ଆତ୍ମ ସ୍ୱାଭିମାନ
ଜାନକୀ ମହାନ୍ତ
ଆତ୍ମ ସ୍ୱାଭିମାନ ଅଟଇ ମହାନ
ପ୍ରତ୍ୟେକ ନର ଜୀବନେ,
ସ୍ୱାଭିମାନ ଯହିଁ ଆଘାତ ଲାଗଇ
ରହିବନି ସେହି ସ୍ଥାନେ ।।
ରଖି ସ୍ୱାଭିମାନ ତେଜି ଅଭିମାନ
ନିଜ ସମ୍ପର୍କ ବଞ୍ଚାଅ,
ସଦା ବିନା ଦୋଷେ ନତ ନ ହୁଅ ହେ
ନିଜ ମାନ ନ ହରାଅ ।।
ନିଜ ସ୍ୱାର୍ଥ ପାଇଁ ଯଦି ନର କେହି
ବନ୍ଧୁ ବହୁରୂପୀ ସାଜେ,
ମିଠା ମିଠା କହି ମନ ନିଏ ମୋହି
ବିଷ ଭରା ନାଗ ସେ’ ଯେ ।।
ଦୂରରୁ ଜୁହାର କର ଏହି ନରେ
ରଖିବନି ଭାବ କେବେ,
ଯା’ ମନ ସୁନ୍ଦର ପବିତ୍ର ନିର୍ମଳ
ତହିଁ ଭାବ ରଖ ଭବେ ।।
ଆତ୍ମ ସ୍ୱାଭିମାନ ଭାଙ୍ଗି ଗଲେ ମନ
ଆତ୍ମା କାନ୍ଦୁଥାଏ ସଦା,
ସତ୍ୟ ନ୍ୟାୟ ପଥେ ସ୍ୱଚ୍ଛ ହୃଦୟରେ
ସନ୍ଦେହ ନ ରଖ କଦା ।।
ବେଙ୍ଗାଲୁରୁ
Bengaluru