ଝଡ
*****
ସେଦିନ ବି ଉଠିଥିଲା,
ଆଜି ବି ଉଠେ,
ବୋଧ ହୁଏ ସାରା ଜୀବନ ଏ !

ନିଃସଙ୍ଗ ହୋଇ,
ନିଜ ଭିତରେ ଯୁଦ୍ଧ କରୁଥାଏ,
କେବେ ସ୍ବପ୍ନ ସବୁକୁ ନେଇ,

ଥମିଯିବ କି ଏ?
ପୁଣି ଶାନ୍ତ ହୋଇଯିବ କି?
ସେଥିରେ ବି ପ୍ରଶ୍ନ,
ଦ୍ୱନ୍ଦ୍ୱ ଆଉ ଅସହାୟ ହୃଦୟ l 

କେବେ କେବେ ହଜିଛି,
ଖୋଜିଛି ଆଉ ପାଇଛି,
ପୁଣି ହରେଇଛି,

ଅନେକ ଭିତରେ ଏକା ହୋଇ,
ନିଜର ଅସ୍ତିତ୍ବ କୁ ସାମ୍ନା କରି,
ଜିଉଁଛି, ଜୀବନ ସୀମାରେଖା ରେ…..

ସୁଖ, ଦୁଃଖ କଣ ଯେ?
ଏଠି ଯନ୍ତ୍ରଣା ସଭିଙ୍କ ପାଇଁ,
ପ୍ରଶ୍ନ ଆଉ ଉତ୍ତର ଭି ସାମାନ….

ସମୟ ଭାରାକ୍ରାନ୍ତ ରେ,
ଜୀବନ ଉତ୍ତରଣ ରେ,
କେବେ କେବେ ମିଛ ଆଶା କରୁଛି,

ହଁ, କିଛି ଫେରେଇଦେଇଛି ସମୟ,
କରଜ ର ସୁଧ ବସୁଲ କରିଛି,
ଏମିତି କେତେ ଦିନ, କେତେ ରାତିରେ…

କାଇଁ କେଉଁଠି ତ ଥମୁନି,
ନା ନିଦାଘ ଉତ୍ତପ୍ତ ପଣ ରେ,
ନା ବର୍ଷା ବିନ୍ଦୁରେ,
ନା ଶୀତ ରାତିର କୁହୁଡ଼ିରେ….

ଛାଇ ଆଲୁଅ ହୋଇ ଖେଳୁଛି,
ମନ୍ଦ ସମୟ ର ଦ୍ୱାହି ଦେଇ,
ଶୋଷି ଚାଲିଛି ରକ୍ତ ସବୁ,
ସେଥିରେ କଣ କମିଛି କିଛି….
ନୁହେଁ ନା…

ଥମିବ ସେ ନିଶ୍ଚୟ,
ଏ ମିଛ ପ୍ରତିଶୃତି ନୁହେଁ ତ,
କଣ ବୁଝିହେଉଛି ଏ ନିଶ୍ୱାସ କୁ,
କେତେବେଳୁ ସେ ନିରବି ଯିବ ଭାବୁଛି l

ବୋଧହୁଏ ଅପେକ୍ଷା କରିଛି,
ନୂଆ ଏକ ଦୁନିଆରେ,
ସ୍ବପ୍ନ ର ରଙ୍ଗ ବୁଣିବାକୁ,
ଇନ୍ଦ୍ରଧନୁ ହୋଇ ରଙ୍ଗୀନ କରିବାକୁ,
ଏ ଜୀବନ ମୃତ୍ୟୁ ର ଇତିହାସକୁ,
ସବୁଦିନ ପାସୋରି ଦେବାକୁ l”

@ଲେଲିନା ମଲ୍ଲିକ

 133 total views,  2 views today

Leave a Reply

Your email address will not be published. Required fields are marked *