April 27, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

*Lets talk with Jharana Padhi who hails from Kalahandi , Odisha for Suryodaya Sambhranta Saraswat Samman – 2022*

*Lets talk with Jharana Padhi who hails from Kalahandi , Odisha for Suryodaya Sambhranta Saraswat Samman – 2022*

ପ୍ରିୟ
ସତୀର୍ଥ ସାହିତ୍ୟାତ୍ମନ

ସାଦରେ ଅଭିନନ୍ଦନ ଏବଂ ଶୁଭେଚ୍ଛା ଗ୍ରହଣ କରିବା ହେବେ। ଚଳିତ ବର୍ଷ ଆମ ପରିବାରର ଉଚ୍ଚ ମର୍ଯ୍ୟାଦା ସମ୍ପର୍ଣ୍ଣ ଅନ୍ତର୍ଜାତୀୟ ସ୍ୱୀକୃତି ପ୍ରାପ୍ତ ସମ୍ମାନ ସୂର୍ଯ୍ୟୋଦୟ-ସମ୍ଭ୍ରାନ୍ତ-ସାରସ୍ୱତ-ସମ୍ମାନ- ୨୦୨୨ ପାଇଁ ପାର୍ଥିପତ୍ର ଦାଖଲ ନିମିତ୍ତ ଆପଣଙ୍କ ନାମ ଆମ ପରିଚାଳନା କମିଟି , ଆଭ୍ୟନ୍ତରୀଣ କମିଟି ତଥା ଅନ୍ତର୍ଜାତୀୟ କମିଟି ଦ୍ୱାରା  ମନୋନୀତ ହୋଇଛି। ସେଥିପାଇଁ ଆଉଥରେ ଅଭିନନ୍ଦନ।

ତଳେ ପଚାରାଯାଇଥିବା ପ୍ରଶ୍ନ ଗୁଡିକ ର ଉତ୍ତର ନିଜ ମନ ବିବେକ ଏବଂ ଉତ୍ତମ ଚିତ୍ତ ରେ ରଖିବେ।

ନାମ-ଶ୍ରୀମତୀ ଝରଣା ପାଢୀ
ପିତା-ସ୍ବର୍ଗତଃ ପ୍ଯାରୀମୋହନ ପାଢୀ
ମାତା-ସତ୍ଯବତୀ ପାଢୀ
ସ୍ବାମୀ-ଶ୍ରୀଯୁକ୍ତ ସୁଶୀଳ ପଣ୍ଡା
ମହୀସ୍ପର୍ଶ ତାରିଖ-୧୯,୦୪,୧୯୭୫
ଶିକ୍ଷାଗତ ଯୋଗ୍ଯତା – +୩ କଳା
ମେଲଆଇଡି-[email protected]

୧- ନିଜ ସମ୍ପର୍କରେ ତଥା ଚର୍ଚ୍ଚା ଚର୍ଚ୍ଚିତ ନିଜ ଜୀବନ ବିଷୟରେ କିଛି କୁହନ୍ତୁ।

 

