March 29, 2024
11 11 11 AM
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
ALLUSIONS OF TENDENCIES – Manoj Kumar Panda
ALLUSIONS OF SHINE- Manoj Kumar Panda 
Latest Post
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023 ALLUSIONS OF TENDENCIES – Manoj Kumar Panda ALLUSIONS OF SHINE- Manoj Kumar Panda 

*Lets talk with Priyadarshini Mishra who hails from Kalahandi , Odisha for Suryodaya_Sambhranta_Saraswat_Samman – 2022* 

*Lets talk with Priyadarshini Mishra who hails from Kalahandi , Odisha for Suryodaya_Sambhranta_Saraswat_Samman – 2022* 

 

ପ୍ରିୟ

ସତୀର୍ଥ ସାହିତ୍ୟାତ୍ମନ

 

ସାଦରେ ଅଭିନନ୍ଦନ ଏବଂ ଶୁଭେଚ୍ଛା ଗ୍ରହଣ କରିବା ହେବେ। ଚଳିତ ବର୍ଷ ଆମ ପରିବାରର ଉଚ୍ଚ ମର୍ଯ୍ୟାଦା ସମ୍ପର୍ଣ୍ଣ ଅନ୍ତର୍ଜାତୀୟ ସ୍ୱୀକୃତି ପ୍ରାପ୍ତ ସମ୍ମାନ ସୂର୍ଯ୍ୟୋଦୟ-ସମ୍ଭ୍ରାନ୍ତ-ସାରସ୍ୱତ-ସମ୍ମାନ- ୨୦୨୨ ପାଇଁ ପାର୍ଥିପତ୍ର ଦାଖଲ ନିମିତ୍ତ ଆପଣଙ୍କ ନାମ ଆମ ପରିଚାଳନା କମିଟି , ଆଭ୍ୟନ୍ତରୀଣ କମିଟି ତଥା ଅନ୍ତର୍ଜାତୀୟ କମିଟି ଦ୍ୱାରା  ମନୋନୀତ ହୋଇଛି। ସେଥିପାଇଁ ଆଉଥରେ ଅଭିନନ୍ଦନ।

 

ତଳେ ପଚାରାଯାଇଥିବା ପ୍ରଶ୍ନ ଗୁଡିକ ର ଉତ୍ତର ନିଜ ମନ ବିବେକ ଏବଂ ଉତ୍ତମ ଚିତ୍ତ ରେ ରଖିବେ।

 

ନାମ-ଶ୍ରୀମତୀ ପ୍ରିୟଦର୍ଶିନୀ ମିଶ୍ର

 

*ପିତା ମାତା ଙ୍କ ନାମ*-ଶ୍ରୀଯୁକ୍ତ ରାଧାମୋହନ ମିଶ୍ର

 

ମାତା:- ଶ୍ରୀମତୀ ନିଳାନ୍ଦ୍ରୀ ମିଶ୍ର

 

ସ୍ୱାମୀ ଙ୍କ ନାମ :–ଶ୍ରୀଯୁକ୍ତ ଜନ୍ମେଜୟ ପଣ୍ଡା

 

ମହୀସ୍ପର୍ଶ ତାରିଖ/ଜନ୍ମଦିନ:–୩.୯ ୧୯୮୧

 

ଶିକ୍ଷା ଗତ ଯୋଗ୍ୟତା:– ବି.ଏ ( ହିନ୍ଦୀ ) ସହିତ 

(ରାଷ୍ଟ୍ରଭାଷା କୋବିଦ ;ରାଷ୍ଟ୍ରଭାଷା ରତ୍ନ)

 

ଜୁନାଗଡ଼ ଏଲ୍.ନି.ଶି ମିଶନ୍ ସି.ବି.ଏସ୍.ଇ ବିଦ୍ୟାଳୟ ରେ ୭ ବର୍ଷ

ହିନ୍ଦୀ ସାହିତ୍ୟରେ) ଶିକ୍ଷକତାର

 ଅଭିଜ୍ଞତା ରହିଛି 

୨୦୧୦-୧୧ ରେ *ଛତିଶଗଡ଼* ଡଲ୍’ଫିନ୍ ଇଣ୍ଟର୍’ନେସ୍’ନାଲ୍ ସ୍କୁଲ୍ ରେ 

ଏକ ବର୍ଷର ଶିକ୍ଷକତାର ଅଭିଜ୍ଞତା 

 ରହିଛି |

 

ମେଲ ଆଇଡି- [email protected]

 

 

 

୧- ନିଜ ସମ୍ପର୍କରେ ତଥା ଚର୍ଚ୍ଚା ଚର୍ଚ୍ଚିତ ନିଜ ଜୀବନ ବିଷୟରେ କିଛି କୁହନ୍ତୁ।

 

*ଉତ୍ତର*୧*:-ମୁଁ ଶ୍ରୀମତୀ ପ୍ରିୟଦର୍ଶିନୀ ମିଶ୍ର (ପ୍ରିୟ; ପ୍ରିୟା ) ମୋତେ ଗେଲରେ *ଝୁନୁ* ବୋଲି ବି ଡାକନ୍ତି ; ଜଣେ ଆମାୟିକ ଏବଂ ମାନବତା ପ୍ରିୟ ମହିଳା lସମଗ୍ର ବିଶ୍ଵକୁ ଭଲପାଇବା l ସମସ୍ତଙ୍କ ପ୍ରତି ଭ୍ରାତୃତ୍ଵଭାବ ରଖି ସ୍ନେହପୂର୍ଣ୍ଣ ଆଚାର-ବ୍ୟବହାର କରିବା ଏବଂ ମୋ ଦ୍ଵାରା କାହା ମନରେ ଆଘାତ ନ ହେଉ କି କାହାକୁ କଷ୍ଟ ନ ହେଉ ଏ ବିଷୟରେ ବିଶେଷ ଭାବରେ ଧ୍ୟାନ ରଖେ l

