April 19, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

*Lets talk with Dilip Kumar Nandi who hails from  Kalahandi , Odisha for Suryodaya Sambhranta Saraswat Samman – 2022*

*Lets talk with Dilip Kumar Nandi who hails from  Kalahandi , Odisha for Suryodaya Sambhranta Saraswat Samman – 2022*

ପ୍ରିୟ
ସତୀର୍ଥ ସାହିତ୍ୟାତ୍ମନ

ସାଦରେ ଅଭିନନ୍ଦନ ଏବଂ ଶୁଭେଚ୍ଛା ଗ୍ରହଣ କରିବା ହେବେ। ଚଳିତ ବର୍ଷ ଆମ ପରିବାରର ଉଚ୍ଚ ମର୍ଯ୍ୟାଦା ସମ୍ପର୍ଣ୍ଣ ଅନ୍ତର୍ଜାତୀୟ ସ୍ୱୀକୃତି ପ୍ରାପ୍ତ ସମ୍ମାନ ସୂର୍ଯ୍ୟୋଦୟ-ସମ୍ଭ୍ରାନ୍ତ-ସାରସ୍ୱତ-ସମ୍ମାନ- ୨୦୨୨ ପାଇଁ ପାର୍ଥିପତ୍ର ଦାଖଲ ନିମିତ୍ତ ଆପଣଙ୍କ ନାମ ଆମ ପରିଚାଳନା କମିଟି , ଆଭ୍ୟନ୍ତରୀଣ କମିଟି ତଥା ଅନ୍ତର୍ଜାତୀୟ କମିଟି ଦ୍ୱାରା  ମନୋନୀତ ହୋଇଛି। ସେଥିପାଇଁ ଆଉଥରେ ଅଭିନନ୍ଦନ।

ତଳେ ପଚାରାଯାଇଥିବା ପ୍ରଶ୍ନ ଗୁଡିକ ର ଉତ୍ତର ନିଜ ମନ ବିବେକ ଏବଂ ଉତ୍ତମ ଚିତ୍ତ ରେ ରଖିବେ।

ନାମ–ଦିଲ୍ଲୀପ୍ କୁମାର ନନ୍ଦୀ
ପିତା-ସ୍ଵର୍ଗୀୟ-ବିମ୍ବାଧର ନନ୍ଦୀ
ମାତା-ତୁଳସୀ ନନ୍ଦୀ
ସ୍ତ୍ରୀ--ଭାଗ୍ୟବତୀ ନନ୍ଦୀ
ଶିକ୍ଷାଗତ ଯୋଗ୍ୟତା- +୩କଳା
ମେଲ୍ ଆଇଡି–123456@gmail.com

୧- ନିଜ ସମ୍ପର୍କରେ ତଥା ଚର୍ଚ୍ଚା ଚର୍ଚ୍ଚିତ ନିଜ ଜୀବନ ବିଷୟରେ କିଛି କୁହନ୍ତୁ।
ଜଣେ ସାଧାରଣ ରାସ୍ତକଡ଼ର (ଫୁଟପାଥର)ବ୍ୟବସାୟୀ।
🌹ଫୁଟପାଥରେ ଜୀବନ🌹
🙏🏻ଦିଲ୍ଲୀପ କୁମାର ନନ୍ଦୀ🙏🏻
ଘଡ଼ିଏ ଗଲେ ତ ଅଡ଼ାଏ ଆଣିବ
ଦେବ ପାଞ୍ଚପ୍ରାଣୀ ମୁହଁରେ
ଦିନେ ନଗଲେ ସେ କିଏବା ପଚାରେ
ଓଦାକନା ଦେବ ଉଦରେ।।
ଦେଖ ଦୁନିଆରେ ଖାଉଛି ଘିଅ କେ ସେ’
ହାତ ପଖାଳୁଛି ଦୁଗ୍ଧରେ
ମୁଣ୍ଡଝାଳ ଏଠି କିଏ ତୁଣ୍ଡେ ଦିଏ
ଗୋଡ଼ ଭାଙ୍ଗି ରାଜ ଦାଣ୍ଡରେ।।

