July 05, 2022
11 11 11 AM
କମ୍ଭୁ-କଟକ ରେ କୋଟି ବ୍ରହ୍ମାଣ୍ତ ନାୟକ–ପବିତ୍ର ବେହେରା
*ଈଶ୍ବରଙ୍କୁ ପ୍ରଶ୍ନ–ହୃଦୟ ରଞ୍ଜନ ପରିଡ଼ା*
ବୁନ୍ଦାଏ ଲୁହ — ଭାରତୀ ପଣ୍ଡା
ବୁନ୍ଦାଏ ଲୁହ — ତପସ୍ୱିନୀ ଜେନା
ବୁନ୍ଦାଏ ଲୁହ — ନିର୍ମଳ ବାରିକ
ବୁନ୍ଦାଏ ଲୁହ — ସରୋଜ କୁମାର ସାହୁ
ବୁନ୍ଦାଏ ଲୁହ — ଚୁମକି ଦାସ
ବୁନ୍ଦାଏ ଲୁହ — ସୁଧାଂଶୁ ଗିରି
ବୁନ୍ଦାଏ ଲୁହ — ଜ୍ଞାନ ରଞ୍ଜନ ନାୟକ
ବୁନ୍ଦାଏ ଲୁହ — ମୁକ୍ତିରାଣୀ ଦେବତା
A spoon of tears —  Ratikanta Samal
A spoon of tears — Chinmayee Mohapatra
A spoon of tears — Sreekanta Panda
A spoon of tears — Dr.Satish C.Srivastava
A spoon of Tears — Shiw Shankar Shaw
A spoon of Tears — Pankajam Kottarath
A spoon of Tears — Bagawath Bhandari
A spoon of Tears — Afrose Saad
ବୁନ୍ଦାଏ ଲୁହ — ଭାରତୀ ପଣ୍ଡା
ବୁନ୍ଦାଏ ଲୁହ — ସ୍ୱାଗତିକା ବେହେରା
Latest Post
କମ୍ଭୁ-କଟକ ରେ କୋଟି ବ୍ରହ୍ମାଣ୍ତ ନାୟକ–ପବିତ୍ର ବେହେରା *ଈଶ୍ବରଙ୍କୁ ପ୍ରଶ୍ନ–ହୃଦୟ ରଞ୍ଜନ ପରିଡ଼ା* ବୁନ୍ଦାଏ ଲୁହ — ଭାରତୀ ପଣ୍ଡା ବୁନ୍ଦାଏ ଲୁହ — ତପସ୍ୱିନୀ ଜେନା ବୁନ୍ଦାଏ ଲୁହ — ନିର୍ମଳ ବାରିକ ବୁନ୍ଦାଏ ଲୁହ — ସରୋଜ କୁମାର ସାହୁ ବୁନ୍ଦାଏ ଲୁହ — ଚୁମକି ଦାସ ବୁନ୍ଦାଏ ଲୁହ — ସୁଧାଂଶୁ ଗିରି ବୁନ୍ଦାଏ ଲୁହ — ଜ୍ଞାନ ରଞ୍ଜନ ନାୟକ ବୁନ୍ଦାଏ ଲୁହ — ମୁକ୍ତିରାଣୀ ଦେବତା A spoon of tears —  Ratikanta Samal A spoon of tears — Chinmayee Mohapatra A spoon of tears — Sreekanta Panda A spoon of tears — Dr.Satish C.Srivastava A spoon of Tears — Shiw Shankar Shaw A spoon of Tears — Pankajam Kottarath A spoon of Tears — Bagawath Bhandari A spoon of Tears — Afrose Saad ବୁନ୍ଦାଏ ଲୁହ — ଭାରତୀ ପଣ୍ଡା ବୁନ୍ଦାଏ ଲୁହ — ସ୍ୱାଗତିକା ବେହେରା

*Lets talk with Pratima Satapathy who hails from Jajpur , Odisha for Suryodaya Sambhranta Saraswat Samman – 2022*

*Lets talk with Pratima Satapathy who hails from Jajpur , Odisha for Suryodaya Sambhranta Saraswat Samman – 2022*