 

 

*୨-ସାହିତ୍ୟ ତଥା ଏହାର ଦୁନିଆ ଯାହାକୁ ସାରସ୍ୱତ ଦୁନିଆଁ କୁହାଯାଏ, ଆପଣଙ୍କ ବ୍ୟକ୍ତିଗତ ଜୀବନ ଉପରେ କେମିତି ପ୍ରଭାବ ପକାଇଛି ? କିଛି ବିଶେଷ ବ୍ୟକ୍ତିଗତ ଅନୁଭୂତି ବିଷୟରେ ଆମକୁ କହିବେ କି ?

 

*ଉତ୍ତର*୨*

*ଛୋଟ ବେଳେ ଯେତେବେଳେ ମୁଁ ସାହିତ୍ୟର ପ୍ରକୃତ ଅର୍ଥ ଜାଣିବାକୁ ପାଇଲି ; ଯେତେବେଳେ ନିଜେ ନିଜେ କିଛି ବୁଝିବାରେ ସାମର୍ଥ୍ୟ ହାସିଲ କଲି ସେତେବେଳେ ସପ୍ତମ ଶ୍ରେଣୀ ରେ ପଢୁଥିଲି ….ସାହିତ୍ୟ ପ୍ରତି ମୋ ଆଗ୍ରହ ମୋ ବାଲ୍ୟକାଳ ଗୁରୁମା’ ଶ୍ରୀମତୀ ତନ୍ମୟୀ ଅଗସ୍ତୀ ଏବଂ ହାଇସ୍କୁଲ ସମୟରେ ସ୍ଵର୍ଗତଃ କରୁଣାସିନ୍ଧୁ ଠାକୁରଙ୍କ ମାଧ୍ୟମରେ ପ୍ରବେଶ କରିଥିଲି |ନିଶ୍ଚିତ ଭାବରେ ସାହିତ୍ୟ ଏକ ସାରସ୍ଵତ ସାଧନା ଏବଂ ଦିବ୍ୟତା ଯୁକ୍ତ |ସାହିତ୍ୟ ସାଧନା ସବୁ ଦିଗରୁ ସତ୍ୟ-ଶିବ-ସୁନ୍ଦରତାର ଦର୍ଶନ କରାଏ | ଆତ୍ମତୃପ୍ତି …ଆତ୍ମସନ୍ତୁଷ୍ଟି ପ୍ରଦାନ କରେ | ମୁଁ ନିଜେ ଅତ୍ୟନ୍ତ ଖୁସି ଅନୁଭବ କରେ ଯେତେବେଳେ ମୋର କିଛି ସୃଷ୍ଟି ସମ୍ପୂର୍ଣ୍ଣ ହୁଏ ଏବଂ ପ୍ରଶଂସା ପାଏ|

 

୩- ଆପଣ ମୁଖ୍ୟତଃ କବିତା/ଗଳ୍ପ/ପ୍ରବନ୍ଧ/ ରମ୍ୟରଚନା ନା ଅନ୍ୟକିଛି ଲେଖା ଲେଖି କରନ୍ତି?

 

*ଉତ୍ତର*୩*

ସାହିତ୍ୟ ସାଧନା କ୍ଷେତ୍ରରେ ମୋର ପ୍ରଥମ ରୁଚି *କବିତା* .‌.ବିଶେଷ କରି *ପ୍ରକୃତି* ମୋର ପ୍ରିୟ ବିଷୟ | ଏହାପରେ ତଥ୍ୟ ସମ୍ବନ୍ଧୀୟ ପ୍ରବନ୍ଧ…ଶିଶୁମାନଙ୍କ ଉଦ୍ଦେଶ୍ୟରେ ନୀତିଶିକ୍ଷା ବିଶିଷ୍ଟ ଗଳ୍ପ ଲେଖିଛି | ରମ୍ୟରଚନା-ବ୍ୟଙ୍ଗାତ୍ମକ ରଚନା ପାଠକରିବାକୁ ..ଶ୍ରବଣ କରିବାକୁ ବେଶ୍ ଭଲପାଏ ହେଲେ ରମ୍ୟରଚନା ମୋ ଦ୍ଵାରା ଏତେ ଭଲ ହୋଇପାରେନି |ବର୍ତ୍ତମାନ ସବୁ ଦିଗପ୍ରତି ଧ୍ୟାନ ଦେଇ କବିତା ଲେଖେ | 

 

୪-ଆପଣଙ୍କ ମତରେ ଭଲ କବିତାଟିଏ ବା ଗପଟିଏ ଆମେ କାହାକୁ କହିବା?

 

*ଉତ୍ତର*୪*

 

ମୋ ମତରେ ଭଲ କବିତା ବା ଭଲ ଗଳ୍ପଟିଏ ତାହାକୁ କହିବା ଯାହା ପାଠକ/ ପାଠିକା ମାନଙ୍କ ପାଇଁ ଶିକ୍ଷଣୀୟ ହୋଇ ପାରୁଥିବ…କିଛି ଭଲ ବାର୍ତ୍ତା ପ୍ରଦାନ କରିପାରୁଥିବ ଏବଂ ଖୁସିପ୍ରଦାନ କରୁଥିବ ବା ମନୋରଞ୍ଜନ ମଧ୍ୟ କରିପାରୁଥିବ | 

 

୫- ଆପଣ ଆପଣଙ୍କ ଲେଖା ମାଧ୍ୟମରେ ସମାଜକୁ କଣ କହିବାକୁ ଭଲପାଆନ୍ତି?

