ଅଫେରା ଫଗୁଣ
ଫଗୁଣ ସହସା ହୁଏ ଲୋକ ହସା
ହଜାଇ ଦେଲାଣି ମହତ ଗୁଣ,
ମଣିଷ ଦୁର୍ଗୁଣ ନାଶେ ଆକର୍ଷଣ
ଫେରି ଯିବାପାଇଁ କଲାଣି ମନ।
ଫଗୁଣ ସମ୍ପଦ ଉଦ୍ଭିଦ ଆନନ୍ଦ
ନାହିଁ,କାହିଁ ଶୋଭା ସୁବାସ ତା’ର,
ତରୁ ଲତା କାଟି ସମ୍ପଦକୁ ଲୁଟି
ନର, ଆଧୁନିକେ ଗତି ପ୍ରଖର,
ଆଗୁଆ ଗ୍ରୀଷମ ଆକ୍ରମେ ବିଷମ
ହାରେ ଶୀତଳତା ମଧୁର ପଣ,
ଫଗୁଣ ସହସା ହୁଏ ଲୋକହସା
ହଜାଇ ଦେଲାଣି ମହତ ଗୁଣ।
କୋକିଳ କୂଜନ କୀର୍ତ୍ତନ ଭଜନ
ଶୋଭା ସୁବାସର ଅମୃତ ରାଗ,
ଗଲାଣି ମଉଳି ସରଗ ସଙ୍ଖାଳି
ମଳୟ ପ୍ରବାହ ଶ୍ରଦ୍ଧା ସୌରଭ।
ଦଗ୍ଧ ଆଭୂଷଣ ଆକର୍ଷ ବିହୀନ
ଶ୍ରୀହୀନ ଶରୀର କାଙ୍ଗାଳି ପଣ,
ଦୁସ୍ଥ ପରିବେଶ ଅସୁସ୍ଥ ମାନସ
ଅଶାନ୍ତେ ଅଧାରେ ଧାଏଁ ଫଗୁଣ,
ଜୀବନ ସେମିତି ଅପରାହ୍ନେ ଗତି
ଭବ ଆକର୍ଷଣ ଭାବ ବିହୀନ,
ମଣିଷ ଦୁର୍ଗୁଣ ନାଶେ ଆକର୍ଷଣ
ଫେରି ଯିବାପାଇଁ କଲାଣି ମନ।
ସୃଷ୍ଟିରେ ଫଗୁଣ ପୁନଃ ଆଗମନ
ବରଷରେ ଥରେ ଆସଇ ଧରା,
ଜୀବନେ ଯୌବନ ଫଗୁଣ ସମାନ ବିଦାୟେ ନଫେରେ ରହେ ଅଫେରା।
ଅଫେରା ଫଗୁଣ
ଶିକ୍ଷକ,ଡେଙ୍ଗାଡି,ଗଞ୍ଜାମ,
୯୫୮୩୪୩୮୧୭୪