April 26, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

*Lets talk with Er. Bichitrananda Muni for Suryodaya_Sambhranta_Saraswat_Samman – 2021*

Lets talk with Er. Bichitrananda Muni for Suryodaya_Sambhranta_Saraswat_Samman – 2021

ଆତ୍ମ ପରିଚୟ ପ୍ରଦାନ କରନ୍ତୁ

ନାମ– ଇଂ. ବିଚିତ୍ରାନନ୍ଦ ମୁନୀ
ମାତା -ଶ୍ରୀମତୀ ଝୁନୁଵାଳା ମୁନୀ
ପିତା -ଶ୍ରୀ ନାରାୟଣ ମୁନୀ
ପତ୍ନୀ -ଶ୍ରୀମତୀ ବବିତା ମୁନୀ
ଜନ୍ମ ତାରିଖ -05.05.1977

ଶିକ୍ଷାଗତ ଯୋଗ୍ୟତା –

1)M.Tec electrical engineering.
2) Diploma in NGO management.

ସାରସ୍ୱତ ନିବାସ ଠିକଣା
ଗ୍ରାମ – କୀର୍ତ୍ତିପୁର
ପୋଷ୍ଟ -ନରେନ୍ଦ୍ରପୁର
ଭାୟା -ପିତ୍ତଳ
ଜିଲ୍ଲା – ଗଞ୍ଜାମ
ରାଜ୍ୟ -ଓଡିଶା
ପିନ -761103

୧- ନିଜ ସମ୍ପର୍କରେ ତଥା ଚର୍ଚ୍ଚା ଚର୍ଚ୍ଚିତ ନିଜ ଜୀବନ ବିଷୟରେ କିଛି କୁହନ୍ତୁ।

ଦୀର୍ଘ 30 ବର୍ଷ ହେବ ଏକାଧାରରେ ଶିକ୍ଷା, ସହିତ୍ୟ, କଳା, ସଂସ୍କୃତି ଓ ଆଧ୍ୟାତ୍ମିକ ମାର୍ଗରେ ପଥିକ ଟିଏ ହୋଇ ଅନବରତ ଭାବେ ସାଧନାରତ ଅଛି । ଏହି ସବୁକୁ ନେଇକିଛି କରିବା ପାଇଁ ଆଖିରେ ଆଖିଏ ସ୍ବପ୍ନ ଓ ଛାତିରେ ଛାତିଏ ବିଶ୍ୱାସ ଭରଷା ରହିଛି ।
୨- ସାହିତ୍ୟ ତଥା ଏହାର ଦୁନିଆ ଯାହାକୁ ସାରସ୍ୱତ ଦୁନିଆ କୁହାଯାଏ, ଆପଣଙ୍କ ବ୍ୟକ୍ତିଗତ ଜୀବନ ଉପରେ କେମିତି ପ୍ରଭାବ ପକାଇଛି ? କିଛି ବିଶେଷ ବ୍ୟକ୍ତିଗତ ଅନୁଭୂତି ବିଷୟରେ ଆମକୁ କହିବେ କି ?

ହଁ ଦୀର୍ଘ ତିରିଶି ବର୍ଷର ଅନବରତ ସାଧନା ମୋତେ ବହୁତ କିଛି ଦେଇଛି । ପ୍ରଥମତଃ ସମଗ୍ର ଓଡ଼ିଶାରେ କବି, ନାଟ୍ୟକାର ଭାବେ ମୋର ମୋର ପରିଚୟ ସୃଷ୍ଟିର ହୋଇଛି । ସମଗ୍ର ଓଡିଶା ପ୍ରଦେଶର ପ୍ରତ୍ୟେକ ଅଂଚଳରୁ ଶତାଧିକ ଅନୁଷ୍ଠାନରୁ ସମ୍ବର୍ଦ୍ଧିତ ହୋଇଛି । ଶତାଧିକ କଳା ସାହିତ୍ୟାନୁଷ୍ଠାନର କାର୍ଯ୍ୟକ୍ରମକୁ ଅତିଥି /ଉଦ୍ଘାଟକ ଭାବେ ଯାଇଛି । ସେଇଟା ମୋ ପାଇଁ ଯଥେଷ୍ଟ । ଆଉ ସେ ସବୁ ହିଁ ମୋ ସାଧନାର ପଥକୁ ଉଜ୍ବଳମୟ କରି ଦେଇଛି ।
୩- ଆପଣ ମୁଖ୍ୟତଃ କବିତା/ଗଳ୍ପ/ପ୍ରବନ୍ଧ/ ରମ୍ୟରଚନା ନା ଅନ୍ୟକିଛି ଲେଖା ଲେଖି କରନ୍ତି।