.ମୁଁ ଶ୍ରୀମତୀ ଝରଣା ପାଢୀ ।ସ୍ନେହ ରେ ଡାକନାମ-ମୁନ୍ନୀ।ମୋର ଜନ୍ମଭୂମି କଳାହାଣ୍ଡି ଜିଲ୍ଲାସ୍ଥିତ ମଥୁରା ।ପ୍ରଥମେ ମୁଁ ଜଣେ ଗୃହିଣୀ ।କର୍ମ ରେ ସ.ଶି.ବି.ମ.କଲମପୁର, କଳାହାଣ୍ଡିରେ ଆଚାର୍ଯ୍ଯା ଭାବେ କାର୍ଯ୍ୟରତା। ଶିଶୁଙ୍କ ପାଇଁ ମୁଁ ଗୁରୁମା ।ଗୁରୁ ରୂପେ ଶିଶୁଙ୍କୁ ଶିକ୍ଷା ଦେବା ଓ ମାଆ ପରି ସଂସ୍କାର ଶିଖାଇବା ପାଇଁ ମୁଁ ସଦା ଚେଷ୍ଟାରତ।
ସ୍ନେହୀ ମଣିଷ କୁ ସଦା ନିଜର କରେ ।ମୁଁ ମୋ ପରିବାର, ମୋ ବିଦ୍ୟାଳୟ-ଶିଶୁଙ୍କୁ ପ୍ରାଣଭରି ଭଲପାଏ ।ସର୍ବୋପରି ମୋ ମାଆ-ମାତୃଭୂମି-ମାତୃଭାଷା ଓ ତା’ ସଂସ୍କୃତିକୁ ସମ୍ମାନ ଜଣାଏ।
୨- ସାହିତ୍ୟ ତଥା ଏହାର ଦୁନିଆ ଯାହାକୁ ସାରସ୍ୱତ ଦୁନିଆ କୁହାଯାଏ, ଆପଣଙ୍କ ବ୍ୟକ୍ତିଗତ ଜୀବନ ଉପରେ କେମିତି ପ୍ରଭାବ ପକାଇଛି ? କିଛି ବିଶେଷ ବ୍ୟକ୍ତିଗତ ଅନୁଭୂତି ବିଷୟରେ ଆମକୁ କହିବେ କି ?
.ସାହିତ୍ୟ ସତ୍ଯ-ସୁନ୍ଦର।,ଜ୍ଞାନ ଓ ଆନନ୍ଦ ପ୍ରଦାୟୀ। ଛାତ୍ରୀ ସମୟରୁ ସାହିତ୍ୟକୁ ଭଲପାଏ। ଛୋଟ ବୟସରୁ ନିଜ ଶ୍ରେଣୀକୁ ଆରମ୍ଭ କରି ବଡ ଶ୍ରେଣୀ ପର୍ଯ୍ୟନ୍ତ ସାହିତ୍ୟ ବହିର କବିତାକୁ ସ୍ବର ତୋଳି ପଢେ । ମୋର ନାନା (ପିଉସୀ) ଅଞ୍ଜଳି ପାଢୀ ଲେଖାଲେଖି କରୁଥିଲେ ।ତା’ ଲେଖାସବୁ ଲୁଚିଲୁଚି ପଢେ ଓ ମୋ ଭିତରେ ଲେଖିବାର ଆଶାଟିଏ ଜାଗେ ।
ଛୋଟ ଛୋଟ କବିତା ,ବିବାହ ଗୀତିକା ସବୁ ଲେଖିଥିଲି ।ପରେ +୨ ବେଳେ ହଠାତ୍ ବାପା ଆମକୁ ଛାଡି ଚାଲିଗଲେ। ଆଉ ଦୁଃଖ ଭରା ପ୍ରାଣ ମୋର ପ୍ରଭୁଙ୍କ ପାଖରେ ଦୁଃଖ ଜଣାଇ ଅନେକ କବିତା ଲେଖିଥିଲି ।ବିବାହ ପରେପରେ ପ୍ରାୟ ଲେଖା କମିଗଲା ।୨୦୧୮ରୁ ପୁଣି ସ୍ବାମୀ ଓ ପୁଅଙ୍କ ଆଗ୍ରହ ରଖି ମୋର କଲମ ଚାଲିଛି ଆଗକୁ…..
୩- ଆପଣ ମୁଖ୍ୟତଃ କବିତା/ଗଳ୍ପ/ପ୍ରବନ୍ଧ/ ରମ୍ୟରଚନା ନା ଅନ୍ୟକିଛି ଲେଖା ଲେଖି କରନ୍ତି?
ସହଜ -ସରଳ ଶବ୍ଦ ସଂଯୋଜନା କରି ମୁଁ ପ୍ରାୟ ଛନ୍ଦଯୁକ୍ତ କବିତା ଲେଖେ ।ବେଳେ ବେଳେ ଗପ ମଧ୍ଯ ଲେଖିଛି ।
୪-ଆପଣଙ୍କ ମତରେ ଭଲ କବିତାଟିଏ ବା ଗପଟିଏ ଆମେ କାହାକୁ କହିବା?
ମୋ ମତରେ ଯେଉଁ କବିତା ବା ଗପ ସମସ୍ତ ଙ୍କ ବୋଧଗମ୍ଯ ହୋଇଥିବ ଓ ବ୍ଯକ୍ତି ତଥା ସମାଜକୁ ଉତ୍ତମ ବାର୍ତ୍ତା ଦେଉଥିବ ତାହାହିଁ ଭଲ କବିତା ବା ଗପ ।
୫- ଆପଣ ଆପଣଙ୍କ ଲେଖା ମାଧ୍ୟମରେ ସମାଜକୁ କଣ କହିବାକୁ ଭଲପାଆନ୍ତି?
.ମୋ ଲେଖନୀ ମାଧ୍ୟମ ରେ କହିବି-“ଶ୍ରଦ୍ଧା-ସମ୍ମାନ ଦେଇ ସମସ୍ତଙ୍କୁ ଆପଣାର କରିବା ଓ ମାତୃଶକ୍ତି,ମାତୃଭାଷା ଓ ମାତୃଭୂମି ସୁରକ୍ଷା ପାଇଁ ସଜାଗ ହେବା ।
୬-ସାହିତ୍ୟ ଲେଖି ହୋଇଯାଏ ଅଥବା ଲେଖିବାକୁ ପଡେ ; ଆପଣଙ୍କ ବ୍ୟକ୍ତିଗତ ଅନୁଭୂତି ଏ ନେଇ  ?
. ହୃଦୟ କଳ୍ପନାକୁ ଭାଷାଦେଇ ଲେଖିଲେ ହିଁ ସାହିତ୍ୟ ସୃଷ୍ଟି ହୁଏ ।ତଥାପି ସବୁବେଳେ ବା ସମସ୍ତ ଙ୍କ ଦ୍ବାରା ହୁଏନାହିଁ। ବାଣୀଙ୍କ କୃପା ହେଲେ ବେଳେବେଳେ ଆପେଆପେ ଭାବୁନଥିବା କଥା ବି ଲେଖି ହୋଇଯାଏ। ଏହା ମୋର ନିଜସ୍ବ ଅନୁଭବ।
୭- ଜଣେ ଆଦର୍ଶ ସାହିତ୍ୟିକ ଭାବେ ସାରସ୍ୱତ ଧ୍ୟେୟ ଯାତ୍ରାରେ ସାରସ୍ବତୀୟ ସଫଳତା କହିଲେ କଣ ବୁଝନ୍ତି? ଆପଣ ଏପରି କିଛି ସଫଳତା ର ଅଧିକାରୀ/ଅଧିକାରିଣୀ ହୋଇଛନ୍ତି କି ? ସେ ବିଷୟରେ ଜଣାଇବା ହେବେ।
