ବିପ୍ଳବୀ
ବିପ୍ଳବୀ ତୁମ ଲେଖନୀ ମୁନରେ
ଆଣିପାର ନୂତନତ୍ବ
ଲକ୍ଷ୍ୟ ତୁମର ଅର୍ଜ୍ଜୁନ ସମ ଚକ୍ଷୁ
ଭେଦ କରିବ ନିଶ୍ଚିତ।
କର୍ମର ପଥରେ ଦୃଢ ପଦକ୍ଷପେ
ନିଶ୍ଚିତ ମିଳିବ ଫଳ
ପ୍ରଗତି ପଥରେ ସର୍ବଦା ବିଜୟ
ନ ହୁଏ କେବେ ବିଫଳ।
ଉଦ୍ଦେଶ୍ୟ ଯାହାର ଥାଏ ମହତରେ
କେବେ ସେ ପଛେ ଫେରେନା
ଆସୁ ପଛେ ଯେତେ ବାଧା ବିଘ୍ନ ଝଡ
ଅପମାନ କିବା ଲାଞ୍ଛନା।
ବିପ୍ଲବ ଆଣଇ ନୂତନ ଜାଗୃତି
ସମାଜେ ନବ ଚେତନା
ପ୍ରଗତିର ପଥ ଉନ୍ମୋଚନ କରେ
ଦିଏ ନୂଆ ଉନ୍ମାଦନା।
ନୂତନ ଆଲୋକ ପ୍ରଜ୍ୱଳିତ ପାଇଁ
ଲୋଡା ବିପ୍ଲବର ସ୍ୱର
ବିନା ବିପ୍ଳବର ପ୍ରଗତି ପଥରେ
ନ ହୋଇବା ଅଗ୍ରସର।
ଭୁବନେଶ୍ୱର।