ଅନୁଭୂତିରେ ସଂପର୍କର ସଂଜ୍ଞା
ଶିକ୍ଷୟିତ୍ରୀ ନୀହାରିକା ପଣ୍ଡା
ସଂପର୍କ ମଧୁଝରା ମିଠା କଥାରେ. ..
କବିତା ବନିତା ଲତାଟିଏ ପରି
ବିନାଶ୍ରୟେ ବଞ୍ଚିବା ଅସମ୍ଭବ….
ବିଶ୍ୱାସର ବନ୍ଧନରେ…..
ତାରାଫୁଲ ସମ ହୃଦୟ ଆକାଶରେ
ନିଃସର୍ତ୍ତରେ ଫୁଟି ପାରେ……।
ମମତାର ମଧୁର ମହକ ଢାଳି
ଚିରସ୍ରୋତା ନଦୀସମ ଆର୍ଦ୍ର କରେ
ହୃଦୟ କେଦାର…..
ଚିରସ୍ଥାୟୀ ସାଜିବାକୁ ଲୋଡେ
ମାନବିକତାର ଶାଶ୍ବତ ସ୍ମୃତିର
ଅଲିଭା ଅକ୍ଷର……।
ସତରେ ସଂପର୍କର ସୁଖସ୍ୱପ୍ନ
କାହାର ବା ନୁହେଁ ଇଛା?
ମମତାରୁ ମନ ,ମାଟିରୁ ଆକାଶ
ଯାହାର ପରିବ୍ୟାପ୍ତ ରୂପରେଖ
କେବଳ ବିସ୍ତୃତ ବଳୟ ବିଶ୍ୱାସ
ଆତ୍ମୀୟତାର ଧାରେ ପିଚ୍ଛା।
ନିଦାଘର ତାତିର ଦୀର୍ଘଶ୍ୱାସରେ…..
ବର୍ଷା ଭିଜାମାଟି ବାସ୍ନାରେ ବାସ୍ନାରେ…
ଶିଶିର – ସିକ୍ତ ପୁଳିନରେ…..
ଶୀତର ଶୀତଳ ଆଲିଙ୍ଗନରେ….
ଫୁଲେଇ ଫଗୁଣର ପଖଳା ପରଶରେ।
ସଂପର୍କ ହିଁ ଉଙ୍କିମାରେ ……।
କବି- ରବିଙ୍କର ରାଗରେ ରାଗରେ
ପହଞ୍ଚିପାରେ ତ ଲକ୍ଷ୍ୟ ଅଲକ୍ଷ୍ୟରେ
ଭୂଷଣପ୍ରଭାରେ ଦିଗ ଦୀପ୍ତକରିପାରେ…..
ନଖରୁ ନାସିକା ଯାଏ ନିମଜ୍ଜିତ କଳେବରେ….
.ଅନୁଭୂତିରେ ସମ୍ମୁଖୀନ ସଂପର୍କର ସଂଜ୍ଞାରେ……।
ରାକମା, ଭାପୁର, ନୟାଗଡ଼