*ଉତ୍ତର*୫*

ମୁଁ ମୋ ଲେଖନୀ ମାଧ୍ୟମରେ ସମାଜକୁ ଏତିକି କହିବାକୁ ଚାହିଁବି ଯେ – ଏ ସମ୍ପୂର୍ଣ୍ଣ ସମାଜ ଦିବ୍ୟମୟ ..ସତ୍ୟ-ଶିବ-ସୁନ୍ଦରତାଭରା |ତେଣୁ ଆମେ ମାନବ ସମାଜ ମାନବତା ଗୁଣକୁ ନ ଭୁଲି ସମସ୍ତେ ସମସ୍ତଙ୍କ ପ୍ରତି ସ୍ନେହ-ଶ୍ରଦ୍ଧା- ସମ୍ମାନର ଭାବ ପ୍ରଦର୍ଶନ ମୋ ଲେଖନୀ ମାଧ୍ୟମରେ ସମାଜକୁ କହିବାକୁ ଚାହିଁବି |

 

୬-ସାହିତ୍ୟ ଲେଖି ହୋଇଯାଏ ଅଥବା ଲେଖିବାକୁ ପଡେ ; ଆପଣଙ୍କ ବ୍ୟକ୍ତିଗତ ଅନୁଭୂତି ଏ ନେଇ  ?

 

*ଉତ୍ତର*୬*

 ଏ ବିଷୟରେ ଏତିକି କହିବାକୁ 

ଚାହିଁବି ଯେ- ଯେମିତି ସବୁ ଶାମୁକାରୁ ମୋତି ମିଳେନା ;ସେମିତି ସମସ୍ତଙ୍କ ମନରେ ସାହିତ୍ୟ ସୃଷ୍ଟିର ଆଗ୍ରହ ଥାଇ ନପାରେ | ତେବେ ସାହିତ୍ୟ ଲେଖିବା ପାଇଁ ଗୋଟିଏ କ୍ରିୟାଶୀଳ ମନ ଦରକାର; ଆମ ମନରେ ଯଦି କ୍ରିୟାଶୀଳତା ଥିବ …ଅନ୍ତଃଦୃଷ୍ଟି ବା କଳ୍ପନା ଶକ୍ତି ଥିବ ତେବେ ଯେ କୌଣସି ସ୍ଥାନରେ ସାହିତ୍ୟ ଲେଖିହେବ |

 

୭- ଜଣେ ଆଦର୍ଶ ସାହିତ୍ୟିକ ଭାବେ ସାରସ୍ୱତ ଧ୍ୟେୟ ଯାତ୍ରାରେ ସାରସ୍ବତୀୟ ସଫଳତା କହିଲେ କଣ ବୁଝନ୍ତି? ଆପଣ ଏପରି କିଛି ସଫଳତା ର ଅଧିକାରୀ/ଅଧିକାରିଣୀ ହୋଇଛନ୍ତି କି ? ସେ ବିଷୟରେ ଜଣାଇବା ହେବେ।

 

*ଉତ୍ତର*୭*

 ଏ ପ୍ରଶ୍ନର ଉତ୍ତରରେ ଏତିକି କହିବାକୁ ଚାହିଁବି ଯେ- ମୁଁ ଏ ଯାଏଁ ଏତେ ବଡ଼ ସାହିତ୍ୟିକା ହୋଇନି …ମୁଁ ଜଣେ ସାହିତ୍ୟ ସାଧିକା ମାତ୍ର …ମୋ ସାରସ୍ଵତ ସାଧନା ମାଧ୍ୟମରେ ସ୍ଵସୃଷ୍ଟି ମାଧ୍ୟମରେ କିଛି ସମ୍ବର୍ଦ୍ଧନା ମିଳିଛି ସିଂହଭୂମି ସ୍ଵର୍ଗତଃ ଦୁର୍ଗାଚରଣ ସାହିତ୍ୟ ସଂସଦ କେରା ତରଫରୁ *ପଶ୍ଚିମ ଓଡି଼ଶା ସାହିତ୍ୟ ଭାରତୀ* ସମ୍ମାନ ….ମାଟିଲଗ୍ନା ସାହିତ୍ୟ ଅନୁଷ୍ଠାନ ତରଫରୁ *ମାଟିଲଗ୍ନା କଳିଙ୍ଗ ସାରସ୍ଵତ ସମ୍ମାନ*…*ଆଜୀବନ ସାରସ୍ଵତ ସାଧିକା ସମ୍ମାନ* …..*ସନ୍ଥକବି ଭୀମଭୋଇ ପ୍ରଜ୍ଞା ଭାରତୀ* ସମ୍ମାନ ରେ ସମ୍ବର୍ଦ୍ଧନା ପାଇଛି |

 

..କିନ୍ତୁ ଏସବୁର ହକ୍’ଦାର ହେବା ପଛରେ ମୋର ଆଦର୍ଶ ମାନେ ହେଉଛନ୍ତି 

*ଶ୍ରୀମତୀ ତନ୍ମୟୀ ଅଗସ୍ତୀ ଜୀ*

*ଶ୍ରୀଯୁକ୍ତ ଜନ୍ମେଜୟ ପଣ୍ଡା ଜୀ (ମୋ ପତି)*

*ଶ୍ରୀମାନ ଶ୍ରୀକାନ୍ତ ପଣ୍ଡା ଜୀ*

*ଡ. ଅମୂଲ୍ୟ କୁମାର ନାୟକ ଜୀ*

*ଶ୍ରୀଯୁକ୍ତ ନିରଞ୍ଜନ ପଣ୍ଡା ଜୀ* 

*ଶ୍ରୀଯୁକ୍ତ ସୁନିଲ୍ କୁମାର ଅଗସ୍ତୀ ଜୀ*

*ଶ୍ରୀଯୁକ୍ତ ହିରେନ୍ଦ୍ର ସିଂଦେଓ ଜୀ*

 