ପ୍ରିୟ
ସତୀର୍ଥ ସାହିତ୍ୟାତ୍ମନ

ସାଦରେ ଅଭିନନ୍ଦନ ଏବଂ ଶୁଭେଚ୍ଛା ଗ୍ରହଣ କରିବା ହେବେ। ଚଳିତ ବର୍ଷ ଆମ ପରିବାରର ଉଚ୍ଚ ମର୍ଯ୍ୟାଦା ସମ୍ପର୍ଣ୍ଣ ଅନ୍ତର୍ଜାତୀୟ ସ୍ୱୀକୃତି ପ୍ରାପ୍ତ ସମ୍ମାନ ସୂର୍ଯ୍ୟୋଦୟ-ସମ୍ଭ୍ରାନ୍ତ-ସାରସ୍ୱତ-ସମ୍ମାନ- ୨୦୨୨ ପାଇଁ ପାର୍ଥିପତ୍ର ଦାଖଲ ନିମିତ୍ତ ଆପଣଙ୍କ ନାମ ଆମ ପରିଚାଳନା କମିଟି , ଆଭ୍ୟନ୍ତରୀଣ କମିଟି ତଥା ଅନ୍ତର୍ଜାତୀୟ କମିଟି ଦ୍ୱାରା  ମନୋନୀତ ହୋଇଛି। ସେଥିପାଇଁ ଆଉଥରେ ଅଭିନନ୍ଦନ।

ତଳେ ପଚାରାଯାଇଥିବା ପ୍ରଶ୍ନ ଗୁଡିକ ର ଉତ୍ତର ନିଜ ମନ ବିବେକ ଏବଂ ଉତ୍ତମ ଚିତ୍ତ ରେ ରଖିବେ।

ନାମ -ପ୍ରତିମା ଶତପଥି.
ପିତା – √ କାଳନ୍ଦୀ ଚରଣ ମିଶ୍ର.
ମାତା -√ରାଜରାଣୀ ମିଶ୍ର.
ସ୍ୱାମୀ -√ରାମଚନ୍ଦ୍ର ଶତପଥି.
ଜନ୍ମ -10.01.1961
ଶିକ୍ଷାଗତ ଯୋଗ୍ୟତା – ମୋର. ଶିକ୍ଷା ଗତ ଯୋଗ୍ୟତା ମାଟ୍ରିକ.1978.
Mail I, D, ramasatpathy@gmail.com.

୧- ନିଜ ସମ୍ପର୍କରେ ତଥା ଚର୍ଚ୍ଚା ଚର୍ଚ୍ଚିତ ନିଜ ଜୀବନ ବିଷୟରେ କିଛି କୁହନ୍ତୁ।
ମୁଁ ସାଧାରଣ ଗୃହିଣୀ ଟିଏ. ଶାନ୍ତ ସରଳ ଭାବରେ ବଞ୍ଚିବାକୁ ଜୀବନର ଲକ୍ଷ୍ୟ.
୨- ସାହିତ୍ୟ ତଥା ଏହାର ଦୁନିଆ ଯାହାକୁ ସାରସ୍ୱତ ଦୁନିଆ କୁହାଯାଏ, ଆପଣଙ୍କ ବ୍ୟକ୍ତିଗତ ଜୀବନ ଉପରେ କେମିତି ପ୍ରଭାବ ପକାଇଛି ? କିଛି ବିଶେଷ ବ୍ୟକ୍ତିଗତ ଅନୁଭୂତି ବିଷୟରେ ଆମକୁ କହିବେ କି ?
ସାହିତ୍ୟ ଆମର ମାତୃଭାଷା, ଏହା ଆଗକୁ ଆଗକୁ ବଢି ଚାଲୁ ଏହା ମୋର ଉଦ୍ଦେଶ୍ୟ.
୩- ଆପଣ ମୁଖ୍ୟତଃ କବିତା/ଗଳ୍ପ/ପ୍ରବନ୍ଧ/ ରମ୍ୟରଚନା ନା ଅନ୍ୟକିଛି ଲେଖା ଲେଖି କରନ୍ତି?
ମୁଁ କବିତା, ଗଳ୍ପ, ପ୍ରବନ୍ଧ ଭଜନ, ବଡ଼ ମଣିଷଙ୍କ ଜୀବନୀ ଇତ୍ୟାଦି ଲେଖେ .
୪-ଆପଣଙ୍କ ମତରେ ଭଲ କବିତାଟିଏ ବା ଗପଟିଏ ଆମେ କାହାକୁ କହିବା?
ଯେଉଁ କବିତା, ବା ଗଳ୍ପ, କିଛି ସମାଜକୁ ଶିକ୍ଷା, ବା ସଚେତନ ବାର୍ତ୍ତା ଦେଇ ପାରୁଥିବ ତାହାକୁ ଭଲ କବିତା ବା ଗଳ୍ପ କୁହାଯିବ.
୫- ଆପଣ ଆପଣଙ୍କ ଲେଖା ମାଧ୍ୟମରେ ସମାଜକୁ କଣ କହିବାକୁ ଭଲପାଆନ୍ତି?
ସମାଜରେ ଶାନ୍ତି, ଶୃଙ୍ଖଳାର ବାତାବରଣ ସୃଷ୍ଟି ହେଉ, ସମସ୍ତେ ଆନନ୍ଦରେ ରହନ୍ତୁ ଏହା ମୋ ଲେଖାର ଲକ୍ଷ୍ୟ.
୬-ସାହିତ୍ୟ ଲେଖି ହୋଇଯାଏ ଅଥବା ଲେଖିବାକୁ ପଡେ ; ଆପଣଙ୍କ ବ୍ୟକ୍ତିଗତ ଅନୁଭୂତି ଏ ନେଇ  ?
ସାହିତ୍ୟ ଲେଖି ହୋଇଯାଏ ନାହିଁ, କି ତାକୁ ଲେଖିବାକୁ ପଡ଼େନାହିଁ. ବିଭୁ କୃପା ବିନା ସାହିତ୍ୟ ସୃଷ୍ଟି ହୋଇପାରେ ନାହିଁ. ସେଥିପାଇଁ ଗୀତାରେ ଭଗବାନ କହିଛନ୍ତି.
ମୁଁ ଯାକୁ ହୁଅଇ ସଦୟ
ଜ୍ଞାନ ତା ହୃଦୟୁ ଉଦୟ. ଏହା ମୋର ବିଶ୍ୱାସ.

