ଅବ ଗୁଣ୍ଠନ
ଅବ ଗୁଣ୍ଠନ ଟି ନାରୀର ମହତ୍ତ୍ଵ
ଲଜ୍ଜା କରି ନିବାରଣ
କୁଳର ମର୍ଯ୍ୟାଦା କରି ଥାଏ ରକ୍ଷା
ରହିଛି ସ୍ଵତନ୍ତ୍ର ସ୍ଥାନ।
ନବ ବଧୂ ପାଇଁ ତା’ର ପରିଚୟ
ରହିଛି ସମାଜେ ଅତି
ସର୍ବ ଆଢୁଆଳେ ବଦନ କୁ ଢାଙ୍କେ
ଅବ ଗୁଣ୍ଠ ନା ସେ ବତୀ।
ଓଢ଼ଣା ର ତଳେ କାମିନୀ ମଣି
ସେ ଆମ ଓଡିଆଣୀ ବୋହୂ
ବହୁ ପୁ୍ରାତନ ସଂସ୍କୃତି ର ରକ୍ଷା
ପ୍ରତି ଧ୍ୟାନ ଦିଏ ବହୁ।
ଓଢ଼ଣା ଟି ତା’ର ସଲ୍ଲଜ ପ୍ରତୀକ
ଗ୍ରାମ୍ୟ ବଧୂ ପରମ୍ପରା
ବିବାହ ବେଦୀ ରୁ ଅୟମାରମ୍ଭ
ଗତାନୁଗତିକ ଧାରା।
ଓଢ଼ଣା ଟି ଆମ ମସ୍ତିଷ୍କ କୁ ଢାଙ୍କେ
ପ୍ରଥା ବହୁ ପୁରାତନ
ଅତୀତ କାଳର ରାଜ ପ୍ରାସାଦରେ
ଥିଲା ବହୁ ପ୍ରଚଳନ।
ଓଢ଼ଣା ତଳୁ ତା’ ନାରୀ ର ବଦନ
ଲଜ୍ଜା ର ଭାବ ବହି
ମହିୟସୀ ସିଏ ଭାରତ ମହିଳା
ମହା ପରିଚୟଏହି।
ଆଜି କିନ୍ତୁ ଯୁଗ ଯାଇଛି ବଦଳି
ଅବ ଗୁଣ୍ଠ ନ କୁ ତେଜି
ପାଶ୍ଚାତ୍ୟ ସଂସ୍କୃତି ଅନୁକରଣରେ
ମହିଳା ଯାନ୍ତି ହଜି।
ଅବ ଗୁଣ୍ଠନ ଟି ଅଡୁଆ ଲାଗ ଇ
ଓଡ଼ିଆ ବଧୂ ଟି କହେ
ଅପ ସଂସ୍କୃତି ର ମାୟା ମୋହ ଭରା
ସମାଜର ରଙ୍ଗ ଦିଏ।
ଓଢ଼ଣା ଟି ଆମ ଓଡ଼ିଆ ଘରର
ନାରୀ ମାନଙ୍କ ର ଲାଗି
ଅବ ଗୁଣ୍ଠ ନର ପ୍ରତି ସମାଦର
ଆମ ମନେ ଉଠୁ ଜାଗି।
ଲଜ୍ଜା ନିବାରଣ ସେ ଅଙ୍ଗ ଭୂଷଣ
ରୂପୀ ସେ ଅବ ଗୁଣ୍ଠନ
ଯେଉଁଠି ରହିଛି ଆମ ସମାଜରେ
ବଧୂ ପରିଚୟ ମାନ।
ନଳିନୀ ପ୍ରଭା ମିଶ୍ର
ମୁକୁନ୍ଦ ପୁର, ଆସ୍କା, ଗଞ୍ଜାମ
ମୋ-୯୭୭୭୮୮୭୯୪୨