ସାହିତ୍ୟ ଜ୍ଞାନ ର ଏକ ବିଶାଳ ସମୁଦ୍ର ।ମୁଁ ଏକ କ୍ଷୁଦ୍ର ବାଲି ରଗଡ଼ା। ମୁଁ କେତେ ସଫଳ ହୋଇଛି ମୋର ପାଠକେ କହିବେ ।ତଥାପି ଅନେକ ସାହିତ୍ୟ ଅନୁଷ୍ଠାନ ସହ ଯୋଡି ହୋଇ ଅନେକ ସମ୍ବର୍ଦ୍ଧନା ପତ୍ର ପାଇବା ସହ ପ୍ରତିଯୋଗିତା ମୂଳକ ଲେଖାରେ ପ୍ରଥମ ,ଦ୍ବିତୀୟ ମଧ୍ଯ ହୋଇଛି ।
୮- ଆପଣଙ୍କ ର ପ୍ରିୟ ତତ୍କାଳୀନ ସାହିତ୍ୟ ପତ୍ରିକାଗୁଡ଼ିକ କ’ଣ? ଏବଂ ଆପଣଙ୍କ ର ପ୍ରିୟ ପିଲାଦିନର ପୁସ୍ତକ ଗୁଡ଼ିକ କ’ଣ ?
.ଛୋଟବେଳେ ମୋର ପ୍ରିୟ ଥିଲା ଜହ୍ନମାମୁଁ ଓ ମୀନାବଜାର। ସମାଜ ଦୈନିକ ସମ୍ବାଦପତ୍ର ବେଳେ ବେଳେ ପଢୁଥିଲି । ସମୟକ୍ରମେ ଅନେକ ମହାପୁରୁଷ ଜୀବନୀ ଓ ଓଡିଆ କାବ୍ୟ ,ଗଳ୍ପ ପୁସ୍ତକ ସହ ହିନ୍ଦି ଉପନ୍ୟାସ ପଢିଛି ।ହେଲେ+୨ ବେଳେ ପ୍ରତିଭା ରାୟଙ୍କ ‘ଯାଜ୍ଞସେନୀ’କୁ ବାରବାର ପଢିଥିଲି ।
୯- ଶୁଣାଯାଏ ଆମ ଭାଷା ସାହିତ୍ୟରେ ଅହେତୁକ ଅଦୃଶ୍ୟ ଶକ୍ତି ଅନ୍ତର୍ନିହିତ ହୋଇ ରହିଛି ବୋଲି, ତେବେ ଆପଣଙ୍କର ଏପରି କିଛି ଅନୁଭବ ତଥା ଅନୁଭୂତି ରହିଛି କି ଉପରୋକ୍ତ ଉକ୍ତି କୁ ସତ୍ୟ ପ୍ରମାଣିତ କରିବା ପାଇଁ ?
ନିଶ୍ଚିତ ସାହିତ୍ୟରେ ଅହେତୁକ ଶକ୍ତି ଅଛି।ସୁନ୍ଦର ସାହିତ୍ୟରେ ମନକୁ ଡୁବେଇ ଦେଲେ ଦୁଃଖୀ ର ଦୁଃଖ ଉଭେଇଯାଏ। ଆଧ୍ଯାତ୍ମିକ ସାହିତ୍ୟ ହୃଦୟକୁ ପରିବର୍ତ୍ତନ କରିଦିଏ। ସାହିତ୍ୟ କେବେ ସମାଜକୁ ସୁବାର୍ତ୍ତା ଦିଏ ତ କେବେ ସଚେତ କରେ ।
୧୦- ଆମ ପ୍ରାଚୀନ ପାରମ୍ପରିକ ସାହିତ୍ୟ ଓ ଅଧୁନା ସାହିତ୍ୟ ମଧ୍ୟରେ ଫରକ କଣ ? ଏହାଦ୍ବାରା ସମାଜ ଉପରେ କେଉଁସବୁ ସକାରାତ୍ମକ ତଥା ନକରାତ୍ମକ ପ୍ରଭାବ ପଡୁଛି ସେ ବିଷୟରେ କିଞ୍ଚିତ ଆଲୋଚନା ରଖିବା ହେବେ କି ?
.ପ୍ରତିଟି ବିଷୟର ସକାରାତ୍ମକ ଓ ନକାରାତ୍ମକ ଦିଆଯାଏ ।ସଦା ସକାରାତ୍ମକ ଦିଗ ପ୍ରତି ଚିନ୍ତନ କରିବା ଆବଶ୍ୟକ।
ପ୍ରାଚୀନ ସାହିତ୍ୟର ଛନ୍ଦ କବିତା ସମସ୍ତ ଙ୍କ ହୃଦୟଗ୍ରାହୀ ହୋଇଛି ।ବଳିଷ୍ଠ ଶବ୍ଦ ସଂଯୋଜନା ମାତୃଭାଷାକୁ ଶ୍ରେଷ୍ଠ କରିପାରିଛି ।
ବର୍ତ୍ତମାନ ବି ସାହିତ୍ୟରେ ଛନ୍ଦମୁକ୍ତ କବିତା ଅଧିକ କିନ୍ତୁ ପ୍ରାବନ୍ଧ ଓ ଗଳ୍ପ ତୁଳନାରେ କବିତା ଅଧିକ ଲେଖାଯାଉଛି ।
୧୧ – ପାଠକୀୟ ଆଦୃତି, ପୁରସ୍କାର ନା ଆତ୍ମସନ୍ତୋଷ  ଆପଣଙ୍କ ସାରସ୍ଵତ ସାଧନା ଓ ସୃଜନଶୀଳତା  ଏମାନଙ୍କ ମଧ୍ୟରୁ କଣ ଆକାଂକ୍ଷା କରୁଥାଏ ?
.ପାଠକୀୟ ଆଦୃତି ଲେଖକ/ଲେଖିକା ମନରେ ପ୍ରେରଣା ଦିଏ ନିଶ୍ଚିତ। ଏହା ପାଠକ ଉପରେ ନିର୍ଭର କରେ ।କାହାର ପ୍ରଶଂସା ମିଳୁ କି ନ ମିଳୁ ମୁଁ କିନ୍ତୁ ମୋର ସୃଷ୍ଟିକୁ ସୁନ୍ଦର ଓ ଶିକ୍ଷଣୀୟ କରିବାକୁ ଯଥାସମ୍ଭବ ପ୍ରୟାସ କରେ ଓ ନିଜ ସୃଷ୍ଟି ପାଇଁ ଅନେକ ବାର ଆତ୍ମ ସନ୍ତୋଷ ଲାଭକରିଛି ।
୧୨-ଓଡ଼ିଆ ଭାଷା, ସାହିତ୍ୟର ବର୍ତ୍ତମାନ ଓ ଭବିଷ୍ୟତ ; ଆପଣ କେମିତି ଦେଖନ୍ତି ?
.ଅତୀତରେ ଆମ ଭାଷାଥିଲା ଗୌରବମୟ ।ବର୍ତ୍ତମାନ ବିଦେଶୀଭାଷା ପ୍ରତି ଅନେକେ ଆକୃଷ୍ଟ। ତଥାପି ଅନେକ ମାତୃଭାଷା ପ୍ରେମୀ ଭାଷାର ଗାରିମାକୁ ରଖିବାକୁ ସତତ ଚେଷ୍ଟିତ। ଆଗକୁ ମଧ୍ଯ ସୁରକ୍ଷିତ ରହିବ ବୋଲି ମୋର ଆଶା ଓ ବିଶ୍ବାସ।