୭- ଜଣେ ଆଦର୍ଶ ସାହିତ୍ୟିକ ଭାବେ ସାରସ୍ୱତ ଧ୍ୟେୟ ଯାତ୍ରାରେ ସାରସ୍ବତୀୟ ସଫଳତା କହିଲେ କଣ ବୁଝନ୍ତି? ଆପଣ ଏପରି କିଛି ସଫଳତା ର ଅଧିକାରୀ/ଅଧିକାରିଣୀ ହୋଇଛନ୍ତି କି ? ସେ ବିଷୟରେ ଜଣାଇବା ହେବେ।
ଯେଉଁ ଲେଖା ପାଠକଙ୍କୁ ଆନନ୍ଦ ପ୍ରଦାନ କରିପାରେ,ବା ସମାଜରେ କିଛି ପରିବର୍ତ୍ତନ ଆଣିପାରେ, ତାହା ଜଣେ ସାହିତ୍ୟିକ ର ସଫଳତା.।

୮- ଆପଣଙ୍କ ର ପ୍ରିୟ ତତ୍କାଳୀନ ସାହିତ୍ୟ ପତ୍ରିକାଗୁଡ଼ିକ କ’ଣ?
ଏବଂ ଆପଣଙ୍କ ର ପ୍ରିୟ ପିଲାଦିନର ପୁସ୍ତକ ଗୁଡ଼ିକ କ’ଣ ?
ମୁଁ ପାଠ ପଢିଲା ବେଳେ ଆଜିକାଲି ଭଳି ଏତେ ପତ୍ରିକା ମିଳୁ ନ ଥିଲା. ଶିଶୁ ଲେଖା, ଝଙ୍କାର , ସମାଜ ପତ୍ରିକାଏହିପରି କିଛି କିଛି ମୋର ମନେ ଅଛି. ପିଲାଦିନେ ତ ପାଠ ପଢ଼ା ବହି, ଛୁଟିରେ ମୁଁ ରାଧାନାଥ ଗ୍ରନ୍ଥାବ ଳୀ, ଗଙ୍ଗାଧର ଗ୍ରନ୍ଥା ବଳି , ଏମିତି କବି ଉପେନ୍ଦ୍ର ଭଞ୍ଜ ଙ୍କ ଲେଖା ସବୁ ପଢେ.

୯- ଶୁଣାଯାଏ ଆମ ଭାଷା ସାହିତ୍ୟରେ ଅହେତୁକ ଅଦୃଶ୍ୟ ଶକ୍ତି ଅନ୍ତର୍ନିହିତ ହୋଇ ରହିଛି ବୋଲି, ତେବେ ଆପଣଙ୍କର ଏପରି କିଛି ଅନୁଭବ ତଥା ଅନୁଭୂତି ରହିଛି କି ଉପରୋକ୍ତ ଉକ୍ତି କୁ ସତ୍ୟ ପ୍ରମାଣିତ କରିବା ପାଇଁ ?