ମୋ ସମସ୍ତ ସଫଳତାର ପଛରେ ଏଇ ସାରସ୍ଵତ ସୁସାହିତ୍ୟିକ ମାନଙ୍କର ବହୁତ ପ୍ରେରଣା ରହିଛି |

 

୮- ଆପଣଙ୍କ ର ପ୍ରିୟ ତତ୍କାଳୀନ ସାହିତ୍ୟ ପତ୍ରିକାଗୁଡ଼ିକ କ’ଣ?

 ଏବଂ ଆପଣଙ୍କ ର ପ୍ରିୟ ପିଲାଦିନର ପୁସ୍ତକ ଗୁଡ଼ିକ କ’ଣ ?

 

*ଉତ୍ତର*୮*:-

*ତତ୍କାଳିନ ସାହିତ୍ୟ ମଧ୍ୟରେ*:-

 

*ନବୀନ ସାହିତ୍ୟ ପତ୍ରିକା* 

*ବ୍ରତତୀ*

*….ପିଲାବେଳେ କେବଳ *ଜହ୍ନମାମୁଁ* …ଏହା ବ୍ୟତିତ ସବୁଠୁ ବେଶୀ *ମହାପୁରୁଷ ଙ୍କ ଜୀବନୀ଼* ପୁସ୍ତକ ଏବଂ *ସମାଜ* ..*ସମ୍ବାଦ* ପରି ଖବର କାଗଜ ପଢି଼ବା ବିଶେଷ ଭାବରେ ଭଲ ଲାଗେ | 

 

୯- ଶୁଣାଯାଏ ଆମ ଭାଷା ସାହିତ୍ୟରେ ଅହେତୁକ ଅଦୃଶ୍ୟ ଶକ୍ତି ଅନ୍ତର୍ନିହିତ ହୋଇ ରହିଛି ବୋଲି, ତେବେ ଆପଣଙ୍କର ଏପରି କିଛି ଅନୁଭବ ତଥା ଅନୁଭୂତି ରହିଛି କି ଉପରୋକ୍ତ ଉକ୍ତି କୁ ସତ୍ୟ ପ୍ରମାଣିତ କରିବା ପାଇଁ ?

 

*ଉତ୍ତର*୯*

ହଁ ..ନିଶ୍ଚିତ ଭାବରେ ସାହିତ୍ୟରେ ଏକ ଅନ୍ତର୍ନିହିତ ଶକ୍ତି ଅଛି | ମୋ ମତରେ ବିଷାଦଗ୍ରସ୍ତ ଜୀବନରେ ସକରାତ୍ମକ ଚିନ୍ତାଧାରା ସୃଷ୍ଟି କରିବାରେ ସାହିତ୍ୟର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି | ଜୀବନରେ ଯେତେବେଳେ ମନୋବଳ କ୍ଷୀଣ ହୋଇଯାଏ….ଅବା ମାନସିକ ଚାପ ଥାଏ …ଭଲ ସାହିତ୍ୟ ପୁସ୍ତକଟିଏ..ତାହା ଆଧ୍ୟାତ୍ମିକ ହୋଇଥାଉ‌…ରମ୍ୟରଚନା ହୋଇଥାଉ ‌….କାହାଣୀ ହୋଇଥାଉ ଆମ ମନକୁ ପରିବର୍ତ୍ତନ କରିବାରେ ବେଶ୍ ସହାୟକ ହୋଇପାରେ | ଗୋଟେ ଉଦାହରଣ …*ଆମର ଗ୍ରନ୍ଥ – ପୁରାଣ*…*ମହାପୁରୁଷଙ୍କ ଜୀବନୀ* ଅଥବା କାବ୍ୟ-କୃତି ଆମକୁ ବେଶ୍ ଆନନ୍ଦ ଦେଇଥାଏ… ନୂତନ ଦିଗଦର୍ଶନ ଦେଇଥାଏ….ମନକୁ ଦୃଢ଼ କରାଇଥାଏ |ଏସବୁ କୁ ଚିନ୍ତାକଲେ କହିପାରିବା ସାହିତ୍ୟରେ ଅନ୍ତର୍ନିହିତ ଶକ୍ତି ନିଶ୍ଚୟ ଅଛି |

 

୧୦- ଆମ ପ୍ରାଚୀନ ପାରମ୍ପରିକ ସାହିତ୍ୟ ଓ ଅଧୁନା ସାହିତ୍ୟ ମଧ୍ୟରେ ଫରକ କଣ ? ଏହାଦ୍ବାରା ସମାଜ ଉପରେ କେଉଁସବୁ ସକାରାତ୍ମକ ତଥା ନକରାତ୍ମକ ପ୍ରଭାବ ପଡୁଛି ସେ ବିଷୟରେ କିଞ୍ଚିତ ଆଲୋଚନା ରଖିବା ହେବେ କି ?

