନୂଆ ଆସୁଛନ୍ତି, ସେମାନଙ୍କୁ ଏତିକି କହିବି- ଆମେ ସାହିତ୍ୟକୁ ଭଲଭାବେ ବୁଝି ଶଦ୍ଦ ଭାଷାକୁ ଭଲଭାବେ ସଜାଇ,ବନାନ ଶୁଦ୍ଧି କରି ସମାଜ ମଙ୍ଗଳ ନିମିତ୍ତ ଉଚ୍ଚ କୋଟୀର କବିତା ସୃଷ୍ଟି କରିବା। କୌଣସି ଅଶ୍ଳୀଳ ଶଦ୍ଦ ପ୍ରୟୋଗ କରିବା ନାହିଁ କି କାହାକୁ ଆକ୍ଷେପ କଲାଭଳି ଲେଖା ଲେଖିବା ନାହିଁ।

 

୧୪- ଓଡ଼ିଆ ସାହିତ୍ୟର ଭୂତ ଭବିଷ୍ୟତ ସମ୍ବନ୍ଧରେ କିଛି ନୃତନ ଯୋଜନା କଣ ହେବା ଉଚିତ ?

– ଓଡ଼ିଆ ସାହିତ୍ୟର ଭୂତ ଭବିଷ୍ୟତ ନିଶ୍ଚିତ ଆମ ପରପିଢିଙ୍କ ଉପରେ ଭରସା। ଆମେ ଯେଉଁ ଢଙ୍ଗରେ ଓଡ଼ିଆ ସାହିତ୍ୟକୁ ଆଗକୁ ନେବା, ତା’ର ପ୍ରଭାବ ନିଶ୍ଚିତ ଆଗାମୀ ପିଢିଙ୍କ ଉପରେ ପଡ଼ିବ। ପ୍ରତ୍ୟେକ କ୍ଷେତ୍ରରେ ସାହିତ୍ୟର ଗୁଣ ମାନ ପରଖିବା ପାଇଁ କବି/ଲେଖକଙ୍କର Compitative mind ହେବା ଉଚିତ୍। ଏହାଦ୍ବାରା ଭଲ କବିତାମାନ ଫୁଟିଉଠି ଓଡ଼ିଆ ସାହିତ୍ୟର ମାନ ବୃଦ୍ଧି କରିହେବ।

 

୧୫- କେବେଠାରୁ ଆପଣଙ୍କୁ କବି ହେବାର ପରିଚୟ ମିଳିଲା ବୋଲି ଆପଣ ଅନୁଭବ କରୁଛନ୍ତି?

 ମୁଁ ନିଜକୁ କେବେ କବିଟିଏ ବୋଲି ଭାବିନି। ମୁଁ ତ ଏ କ୍ଷେତ୍ରରେ ବର୍ତ୍ତମାନ ସମ୍ପୂର୍ଣ୍ଣ ନୂଆ।ମୋ ପାଖରେ କାବ୍ୟିକ ଶବ୍ଦ, ଭାଷା ଜ୍ଞାନ କମ୍। ମୁଁ ସାହିତ୍ୟକୁ ବୁଝିପାରେ ବେଶୀ, ସୃଷ୍ଟି କରିପାରେ କମ୍। ଅନ୍ୟ କବି/ଲେଖକ ମୋ ଠାରୁ ବୟସରେ ଛୋଟ କି ବଡ ହୋଇଥାନ୍ତୁ, ସେମାନଙ୍କ ଲେଖା ମୋ ହୃଦୟକୁ ଛୁଇଁ ଗଲେ,ମୋ ମୁଣ୍ଡ ଆପେ ଆପେ ନଇଁ ଯାଏ ସେମାନଙ୍କ ପାଖରେ।

୧୬-ଆଜିକାଲି ସାହିତ୍ୟରେ ଅନଲାଇନର ପ୍ରବେଶକୁ ଆପଣ କେତେଦୂର ଗ୍ରହଣ କରିପାରୁଛନ୍ତି ?

 ସାହିତ୍ୟର ଅନ୍ ଲାଇନ୍ ପ୍ରବେଶ ନିଶ୍ଚୟ ସ୍ୱାଗତଯୋଗ୍ୟ।ଏହା ମାଧ୍ୟମରେ ଆମେ ଘରେ ବସି ସାହିତ୍ୟ ଚର୍ଚ୍ଚା କରିପାରୁଛୁ। ବିଭିନ୍ନ ପ୍ରକାର କବି/ଲେଖକଙ୍କ ବିଷୟରେ ଜାଣିପାରୁଛୁ।

୧୭- ଆମ ସୂର୍ଯ୍ୟୋଦୟ ଭାଷା ପ୍ରତିଷ୍ଠାନ  ସମଗ୍ର ବିଶ୍ଵ ସାହିତ୍ୟ ଜଗତର ଆଜି ଏକ ସୁନାମଧନ୍ୟ ସାହିତ୍ୟ ଅନୁଷ୍ଠାନ ରୂପେ ପରିଗଣିତ ।  ଆପଣଙ୍କ ମତାମତ କଣ। କିଛି ସୁଚିନ୍ତିତ ବାର୍ତ୍ତା ଦିଅନ୍ତୁ।

– ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ସମଗ୍ର ବିଶ୍ୱ ସାହିତ୍ୟ ଜଗତରେ ଏକ ସୁନାମଧନ୍ୟ ଅନୁଷ୍ଠାନ ଏଥିରେ ସନ୍ଦେହ ନାହିଁ। ଏଠାରେ ଉନ୍ନତ ମାନର ଲେଖା ସହିତ ଛୋଟଠାରୁ ବଡ ପର୍ଯ୍ୟନ୍ତ ସମସ୍ତଙ୍କୁ ସୁଯୋଗ ଦିଆଯାଉଛି ଏବଂ ନୂତନ ସମ୍ଭାବନା ସୃଷ୍ଟି କରାଯାଇପାରୁଛି।

୧୮- ଆପଣଙ୍କ ଦ୍ଵାରା କିଛି ସଂକଳନ ପ୍ରକାଶିତ ହୋଇଛି କି  ଏହା ସମ୍ପର୍କରେ  କିଛି କୁହନ୍ତୁ?

– ନା, ମୋ’ର ଏଯାବତ୍ କୌଣସି ସଂକଳନ କେଉଁ ପତ୍ରିକାରେ ପ୍ରକାଶ ପାଇନାହିଁ।

୧୯- ଆପଣଙ୍କ ର କୌଣସି ଲେଖା ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ର website (slfpoets.com) ରେ ପ୍ରକାଶିତ ହୋଇଛି କି। ଯଦି ହଁ ତେବେ ଆପଣ ଏହି website ବିଷୟରେ କିଛି କଥା ରଖିବେ କି?

– ହଁ ମୋ’ର ଗୋଟିଏ କବିତା “ଈଶ୍ୱରଙ୍କୁ ପ୍ରଶ୍ନ” ପାକ୍ଷିକ ପ୍ରତିଯୋଗିତାରେ ଭାଗନେଇ ଆନ୍ତର୍ଜାତୀୟ ସ୍ତରରେ ସ୍ଵୀକୃତି ଲାଭ କରି ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନର Websiteରେ ପ୍ରକାଶିତ ହୋଇଛି। ମୁଁ ଏଥିରେ ନୂଆ ପ୍ରବେଶ କରିଛି। Website ବିଷୟରେ ମୋର ଧାରଣା ନାହିଁ।

 

 

୨୦- ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ଏକ ଆନ୍ତର୍ଜାତିକ ଭାଷା ସାହିତ୍ୟ ପ୍ରତିଷ୍ଠାନ ବୋଲି ଆପଣ କିପରି ପ୍ରମାଣିତ କରିବେ?

 ଯାହା ମନର ଭାବନାକୁ ପରିପ୍ରକାଶ କରେ,ସିଏ ହେଉଚି ସାହିତ୍ୟ। ସାହିତ୍ୟ ହିଁ ସମସ୍ତଙ୍କର ହିତ ସାଧନ କରେ।

 

୨୧-ସାହିତ୍ୟ କହିଲେ କଣ ବୁଝନ୍ତି ଏକ କବିତା ମାଧ୍ୟମରେ ପ୍ରକାଶ କରନ୍ତୁ

ମୋ ଭାବନାରେ ସାହିତ୍ୟ

*****************

ଭାବନା ରାଇଜୁ ଶବ୍ଦ ମାନ ତୋଳି

      କବି’ଟି ସଜାଇ ଦିଏ

ଜାଣି ହୁଏନାହିଁ କେତେବେଳେ ତାହା

     ସାହିତ୍ୟ ଟେ ବନି ଯାଏ..

 

ସରଳ ସୁନ୍ଦର ସାହିତ୍ୟର ଭାଷା

        କବି ହୃଦୟର ପ୍ରାଣ

ଲେଖନୀ ତାଙ୍କର ସଦା ଜାଗ୍ରତ

       ସମାଜ ହିତରେ ଜାଣ..

 

ସାହିତ୍ୟ ସଭିଙ୍କ ଅଟେ ସହଚର

     ଏକଥା ଯେ ବୁଝିଥାଇ

ହାରେ ନାହିଁ କେବେ ଏ ବିଶ୍ୱ ସମାଜେ

    ଯେତେ ଦିନ ରହେ ଜୀଇଁ..

 

        🙏ଜୟ ଜଗନ୍ନାଥ 🙏

 

ଆପଣ ଆପଣଙ୍କ ବହୁମୂଲ୍ୟ ଚର୍ଚ୍ଚା ଚର୍ଚ୍ଚିତ ଜୀଵନାୟନରୁ ସମୟ ବାହାର କରି ଆମକୁ ସାକ୍ଷାତକାର ଦେଇଥିବାରୁ ଆମେ ସୂର୍ଯ୍ୟୋଦୟ ପରିବାର ବୃନ୍ଦ ଆପଣଙ୍କ ପାଖରେ ଆମର କୃତଜ୍ଞତା ଜ୍ଞାପନ କରୁଛୁ।

 

ଇତି

ଆପଣଙ୍କ ପ୍ରତିଭାମୁଗ୍ଧ

ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ

ଅଡା, ବାଲେଶ୍ଵର ଓଡିଶା

+91 6371 596 159, +91 79781 49416,+91 99217 15179, +91 94381 84795, 9340045335

Loading

Leave a Reply

Your email address will not be published. Required fields are marked *