**ନୀଳ ଜହ୍ନ **
ନୀଳ ଅମ୍ବରରେ ନୀଳ ଜହ୍ନ ମୋର
ନୀଳ ବଉଦର ତଳେ,
ନୀଳ କାନ୍ତ ହସେ ନୀଳ ଜୋଛନାରେ
ସୁରଭିତ ତାରା ମେଳେ ।।
ନୀଳ ସାଗରରେ ନୀଳ ଊର୍ମିମାଳା
ନୀଳାଭ ଗଗନ ତଳେ,
ନୀଳ ତଟିନୀ ଖୋଜେ ସାଗର ବେଳା
ମଥା ରଖିବାକୁ କୋଳେ ।।
ନୀଳ ସରସୀରେ ନୀଳ କମଳିନୀ
ଢଳ ଢଳ ନୀଳ ଜଳେ,
ଅଂଶୁମାନ ଦେଖି ହସେ ପ୍ରଣୟିନୀ
ନୀଳ ଆନନ୍ଦାଶ୍ରୁ ଢାଳେ ।।
ନୀଳ ପୋଖରୀରେ ନୀଳ କୁମୁଦିନୀ
ଛଳ ଛଳ ନେତ୍ରେ ଚାହେଁ,
ତା’ର ନୀଳ ଚାନ୍ଦ ପାଇଁ ହିଲ୍ଲୋଳିନୀ
ଜ୍ୟୋତ୍ସ୍ନାରେ ଯେ ଭିଜୁଥାଏ ।।
ଅପରାଜିତାର ନୀଳ ଓଢ଼ଣୀ ରେ
ପ୍ରିୟା ଅବଗୁଣ୍ଠନବତୀ,
ପ୍ରିୟ ଆସିବ ମୋ ମେଘ ସବାରୀରେ
ନେଇ “ନୀଳାହାର” ପ୍ରୀତି।।
ଅନନ୍ତ ଯୁଗର ଅନନ୍ୟ ନାୟକ
ବାଞ୍ଛା କଳ୍ପବଟ ମୋର,
ଜନ୍ମ ଜନ୍ମାନ୍ତରେ ମଧୁର ସମ୍ପର୍କ
ରହିଥାଉ ଅଭିସାର ।।
ବେଙ୍ଗାଲୁରୁ,
ଘର: ଲହୁଣୀପଡ଼ା, ରାଉରକେଲା।
324 total views, 1 views today
Great post. I will be going through some of these issues as well..
Looking forward to reading more. Great blog post.Really thank you! Awesome.
Hello, tend to be not you too great? Your current writing widens my information. Give thanks to you.
What’s Happening i am new to this, I stumbled upon this I’ve found It absolutely helpful and it has helped me out loads. I hope to contribute & aid other users like its helped me. Good job.
This was an awesome blog. So glad I found it.
I loved your blog a lot. I’ll return to view it some more.
Thanks so much and I am taking a look forward to touch you.
An intriguing discussion is worth comment. I do believe that you should publish more on this issue, it might not be a taboo subject but usually people do not speak about such issues. To the next! Many thanks!!