*ଉତ୍ତର*୧୦*

କେବଳ ସାହିତ୍ୟ ନୁହଁ ପ୍ରତ୍ୟେକ ସୃଷ୍ଟି ର କିଛି ସକାରାତ୍ମକ / ନକାରାତ୍ମକ ପ୍ରଭାବ ଅଛି ….ଏହା ଆମ ଦୃଷ୍ଟିକୋଣ ଉପରେ ନିର୍ଭର କରେ |

ମୋ ନିଜସ୍ଵ ମତରେ ପ୍ରାଚୀନ ପାରମ୍ପରିକ ସାହିତ୍ୟରେ କିଛି କିଛି କ୍ଳିଷ୍ଟ ଶବ୍ଦ ସମ୍ଭାର ଥିଲେ ମଧ୍ୟ ତାହା ନବରସପୂର୍ଣ୍ଣ ହୋଇପାରୁଥିଲା…ତା’ର ଭାବାର୍ଥ …ଉଦ୍ଦେଶ୍ୟ… ଏମିତିକି ବର୍ଣ୍ଣନା ଶୈଳୀ ଖୁବ୍ ଉଚ୍ଚକୋଟୀର ଏବଂ ଗଭୀର ଅନୁଶୀଳନର ପରିପ୍ରକାଶ ହୋଇପାରୁଥିଲା |ପ୍ରାଚୀନ ସାହିତ୍ୟରେ ଅନେକ ପ୍ରକାର ଛନ୍ଦ… ଏବଂ ତହିଁରେ ସୁର-ଲୟ-ତାଳର ବେଶ୍ ସମାବେଶ ଦେଖିବାକୁ ମିଳେ…

କିନ୍ତୁ ଆଜିକାଲି ଅଧିକାଂଶ କବି/ କବୀ ଆଧୁନିକ କାବ୍ୟ ଶୈଳୀରେ ଲେଖିବାକୁ ପସନ୍ଦ କରୁଛନ୍ତି | ଛନ୍ଦା ମୁକ୍ତ ଆଧୁନିକ କବିତାର ଭାବ ମଧ୍ୟା କିଛି କମ୍ ନୁହେଁ କିନ୍ତୁ ଯେତେବେଳେଅ ତହିଁରେ ଅତ୍ୟାଧୁନିକ ବିଦେଶୀ ଶବ୍ଦ ପ୍ରୟୋଗ କରାହେଉଛି କବିତାର ମାଧୁର୍ଯ୍ୟ ହ୍ରାସ ପାଇବା ସଙ୍ଗେ ସଙ୍ଗେ ଶୁଣିବାକୁ ମଧ୍ୟ ରୁଚିକର ଲାଗୁନି |ସର୍ବୋପରି ମୁଁ ଉଭୟ ପ୍ରାଚୀନ ଏବଂ ଆଧୁନିକ ସାହିତ୍ୟକୁ ଗ୍ରହଣ କରେ ଯାହା ବୋଧଗମ୍ୟ…ଅର୍ଥପୂର୍ଣ୍ଣ ଏବଂ ଶିକ୍ଷଣୀୟ ହୋଇଥିବ | 

 

୧୧ – ପାଠକୀୟ ଆଦୃତି, ପୁରସ୍କାର ନା ଆତ୍ମସନ୍ତୋଷ  ଆପଣଙ୍କ ସାରସ୍ଵତ ସାଧନା ଓ ସୃଜନଶୀଳତା  ଏମାନଙ୍କ ମଧ୍ୟରୁ କଣ ଆକାଂକ୍ଷା କରୁଥାଏ ?

 

*ଉତ୍ତର*୧୧*:-

 

ଯେ କୌଣସି କବି/ କବୀ କିମ୍ବା ଲେଖକଙ୍କ ପାଇଁ ପାଠକ /ପାଠିକା ଆଦୃତି ଖୁବ୍ ମହତ୍ତ୍ଵପୂର୍ଣ୍ଣ ବୋଲି ମୁଁ ଭାବେ …କାରଣ ଜଣେ ପାଠକ/ ପାଠିକା କୌଣସି ଆଲେଖ୍ୟ ପାଠ କରିଲା ପରେ ହିଁ ମନ୍ତବ୍ୟଟିଏ ରଖିବେ ଏବଂ ଏଇ ମନ୍ତବ୍ୟ କବି/ କବୀ କିମ୍ବା ଲେଖକଙ୍କୁ ବିଶେଷ ଭାବରେ ପ୍ରେରଣା ଯୋଗାଏ …ଏବଂ ସୃଜକଙ୍କ ଆଗ୍ରହକୁ ଶତ ଗୁଣିତ କରେ | ଜଣକ ପାଖରେ ଆଗ୍ରହ ଜନ୍ମାଇବାରେ ପାଠକୀୟ ଆଦୃତିର ଏକ ମହତ୍ତ୍ଵପୂର୍ଣ୍ଣ ଭୂମିକା ରହିଛି ଏବଂ ଏହା ହିଁ ଜଣକୁ ପୁରସ୍କାରର ହକଦାର କରେଇଥାଏ | 

 

 

୧୨-ଓଡ଼ିଆ ଭାଷା, ସାହିତ୍ୟର ବର୍ତ୍ତମାନ ଓ ଭବିଷ୍ୟତ ; ଆପଣ କେମିତି ଦେଖନ୍ତି ?