ହଁ ମୁଁ ଏଥିରେ ଏକମତ. ମୁଁ ଛୋଟ ବେଳରୁ ବହି ପଢିବାକୁ ବହୁତ ଭଲପାଏ. କିନ୍ତୁ, କେବେ କିଛି ଲେଖି ନ ଥିଲି, ମୋ ବାପାଙ୍କ ମୃତ୍ୟୁ ମୋତେ ଏପରି ପରିସ୍ଥିତି ରେ ପକାଇ ଦେଲା. ମୁଁ ପ୍ରଥମେ ଭଗବାନ ଙ୍କ ପାଖରେ କାନ୍ଦି, କାନ୍ଦି. ଗୋଟିଏ ଗୀତ ଲେଖିଲି. ଏହା ମୋର ଅନୁଭୂତି.
୧୦- ଆମ ପ୍ରାଚୀନ ପାରମ୍ପରିକ ସାହିତ୍ୟ ଓ ଅଧୁନା ସାହିତ୍ୟ ମଧ୍ୟରେ ଫରକ କଣ ? ଏହାଦ୍ବାରା ସମାଜ ଉପରେ କେଉଁସବୁ ସକାରାତ୍ମକ ତଥା ନକରାତ୍ମକ ପ୍ରଭାବ ପଡୁଛି ସେ ବିଷୟରେ କିଞ୍ଚିତ ଆଲୋଚନା ରଖିବା ହେବେ କି ?
ପ୍ରାଚୀନ ସାହିତ୍ୟ ରେ ବିଭିନ୍ନ ଛନ୍ଦ, ଅଳଙ୍କାର. ଶବ୍ଦ ର ପ୍ରୟୋଗ, ବର୍ତ୍ତମାନ ଆଧୁନିକ ସାହିତ୍ୟରେ ଦେଖା ଯାଉନାହିଁ.
୧୧ – ପାଠକୀୟ ଆଦୃତି, ପୁରସ୍କାର ନା ଆତ୍ମସନ୍ତୋଷ  ଆପଣଙ୍କ ସାରସ୍ଵତ ସାଧନା ଓ ସୃଜନଶୀଳତା  ଏମାନଙ୍କ ମଧ୍ୟରୁ କଣ ଆକାଂକ୍ଷା କରୁଥାଏ ?
ପାଠକୀୟ ଆଦୃତି, ମିଳିଲେ ଆତ୍ମସନ୍ତୋଷ ମିଳିବ. ପୁରସ୍କାର ବା ମାନ ପତ୍ର ଏହାକୁ ଆଶା କରିବା ମୋ ମତରେ ଠିକ ନୁହେଁ।