୧୩-ଯେଉଁମାନେ ନୂଆ ଆସୁଛନ୍ତି କବିତା କ୍ଷେତ୍ରକୁ ସେମାନଙ୍କୁ ଆପଣ କ’ଣ କହିବେ?
.ମୁଁ ତ ସାଧାରଣ ମାତ୍ର। ତଥାପି ନବାଗତ ମାନଙ୍କୁ କହିବି ସମାଜ କୁ ସୁବାର୍ତ୍ତା ଦେବାଭଳି ଲେଖା ସୃଷ୍ଟି କରନ୍ତୁ ।ପାରୁଛନ୍ତି ଯଦି ଛନ୍ଦଯୁକ୍ତ କବିତା ଲେଖନ୍ତୁ ।ଲେଖିବା ସହ ଅନ୍ଯ ମାନଙ୍କ ଲେଖାକୁ ପଢିବା ପାଇଁ କିଛି ସମୟ ରଖନ୍ତୁ ।

୧୪- ଓଡ଼ିଆ ସାହିତ୍ୟର ଭୂତ ଭବିଷ୍ୟତ ସମ୍ବନ୍ଧରେ କିଛି ନୃତନ ଯୋଜନା କଣ ହେବା ଉଚିତ ?
.ଅତୀତର ସାହିତ୍ଯ ଆମ ଭାଷା ସଂସ୍କୃତିର ମର୍ଯ୍ଯାଦା ।ଅତୀତର ସୃଷ୍ଟି ଓ ସ୍ରଷ୍ଟାଗଣଙ୍କୁ ସମ୍ମାନ ଓ ସ୍ମରଣ କରିବା ।ଏହା ଭବିଷ୍ୟତ ପାଇଁ ମଧ୍ଯ ଆବଶ୍ୟକ।