 

*ଉତ୍ତର*୧୨* 

 

ମୋତେ ଲାଗୁଛି ଆଜିକାଲି ଇଂରାଜୀ ମାଧ୍ୟମ ବିଦ୍ୟାଳୟ ବହୁଳ ମାତ୍ରାରେ ସ୍ଥାପନା ହେବା ଫଳରେ ସେଠି ଆମ ମାତୃଭାଷା ଓଡ଼ିଆ କୁ ଏତେ ପ୍ରାଧାନ୍ୟ ଦିଆଯାଉ ନାହିଁ ….ତେଣୁ ଶିଶୁମାନେ ମଧ୍ୟ ଭାଷା ସାହିତ୍ୟ ପ୍ରତି ସେତିକି ସଜାଗ ରହୁ ନାହାନ୍ତି କି ସେତିକି ଗୁରୁତ୍ଵ ଦେଉ ନାହାଁନ୍ତି | କିନ୍ତୁ ସୂର୍ଯ୍ୟୋଦୟ ପରି ଆହୁରି କେତେକ ଅନୁଷ୍ଠାନ ଭାଷା ସାହିତ୍ୟର ଅଗ୍ରଗତି ପାଇଁ ଅଣ୍ଟା ଭିଡି଼ କାମ କରୁଛନ୍ତି …ଶିଶୁମାନଙ୍କ ଆଗ୍ରହକୁ ନିଜ ମାତୃଭାଷା ପ୍ରତି ଟାଣିବା ପାଇଁ ପ୍ରତିଯୋଗିତା କରାହେଉଛି ଏବଂ ଏହାର ସୁପରିଣାମ ସ୍ଵରୂପ ଶିଶୁମାନେ ମଧ୍ୟ ବିଶେଷ ଆଗ୍ରହାନ୍ଵିତ ହେଉଛନ୍ତି | ମୋତେ ଲାଗୁଛି ଏମିତି ପ୍ରଚେଷ୍ଟା ଆମ ଓଡି଼ଆ ଭାଷା ସାହିତ୍ୟକୁ ନିଶ୍ଚୟ ଶୀର୍ଷ ସ୍ଥାନରେ ପହଞ୍ଚାଇବ | 

 

 

୧୩-ଯେଉଁମାନେ ନୂଆ ଆସୁଛନ୍ତି କବିତା କ୍ଷେତ୍ରକୁ ସେମାନଙ୍କୁ ଆପଣ କ’ଣ କହିବେ?

 

*ଉତ୍ତର*୧୩*

 

ମୁଁ ମଧ୍ୟ ଏ ଯାଏଁ ନିଜକୁ ନୂତନ ହିଁ ମାନିବି …କାରଣ ଏଇ ଦି ବର୍ଷ ହେବ ମୁଁ ଓଡି଼ଆ ଭାଷା ସାହିତ୍ୟରେ କାବ୍ୟ-କବିତା ସୃଷ୍ଟି କରୁଛି …କିନ୍ତୁ ତଥାପି ନବାଗତା ମାନଙ୍କୁ କହିବାକୁ ଚାହିଁବି ଯେ – ସାହିତ୍ୟ ସାଧନା ପୂଜା ସଦୃଶ ….ନିଜ ଆରାଧ୍ୟଙ୍କ ଆଶିର୍ବାଦ ସଦୃଶ ତେଣୁ ଯାହା ବି ସୃଷ୍ଟି କରୁଛନ୍ତି ତା ‘ ଅର୍ଥ…ଭାବାର୍ଥ… ଉଦ୍ଦେଶ୍ୟ ଏସବୁକୁ ଲକ୍ଷ୍ୟରେ ରଖି କିଛି ଶୀକ୍ଷଣୀୟ ଏବଂ ସୁବାର୍ତ୍ତାବାହକ ସୃଷ୍ଟି ସୃଜନ କରନ୍ତେ ତେବେ ଆମ ଓଡ଼ିଆ ଭାଷା ସାହିତ୍ୟକୁ ଲୋକେ ଲୋଭର ସହିତ …ଆକାଂକ୍ଷା ର ସହିତ ପାଠକରିବାକୁ ଇଚ୍ଛା ପ୍ରକାଶ କରନ୍ତେ | 

 

୧୪- ଓଡ଼ିଆ ସାହିତ୍ୟର ଭୂତ ଭବିଷ୍ୟତ ସମ୍ବନ୍ଧରେ କିଛି ନୃତନ ଯୋଜନା କ’ଣ ହେବା ଉଚିତ ?

 

*ଉତ୍ତର*୧୪*

ଅତୀତର ସାହିତ୍ୟ କୃତି ସବୁକୁ ସମ୍ମାନ ପ୍ରଦର୍ଶନ କରିବା ସହିତ ଲୁପ୍ତପ୍ରାୟ ହେଉଥିବା କାବ୍ୟ ସାହିତ୍ୟର ଶୈଳୀର ପୁନଃରୁଦ୍ଧାର କରି ନୂତନ ଓଡି଼ଆ ସାହିତ୍ୟ ସୃଜନୀକୁ ବଳିଷ୍ଠ କରିବା ପାଇଁ ଆମେ ସମସ୍ତେ ଚେଷ୍ଟାରତ ହେବା ଉଚିତ |

 

୧୫- କେବେଠାରୁ ଆପଣଙ୍କୁ କବି ହେବାର ପରିଚୟ ମିଳିଲା ବୋଲି ଆପଣ ଅନୁଭବ କରୁଛନ୍ତି?