୧୨-ଓଡ଼ିଆ ଭାଷା, ସାହିତ୍ୟର ବର୍ତ୍ତମାନ ଓ ଭବିଷ୍ୟତ ; ଆପଣ କେମିତି ଦେଖନ୍ତି ?
ସତ କଥା କହିଲେ ଆମ ର ଭାଷା ସାହିତ୍ୟ କୁ ଆମେ ହିଁ. ନଷ୍ଟ କରୁଛେ, ଆମେ ଓଡ଼ିଆ କହୁଛେ ଗୋଟେ କିନ୍ତୁ କରୁଛେ କିଛି ଅଲଗା.।
୧୩-ଯେଉମାନେ ନୂଆ ଆସୁଛନ୍ତି କବିତା କ୍ଷେତ୍ରକୁ ସେମାନଙ୍କୁ ଆପଣ କ’ଣ କହିବେ?
ଯେଉଁ ମାନେ କବିତା କ୍ଷେତ୍ରକୁ ନୂଆ ଆସୁଛନ୍ତି ସେମାନଙ୍କୁ ମୁଁ ବହୁତ ଆଗ୍ରହର ସହିତ ସ୍ୱାଗତ କରୁଛି, କାହିଁକି ଆମେ ସବୁ ବୟସ୍କ ହୋଇଗଲୁଣି, ସେମାନେ ଦେଶ ଜାତିର ଭବିଷ୍ୟତ. ସେମାନଙ୍କର ବୁଦ୍ଧି, ବିଦ୍ୟା ଅଧିକ, ତେଣୁ ସେମାନେଚେଷ୍ଟା କଲେ ସାହିତ୍ୟର ବହୁତ ଉନ୍ନତି ହୋଇ ପାରିବ.
୧୪- ଓଡ଼ିଆ ସାହିତ୍ୟର ଭୂତ ଭବିଷ୍ୟତ ସମ୍ବନ୍ଧରେ କିଛି ନୃତନ ଯୋଜନା କଣ ହେବା ଉଚିତ ?
ସମସ୍ତେ ସମସ୍ତଙ୍କୁ ଭଲ ଭାବରେ ପଢିବା ସହିତ ଏକ ସୁସ୍ଥ ସମୀକ୍ଷାର ଆବଶ୍ୟକତା ରହିଛି , ହେଲେ ତାହା ଆଜିକାଲି ହେଉ ନାହିଁ ସେ ବିଷୟରେ କୌଣସି ସଂସ୍କାର ଅଣାଗଲେ ଖୁଵ ଭଲ ହୁଅନ୍ତା ବୋଲି ମୋର ନିଜସ୍ୱ ମତ।
୧୫- କେବେଠାରୁ ଆପଣଙ୍କୁ କବି ହେବାର ପରିଚୟ ମିଳିଲା ବୋଲି ଆପଣ ଅନୁଭବ କରୁଛନ୍ତି?
ମୁଁ ଦୁଇହଜାର ଦୁଇ ମସିହାରୁ ଲେଖା ଲେଖି କରୁଛି, କିନ୍ତୁ ମୋର ପ୍ରଥମ ବହି ଗୀତିକାବ୍ୟ ଯେତେବେଳେ କଟକର ରାମଚନ୍ଦ୍ର ଭବନରେ ଉନ୍ମୋଚନ ହେଲା ସେତେବେଳେ ମୁଁ ବହୁତ ଖୁସି ହୋଇ ଯାଇଥିଲି.
୧୬-ଆଜିକାଲି ସାହିତ୍ୟରେ ଅନଲାଇନର ପ୍ରବେଶକୁ ଆପଣ କେତେଦୂର ଗ୍ରହଣ କରିପାରୁଛନ୍ତି ?
ଆଜିକାଲି ଅନ ଲାଇନ ପ୍ରବେଶ କୁ ମୁଁ ସ୍ୱାଗତ କରୁଛି, କାରଣ କରୋନା ସମୟରେ ସବୁ ଗ୍ରୁପ ର କବି, ଲେଖକ ମାନେ ଅନ ଲାଇନ ରେ ହିଁ ଆସର କାର୍ଯ୍ୟ କରୁଥିଲେ.
୧୭- ଆମ ସୂର୍ଯ୍ୟୋଦୟ ଭାଷା ପ୍ରତିଷ୍ଠାନ  ସମଗ୍ର ବିଶ୍ଵ ସାହିତ୍ୟ ଜଗତର ଆଜି ଏକ ସୁନାମଧନ୍ୟ ସାହିତ୍ୟ ଅନୁଷ୍ଠାନ ରୂପେ ପରିଗଣିତ ।  ଆପଣଙ୍କ ମତାମତ କଣ। କିଛି ସୁଚିନ୍ତିତ ବାର୍ତ୍ତା ଦିଅନ୍ତୁ।
ମୁଁ ତ ଏବେ ସୂର୍ଯ୍ୟୋଦୟ ଭାଷା ପ୍ରତିଷ୍ଠାନ ରେ ନୂଆ join କରିଛି, ସେ ବାବଦରେ ବିଶେଷ କିଛି କହି ପାରିବିନି, ତଥାପି ମୋର ବିଶ୍ୱାସ ମୋର ପିଲାମାନେ ଏହି ଅନୁଷ୍ଠାନ କୁ ଭାଷା, ସାହିତ୍ୟର ଶିଖର ପ୍ରଦେଶ ରେ ପହଞ୍ଚାଇ ପାରିବେ.

