ତୁ ଖାଲି ମୋର
ମନ ଖୋଜେ ଯେବେ ମନକୁ ତୋର
ସ୍ମୃତି ମିଳେ ମେଞ୍ଚେ ଖାଲି ତୋହର
ମରିଗଲା ସ୍ୱପ୍ନ ଆଖିରୁ ମୋର
ଯେବେ କଲୁ ନିଦ ମୋ ଛାରଖାର
ଭାଙ୍ଗିଦେଲୁ ଆମ ସ୍ୱପ୍ନର ଘର
ଯାହା ଗଢ଼ିଥିଲେ ଯତ୍ନ ସହକାର
ଦଣ୍ଡ ଦେଇଦେଲୁ ବିନା ଦୋଷର
ଏକା ହେଇଗଲା ହୃଦୟ ମୋର
କାହିଁକି ହେଲୁରେ ଏତେ ନିଷ୍ଠୁର
ନୀତି ମନେ ପଡେ କଥା ତୋହର
ଦିନେ,ମାସେ ନୁହେଁ ବର୍ଷ ବର୍ଷର
କଥା ଦେଇଥିଲୁ ଫେରିଲେ ମୋର
ଜାଣେ ତୁ ହେଲୁଣି ଆଉ କାହାର
ତଥାପି ମୁଁ କୁହେ ତୁ ଖାଲି ମୋର.
ଅଭିପସା ଧଳ….. ✍️
ତୁଳସୀ କ୍ଷେତ୍ର (ପଟ୍ଟାମୁଣ୍ଡାଇ )
କେନ୍ଦ୍ରାପଡ଼ା