୧୫- କେବେଠାରୁ ଆପଣଙ୍କୁ କବି ହେବାର ପରିଚୟ ମିଳିଲା ବୋଲି ଆପଣ ଅନୁଭବ କରୁଛନ୍ତି?
.ଝିଅ ବୟସରୁ ଲେଖେ ।ଆଜି ବି ଲେଖୁଛି ହେଲେ ନିଜକୁ କବୀ ବୋଲି ଭାବିନି।କେବଳ କିଛି ପ୍ରଶଂସା ପତ୍ରରେ ନାମ ସହ କବୀ ଶବ୍ଦ ଟିଏ ଯୋଡିଛି।
୧୬-ଆଜିକାଲି ସାହିତ୍ୟରେ ଅନଲାଇନର ପ୍ରବେଶକୁ ଆପଣ କେତେଦୂର ଗ୍ରହଣ କରିପାରୁଛନ୍ତି ?
.ସାହିତ୍ୟରେ ଅନ୍ ଲାଇନ ପ୍ରବେଶ ସ୍ବାଗତଯୋଗ୍ଯ।ଏହାଦ୍ବାରା ଅନେକ ବଣ ମଲ୍ଲୀ ସାହିତ୍ୟ ଜଗତକୁ ମହକାଇ ପାରିଛନ୍ତି ।ସଂକଳନ କରିପାରୁନଥିବା ସାହିତ୍ଯିକ ମଧ୍ଯ ଆଜି ନିଜ ସୃଷ୍ଟିକୁ ଲୋକଲୋଚନ ରେ ପହଞ୍ଚାଇ ପାରିଛନ୍ତି।