ଯଦିଓ ମୁଁ କବିତା ଲେଖେ, କିନ୍ତୁ ତାର ବହୁତ ପୂର୍ବରୁ ମୁଁ ଜଣେ ନାଟ୍ୟକାର ଭାବେ ବହୁ ପରିଚିତ । ବିଶେଷ କରି ମୁଁ ବହୁତ ଯାତ୍ରା ଓ ଡ୍ରାମା ନାଟକର ଲେଖକ । 2013 ଓ 2014 ମସିହାରେ ଦକ୍ଷିଣ ଓଡିଶା ନାଟକ ମହୋତ୍ସବ ରେ ମୋ ନାଟକ ଶ୍ରେଷ୍ଠ ପ୍ରଯୋଜିତ ନାଟକ ଆୱାର୍ଡ ପାଇବା ସହ ମୋତେ ଶ୍ରେଷ୍ଠ ନାଟ୍ୟକାର ଆୱାର୍ଡ ମିଳିଥିଲା ।

୪-ଆପଣଙ୍କ ମତରେ ଭଲ କବିତାଟିଏ ବା ଗପଟିଏ ଆମେ କାହାକୁ କହିବା?

କବିତା ହେଉ କି ଗଳ୍ପ ହେଉ ଯେ କୌଣସି ସୃଷ୍ଟି ଯଦି ଅନ୍ୟର ହୃଦୟସ୍ପର୍ଶୀ ହୋଇପାରିଲା, ଅନ୍ୟର ମନକୁ କିଣିପାରିଲା ଜିଣି ପାରିଲା ତେବେ ସେହି ଲେଖାଟିକୁ ଭଲ କହିବା ।

 

୫- ଆପଣ ଆପଣଙ୍କ ଲେଖା ମାଧ୍ୟମରେ ସମାଜକୁ କଣ କହିବାକୁ ଭଲପାଆନ୍ତି?
ବିଶେଷ କରି ମୁଁ ସମାଜର ପ୍ରତିଛବିକୁ ଓ ହୃଦୟର ଭାବକୁ ଲେଖନୀ ଦ୍ୱାରା କବିତା ଓ ନାଟକ ମାଧ୍ୟମରେ ଚିତ୍ରିତ କରିଥାଏ l ନାଟକ ମାଧ୍ୟମରେ ପ୍ରତ୍ୟେକ ଦୃଶ୍ୟରେ ହୃଦୟ ସ୍ପର୍ଶୀ ସଂଳାପ ଦ୍ୱାରା ବାର୍ତ୍ତା ବା ମାର୍ଗଦର୍ଶନ ଦେଇଥାଏ ।

୬-ସାହିତ୍ୟ ଲେଖି ହୋଇଯାଏ ଅଥବା ଲେଖିବାକୁ ପଡେ ; ଆପଣଙ୍କ ବ୍ୟକ୍ତିଗତ ଅନୁଭୂତି ଏ ନେଇ ?

ହଁ  କିଛି ବ୍ୟକ୍ତିଗତ ଅନୁଭୂତି , ଆଉ କିଛି ସମାଜର ପ୍ରତିଛବି  ଆଉ କିଛି କଳ୍ପନା ଓ ଗବେଷଣା ମଧ୍ୟ ।

୭ – ପାଠକୀୟ ଆଦୃତି, ପୁରସ୍କାର ନା ଆତ୍ମସନ୍ତୋଷ ଆପଣଙ୍କ ସାରସ୍ଵତ ସାଧନା ଓ ସୃଜନଶୀଳତା ଏମାନଙ୍କ ମଧ୍ୟରୁ କଣ ଆକାଂକ୍ଷା କରୁଥାଏ ?

ମୋ ଲେଖl ପାଠକ ମାନଙ୍କ ମନକୁ ଛୁଇଁ ପାରିଛି ହୃଦୟ ସ୍ପର୍ଶୀ ହୋଇପାରୁଛି ସେହିଟା ସବୁଠୁ ବଡ଼କଥା ତା ଛଡା ପୁରସ୍କାର ସମ୍ବର୍ଦ୍ଧନା କରତାଳି ସାଧନାକୁ ଅଭିବୃଦ୍ଧି କରି ଦେଉଛି l ଏହା ଚିରନ୍ତନ ଧ୍ରୁବସତ୍ୟ l

୮-ଓଡ଼ିଆ ଭାଷା, ସାହିତ୍ୟର ବର୍ତ୍ତମାନ ଓ ଭବିଷ୍ୟତ ; ଆପଣ କେମିତି ଦେଖନ୍ତି ?