୨- ସାହିତ୍ୟ ତଥା ଏହାର ଦୁନିଆ ଯାହାକୁ ସାରସ୍ୱତ ଦୁନିଆ କୁହାଯାଏ, ଆପଣଙ୍କ ବ୍ୟକ୍ତିଗତ ଜୀବନ ଉପରେ କେମିତି ପ୍ରଭାବ ପକାଇଛି ? କିଛି ବିଶେଷ ବ୍ୟକ୍ତିଗତ ଅନୁଭୂତି ବିଷୟରେ ଆମକୁ କହିବେ କି ?
ଜୀବନ ଚର୍ଯ୍ୟା ମୋ ଅଟେ ବେଉସା,ଲେଖନୀ ଚାଳିବା ଅଟେ ମୋ ନିଶା।। ଯାହାକି ମୋ ଜୀବନର ଅନେକ ପରିବର୍ତ୍ତନ ସହ ମୋତେ ଲୋକ ଲୋଚନକୁ ଆଣି ପାରିଛି।
୩- ଆପଣ ମୁଖ୍ୟତଃ କବିତା/ଗଳ୍ପ/ପ୍ରବନ୍ଧ/ ରମ୍ୟରଚନା ନା ଅନ୍ୟକିଛି ଲେଖା ଲେଖି କରନ୍ତି?
ବିଶେଷ କରି , ସାଂପ୍ରତିକ ସାମାଜିକ ଚଳଣି ଓ ଏହାର ଚତୁଃପାର୍ଶ୍ଵର ଭାବଧାରାକୁ ନେଇ କବିତା ଓ କଟାକ୍ଷ ଏବଂ କିଛି ରମ୍ୟ ରଚନା ସହ ଗଳ୍ପ ମଧ୍ୟ ଲେଖେ ତତ୍ ସହିତ କୋଶୋଳି ଭାଷା ତଥା ବଙ୍ଗଳା ଭାଷାରେ କବିତା ରଚନା ମୋ ଲେଖନୀ ଚାଳନାରୁ କରିପାରିଛି।