 

୧୭- ଆମ ସୂର୍ଯ୍ୟୋଦୟ ଭାଷା ପ୍ରତିଷ୍ଠାନ  ସମଗ୍ର ବିଶ୍ଵ ସାହିତ୍ୟ ଜଗତର ଆଜି ଏକ ସୁନାମଧନ୍ୟ ସାହିତ୍ୟ ଅନୁଷ୍ଠାନ ରୂପେ ପରିଗଣିତ ।  ଆପଣଙ୍କ ମତାମତ କଣ। କିଛି ସୁଚିନ୍ତିତ ବାର୍ତ୍ତା ଦିଅନ୍ତୁ।
.ମୁଁ ତ ବେଶି କିଛି ଜାଣିନି ।ତଥାପି ଉତ୍ତମ ଲେଖାସବୁ ଅନ୍ଯ ଭାଷାରେ ଅନୁଦିତ ହେବାସହ website ମାଧ୍ୟମ ରେ ଦେଶ ବିଦେଶରେ ପହଞ୍ଚେ ବୋଲି ଜାଣିଛି ।ଆଗକୁ ଏହି ଅନୁଷ୍ଠାନ ମାଧ୍ୟମ ରେ ଭାଷା ସୁଦୂର ପ୍ରସାରୀ ହେଉ ବୋଲି ଶୁଭକାମନା କରୁଛି ।
୧୮- ଆପଣଙ୍କ ଦ୍ଵାରା କିଛି ସଂକଳନ ପ୍ରକାଶିତ ହୋଇଛି କି  ଏହା ସମ୍ପର୍କରେ  କିଛି କୁହନ୍ତୁ?
ଏଯାଏଁ ମୋର କବିତା ସଂକଳନ ହୋଇନି କି କରିବି ବୋଲି ଆଜିଯାଏଁ ଭାବିଲି ।
୧୯- ଆପଣଙ୍କ ର କୌଣସି ଲେଖା ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ର website (slfpoets.com) ରେ ପ୍ରକାଶିତ ହୋଇଛି କି। ଯଦି ହଁ ତେବେ ଆପଣ ଏହି website ବିଷୟରେ କିଛି କଥା ରଖିବେ କି?
.ଏହି ଗ୍ରୁପରେ କବିତା ଛାଡେ ।ହେଲେ website ରେ ବାହାରିବାର ଜାଣିନି , ଖୁଵ ଶୀଘ୍ର ପ୍ରକାଶିତ ହେବ ।
୨୦- ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ଏକ ଆନ୍ତର୍ଜାତିକ ଭାଷା ସାହିତ୍ୟ ପ୍ରତିଷ୍ଠାନ ବୋଲି ଆପଣ କିପରି ପ୍ରମାଣିତ କରିବେ?
ସୂର୍ଯ୍ୟୋଦୟ ହେଲେ କିରଣ ଆପେ ଆପେ ଜଗତକୁ ଆଲୋକିତ କରେ ।ଏଥିପାଇଁ ପ୍ରମାଣ ର ଆବଶ୍ୟକ ନାହିଁ ।ଏ ଅନୁଷ୍ଠାନ ରେ ଭାଷାସୂର୍ଯ୍ଯ ଉଇଁଛି ଓ କ୍ରମେ କ୍ରମେ ଜଗତରେ ଆଲୋକ ବୁଣି ଚାଲିଛି ….