ଓଡ଼ିଆ ଆମର ମାତୃ ଭାଷା ହେତୁ ଆମେ କେବଳ ଓଡ଼ିଆରେ କଥା ହେଉଛନ୍ତି ସତ l କିନ୍ତୁ ପ୍ରତ୍ୟେକ ଲୋକ ନିର୍ଭୁଲରେ ଓଡ଼ିଆ କହିବା ଓଡ଼ିଆ ଲେଖିବା ଓଡ଼ିଆ ଭାଷାରେ ରଚିତ ପୁସ୍ତକ ଖବର କାଗଜ ପତ୍ର ପତ୍ରିକା ପଢିବା କବିତା ନାଟକ ରଚନା କରିବା ଏହି ସବୁ ପ୍ରତି ଆଗ୍ରହ ଜନ୍ମାଇବା ପ୍ରତି ଗୁରୁତ୍ୱ ଦେବା ମାନସିକତା ରହିଲେ ଓଡ଼ିଆ ସହିତ୍ୟର ବିକାଶ ଘଟିବ l

୯-ଯେଉମାନେ ନୂଆ ଆସୁଛନ୍ତି କବିତା କ୍ଷେତ୍ରକୁ ସେମାନଙ୍କୁ ଆପଣ କ’ଣ କହିବେ?

ବହୁ ମାତ୍ରାରେ ଅନ୍ୟର କବିତା ପଢନ୍ତୁ l ଯେଉଁ କବିଙ୍କ ଲେଖl ପସନ୍ଦ ତାଙ୍କ ଲେଖାକୁ ବାରମ୍ଵାର ପଢଂତୁ l ଧୈର୍ଯ୍ୟର ସହ ନିଜ ଗବେଷଣାକୁ ନେଇ ଅନବରତ ଭାବେ ସହିତ୍ୟ ସାଧନା କରନ୍ତୁ l କାହାର ଲେଖାକୁ ନକଲ ନକରନ୍ତୁ l ପଇସା ଦେଇ ମାନପତ୍ର କିଣନ୍ତୁ ନାହିଁ l

୧୦- ଓଡ଼ିଆ ସାହିତ୍ୟର ଭୂତ ଭବିଷ୍ୟତ ସମ୍ବନ୍ଧରେ କିଛି ନୃତନ ଯୋଜନା କଣ ହେବା ଉଚିତ ?

ସରକାର ଲେଖକ ମାନଙ୍କ ପୁସ୍ତକ ଗୁଡିକୁ ବହୁ ମାତ୍ରାରେ ପ୍ରକାଶ କରିବାରେ ସହାୟକ ହେଲେ ଓ ପତ୍ର ପତ୍ରିକାଗୁଡିକ ଚାଲିବା ପାଇଁ ଆର୍ଥିକ ସହାୟତାର ହାତ ବଢ଼ାଇଲେ ବହୁତ ଭଲ ହୁଅନ୍ତା l

୧୧- କେବେଠାରୁ ଆପଣଙ୍କୁ କବି ହେବାର ପରିଚୟ ମିଳିଲା ବୋଲି ଆପଣ ଅନୁଭବ କରୁଛନ୍ତି।

1991ଶିଶୁ ଦିବସ ଦିନ ମୋର ପ୍ରଥମ କବିତା “ଶିଶୁ ଦିବସ ” ପାକ୍ଷିକ ପତ୍ରିକା ବାଳବିଚିତ୍ରl ରେ ପ୍ରକାଶ ପାଇଥିଲା l ତାପରେ ମୁଁ ଗୋଟେ ପତ୍ରିକା କରିବି ଭାବି ମାସିକ ପତ୍ରିକା “ଚନ୍ଦ୍ରିକା ” କରିଥିଲି lସେବେଠାରୁ ମୁଁ ଜଣେ କବି ବୋଲି ଆମ ଅଂଚଳରୁ ଧିରେ ଧିରେ ଜିଲ୍ଲା ରାଜ୍ୟ ସ୍ତର ପର୍ଯ୍ୟନ୍ତ ଆସିପାରିଛି l

 

୧୨-ଆଜିକାଲି ସାହିତ୍ୟରେ ଅନଲାଇନର ପ୍ରବେଶକୁ ଆପଣ କେତେଦୂର ଗ୍ରହଣ କରିପାରୁଛନ୍ତି ?