୧୮- ଆପଣଙ୍କ ଦ୍ଵାରା କିଛି ସଂକଳନ ପ୍ରକାଶିତ ହୋଇଛି କି  ଏହା ସମ୍ପର୍କରେ  କିଛି କୁହନ୍ତୁ?
ମୋର ଗୋଟିଏ ବହି ଗୀତିକାବ୍ୟ ବିଷୟରେ ମୁଁ ଆଗରୁ କହିଛି.ଏଥିରେ ଭଜନ ଓ ବଡ଼ ମଣିଷଙ୍କ ଜୀବନୀ ଲେଖା ହୋଇଛି.ଆଉ ଦୁଇଟି ବହି ମୁଁ ପ୍ରେସ ରେ ଦେଇଛି ଆଶା ଏଇ ମାସ ମୋ ପାଖକୁ ଆସିଯିବ.

୧୯- ଆପଣଙ୍କ ର କୌଣସି ଲେଖା ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ର website (slfpoets.com) ରେ ପ୍ରକାଶିତ ହୋଇଛି କି। ଯଦି ହଁ ତେବେ ଆପଣ ଏହି website ବିଷୟରେ କିଛି କଥା ରଖିବେ କି?
ହଁ ମୋର ଲେଖା ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ରେ ପ୍ରକାଶିତ ହୋଇଛି. ମୁଁ ସେଥିପାଇଁ ପ୍ରତିଷ୍ଠାନ ର କର୍ମ କର୍ତ୍ତା ଙ୍କୁ ଧନ୍ୟବାଦ ଦେଉଛି.
୨୦- ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ଏକ ଆନ୍ତର୍ଜାତିକ ଭାଷା ସାହିତ୍ୟ ପ୍ରତିଷ୍ଠାନ ବୋଲି ଆପଣ କିପରି ପ୍ରମାଣିତ କରିବେ?
ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ଏକ ଆନ୍ତର୍ଜାତିକ ସ୍ତରରେ ସ୍ୱୀକୃତି ପ୍ରାପ୍ତ ସାହିତ୍ୟ ଅନୁଷ୍ଠାନ କାରଣ ଏହାର website ବାହାର ଦେଶରେ ନିର୍ମିତ, ଆଉ ସୂର୍ଯ୍ୟୋଦୟ ସହିତ ଦେଶ ବିଦେଶରେ ସାଥି ଲେଖକ ଲେଖିକା ମାନେ ଯୋଡି ହୋଇ ରହିଛନ୍ତି।
୨୧-ସାହିତ୍ୟ କହିଲେ କଣ ବୁଝନ୍ତି ଏକ କବିତା ମାଧ୍ୟମରେ ପ୍ରକାଶ କରନ୍ତୁ

କବିଟିଏ ସ୍ରଷ୍ଟା, କବିତା ତା ସୃଷ୍ଟି

କିଣେ ଜନ ମାନସକୁ
କିଛି ଥାଏ ତାର କଳ୍ପନା ପ୍ରସୂତ
ପ୍ରକାଶେ ଅନୁଭବକୁ.
କବିର କଲମ ଶାଣିତ ଅଟଇ
ଜଡକୁ କରେ ଚେତନ
ପର୍ବତ ଉପରେ କମଳ ଫୁଟଇ
ଲେଖନୀ ମୁନରେ ଜାଣ.
କବି କଲମରେ ରହିଅଛି ଯାଦୁ
ବଶୀଭୂତ କରିଦିଏ
କବିଟିଏ ଚାଲିଗଲେ ଦୁନିଆଁ ରୁ
ସ୍ମୃତି ତା ଅମର ରହେ.
ଜୟ ମା ସରସ୍ବତୀ, ଜୟ ମା. ବିରଜା 🙏
ଆପଣ ଆପଣଙ୍କ ବହୁମୂଲ୍ୟ ଚର୍ଚ୍ଚା ଚର୍ଚ୍ଚିତ ଜୀଵନାୟନରୁ ସମୟ ବାହାର କରି ଆମକୁ ସାକ୍ଷାତକାର ଦେଇଥିବାରୁ ଆମେ ସୂର୍ଯ୍ୟୋଦୟ ପରିବାର ବୃନ୍ଦ ଆପଣଙ୍କ ପାଖରେ ଆମର କୃତଜ୍ଞତା ଜ୍ଞାପନ କରୁଛୁ।

ଇତି
ଆପଣଙ୍କ ପ୍ରତିଭାମୁଗ୍ଧ
ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ
ଅଡା, ବାଲେଶ୍ଵର ଓଡିଶା
+91 6371 596 159, +91 79781 49416,+91 99217 15179, +91 94381 84795, 9340045335

 157 total views,  1 views today

Leave a Reply

Your email address will not be published.

+ sixty nine = seventy five