April 26, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

କିଶଳୟ ହସେ — ମିନତୀ ଦାଶ

କିଶଳୟ ହସେ…

 

କିଶଳୟ ହସେ….ହସେ ବସନ୍ତ,

ବିପ୍ରଲବ୍ଧା ଊର୍ବୀ ଚେତି ଘୁମନ୍ତ

କୋକିଳ ତାନରେ ମଳୟ ବୀଣାରେ

ପ୍ରକୃତ୍ତି ଝରାଏ ମଧୁ ସଙ୍ଗୀତ,

ବିହୋରେ ବିହରେ ଋତୁ ସାମନ୍ତ.

 

ଫୁଲର ପସରା ମେଲିଛି ଧରା,

ବନ ଉପବନ ଦିଶଇ ତୋରା,

ଯାଇ ଜୁଇ ଚମ୍ପା ଚାମେଲି ଚହଟେ,

ଅଶୋକ ସକଳ ଶୋକ ପାଶୋରା

ପଳାସ ଶିମୁଳି ଲାଲିମା ଭରା.

 

ସବୁଜ ଲାଳିତ୍ୟ ବିଟପ ସାରା

କୃଷ୍ଣଚୂଡ଼ା ଅଙ୍ଗ ଲାବଣ୍ୟ ଝରା

ତନୁରୁ ତନିମା ଛୁଇଁଛି ଫଗୁଣ

ଫଗୁ ଫଗୁ ବାସେ ଅନିଳ ପୂରା

ମାଳତୀ ମହକେ ଅଗଣା ତୋରା.

 

କୁହୁ କୁହୁ ଶୁଭେ ପିକ କୁଜନ

ଗୁଣୁ ଗୁଣୁ ଭ୍ରମରର ଗୁଞ୍ଜନ

ଭୁରୁ ଭୁରୁ ବାସ ବନେ ଉପବନେ

ସୁଲୁସୁଲୁ ପଣେ ବହେ ବ୍ୟଜନ

ଜୁଡୁବୁଡୁ ରଙ୍ଗେ ସକଳ ଜନ.

 

ସହକାର ଅଙ୍ଗେ ବଉଳ ଭିଡ଼

ବିହଙ୍ଗ ସଜାଏ ସୁନ୍ଦର ନୀଡ଼,

ହଳଦୀ ବସନ୍ତ ନାଇଚି କଜଳ

ସରସୀ ଶିଖରେ କମଳ କଢ଼

ମଲ୍ଲୀ ମୁଚୁକୁନ୍ଦ ମହକ ବଡ.

 

ପ୍ରଣୟ ପ୍ରଲେପ ଆକାଶ ସାରା

ଚପଳ ଚଇତି ହୃଦୟ ଚୋରା

ଦିଗବଳୟ ଭୁରୁ ନୀଳାଞ୍ଜନେ ଅଙ୍କା

ପୋଡା ଚଇତିଟା ମରମ ଜଳା

ନିଦାଘ ଚିଟାଉ ଆଣେ ସେ ପରା.

 

ଦେହ ଦେହଳୀ କୁ ଛୁଏଁ ଫଗୁଣ,

ଅବିର ପକ୍ଷରେ ଗାଁ ରେ ମେଲଣ

ଭିଜା ଭିଜା ପ୍ରେମେ ରାଈ ବିନୋଦିଆ

ଦିବ୍ୟ ପୁଲକରେ ମନ କାନନ

ମୁକୁଳ ମଣ୍ଡିତ ବନ ଗହନ.

 

ଇନ୍ଦ୍ରଧନୁ ସାତ ରଙ୍ଗକୁ ନେଇ

ରାଜକୀୟ ରଙ୍ଗ ଭଙ୍ଗୀ ଭିଆଇ

ଵିପଞ୍ଚି ବାଦିନୀ ଅଗମନୀ ସାଥେ

ଜାଗର ଆଲୋକେ ସର୍ବେ ଜଗାଇ

ରସ ରାସ ରସେ ରଂଜିତ ମହୀ…..

 

ମିନତୀ ଦାଶ 

ବାରିପଦା.

Loading

Leave a Reply

Your email address will not be published. Required fields are marked *