୪-ଆପଣଙ୍କ ମତରେ ଭଲ କବିତାଟିଏ ବା ଗପଟିଏ ଆମେ କାହାକୁ କହିବା?
ଭଲ କବିତା ବା ଗଳ୍ପ ତାକୁ କୁହାଯାଏ ଯାହା ପାଠକ ମହଲରେ ଆଦୃତ ହୋଇଥାଏ କିନ୍ତୁ ମୋ ମତରେ ଯାହା ସାଂପ୍ରତିକ ପରିସ୍ଥିତିରେ ସୁଧାର ଆଣିବା ପାଇଁ ଉଦ୍ଦିଷ୍ଟ ତାକୁ ହିଁ ଭଲ କବିତା ବା ଗଳ୍ପ କୁହାଯାଇ ପାରିବ।
୫- ଆପଣ ଆପଣଙ୍କ ଲେଖା ମାଧ୍ୟମରେ ସମାଜକୁ କଣ କହିବାକୁ ଭଲପାଆନ୍ତି?
ସାଂପ୍ରତିକ ସମାଜରେ ହେଉଥିବା ଅନ୍ୟାୟ ଅନିତୀର କଣ୍ଠରୋଧ କରିବା ହିଁ କବି ବା ଲେଖକଙ୍କ ଲେଖନୀ ଚାଳନା କରିବା କର୍ତ୍ତବ୍ୟ।
୬-ସାହିତ୍ୟ ଲେଖି ହୋଇଯାଏ ଅଥବା ଲେଖିବାକୁ ପଡେ ; ଆପଣଙ୍କ ବ୍ୟକ୍ତିଗତ ଅନୁଭୂତି ଏ ନେଇ  ?
ସାହିତ୍ୟ ଲେଖିବା ଏକ ଈଶ୍ଵର ଦତ୍ତ କଳା ତାହା ଏକ ସ୍ଵତନ୍ତ୍ର ଦୈବ ଶକ୍ତି କେତେବେଳେ ଉଦୟ କେତେବେଳେ ଅସ୍ତ ତାହା କେବଳ ସେହି ବିଶ୍ଵନିୟନ୍ତା ହିଁ ଜାଣନ୍ତି।
୭- ଜଣେ ଆଦର୍ଶ ସାହିତ୍ୟିକ ଭାବେ ସାରସ୍ୱତ ଧ୍ୟେୟ ଯାତ୍ରାରେ ସାରସ୍ବତୀୟ ସଫଳତା କହିଲେ କଣ ବୁଝନ୍ତି? ଆପଣ ଏପରି କିଛି ସଫଳତା ର ଅଧିକାରୀ/ଅଧିକାରିଣୀ ହୋଇଛନ୍ତି କି ? ସେ ବିଷୟରେ ଜଣାଇବା ହେବେ।
ଆଦର୍ଶ ସାହିତ୍ୟିକ କହିଲେ ଯାହାଙ୍କର ସୃଜନୀ ସମାଜର ହିତସାଧନ ଲାଗି ତାହା ହିଁ ସାରସ୍ଵତୀୟ ସଫଳତା ନା ମୁଁ ସେମିତି କିଛି ସଫଳତା ଅଧିକାରୀ ହୋଇନାହିଁ ତାହା କେବଳ ପୂଜ୍ୟ ପାଠକ ହିଁ କହି ପାରିବେ,ଆଜିର ସାହିତ୍ୟ ବଜାରରେ ନିଜ ଢୋଲ ନିଜେ ବଜେଇବାରେ ସମସ୍ତେ ବ୍ୟସ୍ତ।
୮- ଆପଣଙ୍କ ର ପ୍ରିୟ ତତ୍କାଳୀନ ସାହିତ୍ୟ ପତ୍ରିକାଗୁଡ଼ିକ କ’ଣ?
ଏବଂ ଆପଣଙ୍କ ର ପ୍ରିୟ ପିଲାଦିନର ପୁସ୍ତକ ଗୁଡ଼ିକ କ’ଣ ?
ସେ ବିଷୟରେ ଅଭିଜ୍ଞତା ଏତେ ନାହିଁ ମୁଁ ଏତିକି କହିବି କୌଣସି ପତ୍ରିକାରୁ ସାହିତ୍ୟ ଉତ୍ପାଦନ ହୁଏ ନାହିଁ ସାହିତ୍ୟରୁ ହିଁ ପତ୍ରିକାର ଉତ୍ପାଦନ ହୋଇଥାଏ ଏଣୁ ସାହିତ୍ୟ ହିଁ ମୋର ପ୍ରିୟ।
୯- ଶୁଣାଯାଏ ଆମ ଭାଷା ସାହିତ୍ୟରେ ଅହେତୁକ ଅଦୃଶ୍ୟ ଶକ୍ତି ଅନ୍ତର୍ନିହିତ ହୋଇ ରହିଛି ବୋଲି, ତେବେ ଆପଣଙ୍କର ଏପରି କିଛି ଅନୁଭବ ତଥା ଅନୁଭୂତି ରହିଛି କି ଉପରୋକ୍ତ ଉକ୍ତି କୁ ସତ୍ୟ ପ୍ରମାଣିତ କରିବା ପାଇଁ ?