୨୧-ସାହିତ୍ୟ କହିଲେ କଣ ବୁଝନ୍ତି ଏକ କବିତା ମାଧ୍ୟମରେ ପ୍ରକାଶ କରନ୍ତୁ
*ମୋ କଲମରୁ –
ସାହିତ୍ୟ ଅଟଇ ଜ୍ଞାନ ର ସୂରୁଯ
ଜ୍ଞାନ ର ଆଲୋକ ବୁଣି
ସ୍ନେହ-ଶ୍ରଦ୍ଧା-ଭକ୍ତି-ପ୍ରେମ ଗୁଣେ ନିତି
ସର୍ବ ହୃଦ ପାରେ ଜିଣି ।।
ସମାଜ ର ସର୍ବ ନିଚ୍ଛକ ଚିତ୍ର
ସାହିତ୍ଯେ ପ୍ରତିଫଳନ
ସେ ପାଇଁ କହନ୍ତି ସାହିତ୍ୟ ଅଟଇ
ସମାଜ ର ଦର୍ପଣ ।।
ଯୁଗ ଯୁଗ ପାଇଁ ସାହିତ୍ୟ ସାଧଇ
ଭାଷା -ସଂସ୍କୃତି ସୁରକ୍ଷା
ସମାଜର ହିତେ ସତତ ,ସାହିତ୍ୟ –
ସାଧନ ହେଉ ମୋ ଦୀକ୍ଷା ।।
*********************
ଆପଣ ଆପଣଙ୍କ ବହୁମୂଲ୍ୟ ଚର୍ଚ୍ଚା ଚର୍ଚ୍ଚିତ ଜୀଵନାୟନରୁ ସମୟ ବାହାର କରି ଆମକୁ ସାକ୍ଷାତକାର ଦେଇଥିବାରୁ ଆମେ ସୂର୍ଯ୍ୟୋଦୟ ପରିବାର ବୃନ୍ଦ ଆପଣଙ୍କ ପାଖରେ ଆମର କୃତଜ୍ଞତା ଜ୍ଞାପନ କରୁଛୁ।

ଇତି
ଆପଣଙ୍କ ପ୍ରତିଭାମୁଗ୍ଧ
ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ
ଅଡା, ବାଲେଶ୍ଵର ଓଡିଶା
+91 6371 596 159, +91 79781 49416,+91 99217 15179, +91 94381 84795, 9340045335

Loading

Leave a Reply

Your email address will not be published. Required fields are marked *