ଠିକ ଅଛି , ଅନଲାଇନ ରେ ପ୍ରବେଶ ଦ୍ୱାରା ଶୀଘ୍ର ନିଜକୁ ପ୍ରଚରିତ ଓ ପ୍ରସାରିତ କରି ହେଉଛି l ଅନ୍ୟର କବିତାକୁ ବି ପଢି ହେଉଛି l ସବୁ କବି ଓ ଅନୁଷ୍ଠାନ ମାନଙ୍କ ସହିତ ସହଜରେ ସମ୍ପର୍କ ସ୍ଥାପନ ହୋଇ ପାରୁଛି l

୧୩- ଆମ ସୂର୍ଯ୍ୟୋଦୟ ଭାଷା ପ୍ରତିଷ୍ଠାନ ସମଗ୍ର ବିଶ୍ଵ ସାହିତ୍ୟ ଜଗତର ଆଜି ଏକ ସୁନାମଧନ୍ୟ ସାହିତ୍ୟ ଅନୁଷ୍ଠାନ ରୂପେ ପରିଗଣିତ । ଆପଣଙ୍କ ମତାମତ କଣ। କିଛି ସୁଚିନ୍ତିତ ବାର୍ତ୍ତା ଦିଅନ୍ତୁ।

ଏହା ଶତ ପ୍ରତିଶତ ଠିକ , ଅବିଶ୍ୱାସ କରିବାର ପ୍ରଶ୍ନ ଉଠୁନି । ବିଶ୍ଵବ୍ୟାପୀ କାୟା ବିସ୍ତାର କରି ବହୁ ବର୍ଗର ବହୁ ଭାଷାଭାଷୀ ଲେଖକ ମାନଙ୍କୁ ଆତ୍ମୀୟତାର ସୂତ୍ରରେ ବାନ୍ଧି ସହିତ୍ୟ ସେବାରେ ବ୍ରତୀ ହୋଇଥିବା ଅନନ୍ୟ ଅନୁଷ୍ଠାନ ସୁର୍ୟୋଦୟ l ତେଣୁ ମୁଁ ଅନୁଷ୍ଠାନ ପାଖରେ ଚିର କୃତଜ୍ଞ l

୧୪- ଆପଣଙ୍କ ଦ୍ଵାରା କିଛି ସଂକଳନ ପ୍ରକାଶିତ ହୋଇଛି କି  ଏହା ସମ୍ପର୍କରେ କିଛି କୁହନ୍ତୁ?

କବିତା ସଂକଳନ.
୧-ଭଗ୍ନ ପାନ୍ଥଶାଳା,
୨-ଶିଶୁ କବିତା ସଂକଳନ -ଶିଶୁ ଗିତ ଲହରୀ
ନାଟକ
୧-ଧରମା କାନ୍ଦୁଛି ଚନ୍ଦ୍ରଭାଗାରେ
୨-ବାଛି ଅlଣି ଥିଲି ଗୋରୀ କନିଆଁ
୩- ଗୋଟିଏ ରାତିକୁ ଲକ୍ଷେ ଟଙ୍କା
୪- ଦାୟୀ କିଏ
୫-ଗାଁ ହାଲ ଚାଲ

ଦଶ ଖଣ୍ଡ ପାଠ୍ୟ ପୁସ୍ତକ
ବର୍ତ୍ତମାନ 1000 ଏକ ହଜାର କବିତାକୁ ନେଇ ଗୋଟିଏ କବିତା ସଂକଳନ ପ୍ରିଣ୍ଟିଂ ଚାଲିଛି l

ସାପ୍ତାହିକ ଖବର କାଗଜ ଚନ୍ଦ୍ରିକା ଚାଲିଛି l

ସାହିତ୍ୟ କହିଲେ କଣ ବୁଝନ୍ତି ଏକ କବିତା ମାଧ୍ୟମରେ ପ୍ରକାଶ କରନ୍ତୁ।

Il ସହିତ୍ୟ ll

ଇଂ. ବିଚିତ୍ରାନନ୍ଦ ମୁନୀ

ସହିତ୍ୟ ଅଟଇ
ସମାଜର ଛବି
ଜାତିର ଜନନୀ ସେହି,
ଅଭୁଲା ଅତୀତ
ଠାରୁ ବର୍ତ୍ତମାନ
ଭବିଷ୍ୟତ ଯିଏ କହି ll
ସମାଜକୁ ଦିଏ
ପଥପ୍ରଦର୍ଶନ
ମେରୁଦଣ୍ଡ ଭାବେ ରହି,
ସେହି ଏକା ଆମ
ଭାଷା ଜନନୀଟି
ମାତୃଭାଷା ନାମ ବହି ll

ସମ୍ପାଦକ , ଚନ୍ଦ୍ରିକା
ପିତ୍ତଳ ଗଞ୍ଜାମ

Loading

One thought on “*Lets talk with Er. Bichitrananda Muni for Suryodaya_Sambhranta_Saraswat_Samman – 2021*

Leave a Reply to kukidoll Cancel reply

Your email address will not be published. Required fields are marked *