ନିଶ୍ଚିତ ଭାବେ କାରଣ ଏମିତି ଦିନ ଦିନ ରାତି ରାତି ଧରି ଚିନ୍ତା କରି କରି ଭାବନା ରାଇଜକୁ ସାହିତ୍ୟ ଆସେନାହିଁ ହଠାତ୍ କେତେବେଳେ ସାହିତ୍ୟ ରାଇଜର ଅପସରିଟି ଆସି ହୃଦୟକୁ ଛୁଇଁ ଯାଏ ହଠାତ୍ ଲେଖନୀ ଚାଳନା ହୁଏ ଓ ଅନେକ କିଛି ଲେଖି ହୋଇଯାଏ,ମୋ ଜୀବନର ଏକ ନିଛକ ସତ୍ୟ ୨୦୨୦ ମସିହାର କଥା ଗୁଣ୍ଡିଚାରୁ ବାହୁଡ଼ା ଭିତରେ ମୁଁ ଏମିତି ଭାବି ହେଉଥାଏ ଜଗତର ନାଥ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ କିଛି ଲେଖିବା ପାଇଁ ମନ ଦୁଃଖରେ ଏମିତି ବସିଥାଏ ହଠାତ୍ ମନ ଭିତରେ କେମିତି କେଉଁଠୁ ଆସିଲା ହଠାତ୍ ମୁଁ ଦୁଇ ଦୁଇଟି ଜଣାଣ ଲେଖିଥିଲି ଓ ତା ପୂର୍ବରୁ ୧୯୧୭ମସିହା ଅକ୍ଟୋବର ମାସ ୨ତାରିଖ ରାତି ସୋଭିଏତରୁ ମୋର ଜଣେ ବନ୍ଧୁଙ୍କଠାରୁ ରାତି ୧୧-୪୫ରେ ଦୀର୍ଘ ୩୨ ବର୍ଷ ପରେ ଫୋନ ଆସିଲା ଆମେ ଦୁଇ ବନ୍ଧୁ ଖୁବ୍ କଥା ହେଲୁ ତାପରେ ମୁଁ ଶୋଇଥାଏ ହଠାତ୍ ରାତି ୩-୨୦ରେ ମୋ ମନକୁ କାହିଁକି କେମିତି ଆସିଲା ବନ୍ଧୁ ଶବ୍ଦକୁ ବ୍ୟାଖ୍ୟା କରି ବସିଲି ଓ ଉକ୍ତ ଶବ୍ଦକୁ ନେଇ ଖୁବ୍ ସୁନ୍ଦର କବିତାଟିଏ ଲେଖି ତାକୁ ସଂଶୋଧନ କରି ସାରିଲା ବେଳକୁ ସକାଳ ୭-୨୫ହୋଇଯଳ ଯାଇଛି ମୁଁ ଜାଣି ପାରି ନଥିଲି।
୧୦- ଆମ ପ୍ରାଚୀନ ପାରମ୍ପରିକ ସାହିତ୍ୟ ଓ ଅଧୁନା ସାହିତ୍ୟ ମଧ୍ୟରେ ଫରକ କଣ ? ଏହାଦ୍ବାରା ସମାଜ ଉପରେ କେଉଁସବୁ ସକାରାତ୍ମକ ତଥା ନକରାତ୍ମକ ପ୍ରଭାବ ପଡୁଛି ସେ ବିଷୟରେ କିଞ୍ଚିତ ଆଲୋଚନା ରଖିବା ହେବେ କି ?
-ରାତି ରାତି ଦିନ ଦିନ ସରିଯିବ ଯାହା ବଖାଣିବା କଷ୍ଟକର, ତଥାପି ଏତିକି କହିବି ପ୍ରାଚୀନ ସାହିତ୍ୟ ଥିଲା ପାରମ୍ପରିକ ଓ ଏବର ସାହିତ୍ୟ ଭିତରେ ଅନେକ ତାରତମ୍ୟ ଅଛି।
୧୧ – ପାଠକୀୟ ଆଦୃତି, ପୁରସ୍କାର ନା ଆତ୍ମସନ୍ତୋଷ  ଆପଣଙ୍କ ସାରସ୍ଵତ ସାଧନା ଓ ସୃଜନଶୀଳତା  ଏମାନଙ୍କ ମଧ୍ୟରୁ କଣ ଆକାଂକ୍ଷା କରୁଥାଏ ?
-ପାଠକ ହେଉଛନ୍ତି ପ୍ରତ୍ୟେକ ସୃଜନୀର ସୁ ବିଚାରକ ତାଙ୍କ ବିଚାର ହିଁ ସର୍ବଶ୍ରେଷ୍ଠ ପୁରସ୍କାର।
୧୨-ଓଡ଼ିଆ ଭାଷା, ସାହିତ୍ୟର ବର୍ତ୍ତମାନ ଓ ଭବିଷ୍ୟତ ; ଆପଣ କେମିତି ଦେଖନ୍ତି ?
-ବର୍ତ୍ତମାନ ଓ ଭବିଷ୍ୟତକୁ ନେଇ ଚିନ୍ତା କରିବାର କୌଣସି ସୁଚନା ନାହିଁ କାରଣ ସହିତର ଭାଷାକୁ ହିଁ ସାହିତ୍ୟ କୁହାଯାଏ ଏଣୁ ଏବର ଓ ଭବିଷ୍ୟତର ପାରିପାର୍ଶ୍ବିକ ପରିସ୍ଥିତିକୁ ନେଇ ସାହିତ୍ୟ ସୃଷ୍ଟି।