 

*ଉତ୍ତର*୧୫*

 

ମୁଁ କବିଟିଏ ହେବାର ପରିଚୟ ଏଇ ଗୋଟିଏ ବର୍ଷ ପୂର୍ବରୁ ୨୦୨୧ ମାର୍ଚ୍ଚ ୨୪ …ବିଶ୍ଵ କବିତା ଦିବସ ଉଦ୍ଦେଶ୍ୟରେ ପ୍ରଥମ କରି ପ୍ରଥମ କବିତାଟି ଲେଖି ଶ୍ରେଷ୍ଠତା ହାସିଲ କରିଥିଲି ଏବଂ ସେଇ ସମୟରୁ ଗୋଟେ କବି ହେବାର ଗୌରବ ହାସଲ କରିଥିଲି |କିନ୍ତୁ ଏଇ କବିତା ସୃଷ୍ଟି କରିପାରିବାର ଆତ୍ମବିଶ୍ଵାସ ମୁଁ ମୋ ଗୁରୁମା’ ତନ୍ମୟୀ ଅଗସ୍ତୀ ଜୀ… ମହୋଦୟ ଶ୍ରୀକାନ୍ତ ପଣ୍ଡା ଜୀ…ଅମୂଲ୍ୟ ନାୟକ ଜୀ …ଏବଂ ରାଈରଞ୍ଜନ ନନ୍ଦ ଭାଇଙ୍କଠାରୁ ପାଇଥିଲି | 

 

୧୬-ଆଜିକାଲି ସାହିତ୍ୟରେ ଅନଲାଇନର ପ୍ରବେଶକୁ ଆପଣ କେତେଦୂର ଗ୍ରହଣ କରିପାରୁଛନ୍ତି ?

 

*ଉତ୍ତର ୧୬*

 

ମୋତେ ଲାଗୁଛି ସାହିତ୍ୟରେ ଅନ୍’ଲାଇନ୍ ପ୍ରବେଶ …ତାହା ୱାଟ୍ସ୍ ଏପ୍ ଗ୍ରୁପ୍ ହେଉ କି ଗୁଗୁଲ୍ ମିଟ୍ ହେଉ ..ଆମ ସମସ୍ତ ସାହିତ୍ୟ ସୃଜକଙ୍କ ପାଇଁ ଆଶିର୍ବାଦ ସ୍ଵରୂପ | 

ଏହା ମାଧ୍ୟମରେ ହିଁ ଆମେ ପରସ୍ପର ଙ୍କ ସୃଷ୍ଟି କୁ ଜାଣି ପାରୁଛୁ …ଚିହ୍ନି ପାରୁଛୁ ଏବଂ ପରସ୍ପରଠାରୁ ପ୍ରେରଣା ମଧ୍ୟ ପାଇ ପାରୁଛୁ |କିନ୍ତୁ ତଥାପି ସ୍ଥାନେ ସ୍ଥାନେ ଅନ୍ୟର ଅନୁମତି ବିନା ଜଣକର ନମ୍ବର ନେଇ ଅନ୍ୟର କାବ୍ୟକୃତି ଗୁଡି଼କୁ ବେଆଇନ ନିଜ ନାମଦେଇ ଭୁଲ୍ ପରିଚୟ ପାଇବାର ଉଦ୍ୟମ ହେଉଛି | ଯାହାକି ଜଣେ ଅସଲ ସୃଜକଙ୍କ ସୃଷ୍ଟି କୁ ଅପମାନ କିମ୍ବା ତାଙ୍କ ପରିଶ୍ରମ କୁ ଅବହେଳା କଲା ଭଳି ହେଉଛି | 

 

 

୧୭- ଆମ ସୂର୍ଯ୍ୟୋଦୟ ଭାଷା ପ୍ରତିଷ୍ଠାନ  ସମଗ୍ର ବିଶ୍ଵ ସାହିତ୍ୟ ଜଗତର ଆଜି ଏକ ସୁନାମଧନ୍ୟ ସାହିତ୍ୟ ଅନୁଷ୍ଠାନ ରୂପେ ପରିଗଣିତ ।  ଆପଣଙ୍କ ମତାମତ କଣ। କିଛି ସୁଚିନ୍ତିତ ବାର୍ତ୍ତା ଦିଅନ୍ତୁ।

 

*ଉତ୍ତର*୧୭*:-

 

ନିଃସନ୍ଦେହରେ ଏବଂ ନିଶ୍ଚିତ ଭାବରେ ମୁଁ ମାନୁଛି *ସୂର୍ଯ୍ୟୋଦୟ ଭାଷା ପ୍ରତିଷ୍ଠାନ* ସମଗ୍ର ବିଶ୍ଵ ସାହିତ୍ୟ ଜଗତରେ ଆଜି ଏକ ସୁନାମଧନ୍ୟ ସାହିତ୍ୟ ଅନୁଷ୍ଠାନ ରୂପେ ପରିଗଣିତ | 

 

ମୁଁ କେବଳ ଏତେ କହିବାକୁ ଚାହିଁବି ଉକ୍ତ ଅନୁଷ୍ଠାନରେ ଯେଉଁ ମାନେ ଆନ୍ତର୍ଜାତୀୟ ସ୍ତରରେ ବିପୁଳ ଜନପ୍ରିୟତା ପାଇସାରିଛନ୍ତି …ସେମାନେ ଯଦି ଆଗାମୀ ଭାଷା ସାହିତ୍ୟ ପ୍ରେମୀଙ୍କର ପଥପ୍ରଦର୍ଶକ ଭାବରେ ସେମାନଙ୍କୁ ଉତ୍ସାହିତ କରନ୍ତେ ତେବେ ଏହି ଅନୁଷ୍ଠାନ ରୁ ଅନେକ ଏମିତି ସ୍ରଷ୍ଟା ଆନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରି ଆମ ରାଜ୍ୟର ଭାଷାକୁ ଆହୁରି ବିସ୍ତାରିତ ହେବାରେ ସହାୟକ ହୋଇ ପାରନ୍ତେ |

 

୧୮- ଆପଣଙ୍କ ଦ୍ଵାରା କିଛି ସଂକଳନ ପ୍ରକାଶିତ ହୋଇଛି କି  ଏହା ସମ୍ପର୍କରେ  କିଛି କୁହନ୍ତୁ?

