ଟିକିଏ ଖୁସି ପାଇଁ
ଥରେ ସେ ଆକ୍ୱଆରିଅମରେ ଥିବା
ମାଛମାନଙ୍କୁ ଦେଖ
ସେମାନେ ଖୁସିରେ
ପହଁରୁଛନ୍ତି କି ?
ମଣିଷ ନିଜର
ଟିକିଏ ଖୁସି ପାଇଁ….
ସେମାନଙ୍କୁ ଆଣି
ନିଜ ପାଖରେ ରଖିଛି ।
ଯଦି ସେମାନଙ୍କୁ
ନେଇ ତାଙ୍କ ନିଜ
ପରିବେଶରେ ରଖାଯାଏ
ତେବେ ସେମାନେ କେତେ
ଖୁସି ହେବେ ।
ସତରେ ଏ ମଣିଷ
ଜାତିଟା କେଡେ ସ୍ୱାର୍ଥପର!
ନିଜର ଭୋଗ ବିଳାସ
ପାଇଁ ସେ ନିରୀହ,ନିଷ୍ପାପ
ଜୀବନକୁ ନଷ୍ଟ କରିଦେଉଛି ।
ସେମାନଙ୍କଠାରୁ ସ୍ୱାଧୀନତା
ଛଡେଇ ନେଉଛି ।
ମନସ୍ମିତା ବିଶ୍ୱାଳ
ଗଡମାଟିଆପଡା, କଣାସ, ପୁରୀ