୧୩-ଯେଉଁମାନେ ନୂଆ ଆସୁଛନ୍ତି କବିତା କ୍ଷେତ୍ରକୁ ସେମାନଙ୍କୁ ଆପଣ କ’ଣ କହିବେ?
-ସେମାନଙ୍କୁ ଭବ୍ୟ ସମ୍ବର୍ଦ୍ଧନା ସ୍ଵାଗତ ସହ ଏତିକି କହିବି ଆମ ପରମ୍ପରା ଐତିହ୍ୟ ଓ ସଂସ୍କୃତିର ମାନ ପାଇଁ ସଦା ଲେଖନୀ ଚାଳନା କରନ୍ତୁ।
୧୪- ଓଡ଼ିଆ ସାହିତ୍ୟର ଭୂତ ଭବିଷ୍ୟତ ସମ୍ବନ୍ଧରେ କିଛି ନୃତନ ଯୋଜନା କଣ ହେବା ଉଚିତ ?
–ଏହାର କୌଣସି ଆବଶ୍ୟକତା ଅଛି ବୋଲି ମୋ ମତରେ ସେମିତି କିଛି ମନେ ହୁଏନାହିଁ।
୧୫- କେବେଠାରୁ ଆପଣଙ୍କୁ କବି ହେବାର ପରିଚୟ ମିଳିଲା ବୋଲି ଆପଣ ଅନୁଭବ କରୁଛନ୍ତି?
୧୯୮୪ ମସିହାରୁ ମା ସରସ୍ଵତୀ ଙ୍କ ଆଶୀର୍ବାଦ ରୁ ମୋର ଲେଖନୀ ଚାଳନା କିନ୍ତୁ ୨୦୧୭ରୁ କବୀ ଭାବେ ପ୍ରସିଦ୍ଧି ଲାଭ କରିଛି।
୧୬-ଆଜିକାଲି ସାହିତ୍ୟରେ ଅନଲାଇନର ପ୍ରବେଶକୁ ଆପଣ କେତେଦୂର ଗ୍ରହଣ କରିପାରୁଛନ୍ତି ?
ଗ୍ରହଣ କରିବାକୁ ବାଧ୍ୟ କଣ କରିବା ସମସ୍ତେ ଏଠି ଜଣେ ଜଣେ ଅପତ୍ତି  ଗୁରେଇ ଏଣୁ ଏହା ମୁଁ କେମିତି ମନା କରିବି।
୧୭- ଆମ ସୂର୍ଯ୍ୟୋଦୟ ଭାଷା ପ୍ରତିଷ୍ଠାନ  ସମଗ୍ର ବିଶ୍ଵ ସାହିତ୍ୟ ଜଗତର ଆଜି ଏକ ସୁନାମଧନ୍ୟ ସାହିତ୍ୟ ଅନୁଷ୍ଠାନ ରୂପେ ପରିଗଣିତ ।  ଆପଣଙ୍କ ମତାମତ କଣ। କିଛି ସୁଚିନ୍ତିତ ବାର୍ତ୍ତା ଦିଅନ୍ତୁ।
ଯଦି ନିଷ୍ଠା ଓ ଏକାଗ୍ରତା ସହ ଏମିତି ଚାଲୁ ରହେ ଏହା ବିଶ୍ଵରେ ନିଶ୍ଚିତ ଭାବରେ ଦିନେ ସର୍ଵଶ୍ରେଷ୍ଠ ସାହିତ୍ୟ ସଂସଦ ହେବ ବୋଲି ଆଶା ଓ ବିଶ୍ବାସ।
୧୮- ଆପଣଙ୍କ ଦ୍ଵାରା କିଛି ସଂକଳନ ପ୍ରକାଶିତ ହୋଇଛି କି  ଏହା ସମ୍ପର୍କରେ  କିଛି କୁହନ୍ତୁ?
-ନାହିଁ ଚେଷ୍ଟା ଜାରି ରହିଛି ଖୁବ୍ ନିକଟରେ ସଂକଳନଟିଏ କରିବା ପାଇଁ।
୧୯- ଆପଣଙ୍କ ର କୌଣସି ଲେଖା ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ର website (slfpoets.com) ରେ ପ୍ରକାଶିତ ହୋଇଛି କି।  ଯଦି ହଁ ତେବେ ଆପଣ ଏହି website ବିଷୟରେ କିଛି କଥା ରଖିବେ କି?
-ହଁ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତାଙ୍କୁ ଆନ୍ତରୀକ ଧନ୍ୟବାଦ୍ ଶୁଭେଚ୍ଛା ଜଣାଇବି।