 

*ଉତ୍ତର*୧୮*

ନା..ମୋର ସାହିତ୍ୟ ସାଧନା ଜାରି ତ

ରହିଛି କିନ୍ତୁ ଏ ଯାଏଁ କୌଣସି ସଂକଳନ ପ୍ରକାଶ ପାଇନି | 

 

୧୯- ଆପଣଙ୍କ ର କୌଣସି ଲେଖା ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ର website (slfpoets.com) ରେ ପ୍ରକାଶିତ ହୋଇଛି କି। ଯଦି ହଁ ତେବେ ଆପଣ ଏହି website ବିଷୟରେ କିଛି କଥା ରଖିବେ କି?

 

*ଉତ୍ତର*୧୯* 

ହଁ …କେବଳ ଦୁଇ ଥର *ମାନବିକତା* ଏବଂ *ପ୍ରେମ ହିଁ କେବଳମ୍* ଏ ଦୁଇଟି ପ୍ରତିଯୋଗିତା ମୂଳକ କବିତା ଉକ୍ତ ଅନୁଷ୍ଠାନର ୱେବସାଇଟ୍ ରେ ( slfpoets.com) ରେ ପ୍ରକାଶିତ ହୋଇଛି | ଏହାଦ୍ଵାରା ସୃଜକଙ୍କ ସୃଷ୍ଟି ସର୍ଜନା କରିବା ଆଗ୍ରହ ବୃଦ୍ଧି ହେଉଛି ଏବଂ ନୂତନ କବି/ ଲେଖକ ମାନଙ୍କୁ ଦେଶ- ବିଦେଶରେ ମଧ୍ୟ ପରିଚୟ ମିଳି ପାରୁଛି ଯାହା କି ଉଭୟ ସ୍ରଷ୍ଟା ଓ ଅନୁଷ୍ଠାନ ପାଇଁ ଗୌରବର ବିଷୟ |

 

୨୦- ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ଏକ ଆନ୍ତର୍ଜାତିକ ଭାଷା ସାହିତ୍ୟ ପ୍ରତିଷ୍ଠାନ ବୋଲି ଆପଣ କିପରି ପ୍ରମାଣିତ କରିବେ?

 

*ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ* ଏକ ଆନ୍ତର୍ଜାତୀୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ହୋଇ ସାରିଲାଣି ….କେବଳ ଆମ ରାଜ୍ୟ ନୁହେଁ ବରଂ ଦେଶ-ବିଦେଶର ଅନେକ ବିଶିଷ୍ଟ କବି / କବୀ ଏଇ ଅନୁଷ୍ଠାନ ସହ ଜଡି଼ତ ଅଛନ୍ତି …ଭାରତର କୋଣ ଅନୁକୋଣ ସହିତ ଶ୍ରୀଲଙ୍କା, ଭୁଟାନ,ନେପାଳ,ନାଇଜେରିଆ, ଆର୍ଜେଣ୍ଟିନା,ବିଶ୍ଵର କୋଣ-ଅନୁକୋଣରୁ ସାରସ୍ଵତ ସାଧକ / ସାଧିକା ଏଇ ଅନୁଷ୍ଠାନ 

ସହ ଯୋଡି଼ ହୋଇଛନ୍ତି | ଯାହା କେବଳ ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ପାଇଁ ଅତି ଗୌରବମୟ କୀର୍ତ୍ତି ଅଟେ |

 

୨୧-ସାହିତ୍ୟ କ ହିଲେ କ’ଣ ବୁଝନ୍ତି ଏକ କବିତା ମାଧ୍ୟମରେ ପ୍ରକାଶ କରନ୍ତୁ

 

            *ସାହିତ୍ୟ* 

 

  ଶାସ୍ତ୍ରଟେ ଏମିତି ସୁଜ୍ଞାନର ଜ୍ୟୋତି

         ସମାଜର କରେ ହିତ 

ସ୍ନେହ-ଶ୍ରଦ୍ଧା-ବିଶ୍ଵପ୍ରେମ ଆହ୍ଵାନରେ

        ସର୍ବମନ କରେ ତୃପ୍ତ 

     ଦିଏ ଶିକ୍ଷା କେତେ ତଥ୍ୟ

କାବ୍ୟ-ଗଳ୍ପ-ଉପନ୍ୟାସ-ଜୀବନୀରେ 

    ଭରା ଗ୍ରନ୍ଥଟି *ସାହିତ୍ୟ* ||

 

ଆପଣ ଆପଣଙ୍କ ବହୁମୂଲ୍ୟ ଚର୍ଚ୍ଚା ଚର୍ଚ୍ଚିତ ଜୀଵନାୟନରୁ ସମୟ ବାହାର କରି ଆମକୁ ସାକ୍ଷାତକାର ଦେଇଥିବାରୁ ଆମେ ସୂର୍ଯ୍ୟୋଦୟ ପରିବାର ବୃନ୍ଦ ଆପଣଙ୍କ ପାଖରେ ଆମର କୃତଜ୍ଞତା ଜ୍ଞାପନ କରୁଛୁ।

 

ଇତି

ଆପଣଙ୍କ ପ୍ରତିଭାମୁଗ୍ଧ

ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ

ଅଡା, ବାଲେଶ୍ଵର ଓଡିଶା

+91 6371 596 159, +91 79781 49416,+91 99217 15179, +91 94381 84795, 9340045335

Loading

Leave a Reply

Your email address will not be published. Required fields are marked *