ଶେଷକୃତ୍ୟ
ସଂଘମିତ୍ରା କବି
କାଳିଅ ଦଳନ ଆହେ ଜଗଦିଶ
ଗୁହାରି ସୁଣ ମୋ ବାରେ !
ଶେଷକୃତ୍ୟ ମୋର ହେଉ ପୁରିଠାରେ
କାଳିଅ ସର୍ପ ମୁଖରେ !!
ସଭିଙ୍କର ବଞ୍ଚା ସ୍ୱର୍ଗଦ୍ୱାର ଯିବା
ଶେଷଦାହ ସେହିଠାରେ !
ପରନ୍ତୁ ମୋ ଇଛା ଶୀରୀକ୍ଷେତ୍ର ଯିବି
ମୃତ୍ୟୁ ସାଗର ମଧ୍ୟରେ !!
ସଭିଏଁ କୁହନ୍ତି ସର୍ପ ଯେ ବିଷାକ୍ତ
ଛୁଇଁଦେଲେ ନିଏ ପ୍ରାଣ !
ପଖାଳିବି ନେତ୍ରେ ତାଙ୍କ ରୂପ ମୁଁ ଯେ
ତାଙ୍କର ହେବି ଆଘ୍ରାଣ !!
ସର୍ପରାଜ ସିନା ବାସୁକୀ ଅଟନ୍ତି
ଧରା ଯାହାଙ୍କ ମଥାରେ !
ଲୋମ ଟାଙ୍କୁରିଲେ ଧରଣୀ ଦୋହଲେ
ନାହିଁ ଇଚ୍ଛା ତାଙ୍କଠାରେ !!
ମତେ ଯଦି ସିଏ ଭକ୍ଷଣ କରିବେ
ଦୋହଲିବ ତାଙ୍କ ଶରି !
ଦ୍ୱାଂସ ହୋଇଯିବ କ୍ଷଣକେ ପୃଥିବୀ
ସର୍ବ ଯିବ ଯିବେ ମରି !!
ତେଣୁ ତାଙ୍କଠାରେ ଇଛା ମୋ ଯେତିକି
ଅନିଚ୍ଛା ମୋ ତତ୍ତ୍ୱଧିକ !
ବାସୁକୀ ନୁହେଁ ମୁଁ କାଳିଅଙ୍କ ମୁଖେ
ସମର୍ପିବି ଜୀବତକ !!
ଗଭୀର ଜଳରେ ବସତି ତାଙ୍କର
ଯିବାକୁ ଚାହେଁ ମୁଁ ତହିଁ !
ତୁମ ଆଶୀର୍ବାଦ ନୋହିଲେ ଟି ପ୍ରଭୁ
ଯାଇ ମୁଁ ପାରିବି ନାହିଁ !!
କଟିକଟା , ଦଶରଥପୁର , ଯାଜପୁର