୨୦- ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ଏକ ଆନ୍ତର୍ଜାତିକ ଭାଷା ସାହିତ୍ୟ ପ୍ରତିଷ୍ଠାନ ବୋଲି ଆପଣ କିପରି ପ୍ରମାଣିତ କରିବେ?
–କାରଣ ଏଥିରେ ପୃଥିବୀର ବିଭିନ୍ନ ଭାଷା ଭାଷୀର ଲେଖକ ଲେଖିକା ମାନଙ୍କର ସୃଜନିକା ଗୁଡ଼ିକ ସ୍ଥାନିତ କରାଯାଉଛି।

ସାହିତ୍ୟ କହିଲେ କଣ ବୁଝନ୍ତି ଏକ କବିତା ମାଧ୍ୟମରେ ପ୍ରକାଶ କରନ୍ତୁ।

ସାହିତ୍ୟ କହିଲେ ସହିତର ଭାଷାକୁ ହିଁ ସାହିତ୍ୟ କୁହାଯାଏ।

ମୋ’ଭାଷା ମୋ ମାଆ ସମାନ
ଅନ୍ତ ପର୍ଯ୍ୟନ୍ତ ମୁଁ ଦେବି ସମ୍ମାନ
ନମନ ସଦା ମୁଁ ମୋ’ଭାଷା ପାଶେ
ଲେଖନୀ ଚାଲିଛି ତା’ର ସକାସେ।।

ଆପଣ ଆପଣଙ୍କ ବହୁମୂଲ୍ୟ ଚର୍ଚ୍ଚା ଚର୍ଚ୍ଚିତ ଜୀଵନାୟନରୁ ସମୟ ବାହାର କରି ଆମକୁ ସାକ୍ଷାତକାର ଦେଇଥିବାରୁ ଆମେ ସୂର୍ଯ୍ୟୋଦୟ ପରିବାର ବୃନ୍ଦ ଆପଣଙ୍କ ପାଖରେ ଆମର କୃତଜ୍ଞତା ଜ୍ଞାପନ କରୁଛୁ।

ଇତି
ଆପଣଙ୍କ ପ୍ରତିଭାମୁଗ୍ଧ
ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ
ଅଡା, ବାଲେଶ୍ଵର ଓଡିଶା
+91 6371 596 159, +91 79781 49416,+91 99217 15179, +91 94381 84795, 9340045335

Loading

Leave a Reply

Your email address will not be published. Required fields are marked *