ପରିହାସ
ଆଚରଣ ନ କାରାତ୍ମକ
ଯେ କରେ ସ୍ଵଭାବେ ଉନ୍ମତ୍ତ,
ବୟସ ଧନ ଅଭିମାନେ
ଅନ୍ୟ କୁ ହୀନ ସେ ପ୍ରମାଣେ.
ହେଊ ସରଳ ନିଷ୍କପଟ
ସାଧୁ ସୁଜନ ଇଷ୍ଟ ଶିଷ୍ଟ
ସଭିଙ୍କ ହୃଦେ ଆଙ୍କେ ଗାର
ପ୍ରତିଫଳ ଭିନ୍ନ ପ୍ରକାର.
ନାଚାର କେହି ଢାଳେ ଲୁହ
ଅନ୍ତରୁ ଉଦ୍ଗାରଇ କୋହ.
କା ମନ ସୃଜେ ପ୍ରତିହିଂସା
ଗର୍ବ କୁ ଖର୍ବ ପଣ ନିଶା
ପୀଢ଼ି କୁ ପୀଢ଼ି ଚାଲେ ଗଡି
ଜଣ ରୁ ଗଣ ପଡି ବଳି.
ପରିହାସ ରୁ ଲଙ୍କାଧ୍ବଂସ
ରାବଣ ବଂଶ ହେଲେ ନାଶ
ପରିହାସରେ ମହା ଯୁଦ୍ଧ
ଅନେକ ସୁର ବୀର ବଧ.
ଶିଶୁପାଳ ର ହେଲା ବଳି
ଚନ୍ଦ୍ରମା ଅଙ୍ଗେ ଅଙ୍କା କାଳି.
ଆତ୍ମ ବଡ଼ିମା ର ପ୍ରକାଶ
ନାମ ତା ଅଟେ ପରିହାସ
ଆତ୍ମ ସମୀକ୍ଷା ସେ ନ କରେ
ଉଦାସୀନ ସ୍ୱ ସ୍ଥିତି ପରେ.
ପ୍ରତିଫଳ ତା ହଳାହଳ
ଦୁଃଖ ନିଶ୍ଚିତ ପର କାଳ.
ପୁରୁଷୋତମେ ପରିହାସି
କାଞ୍ଚି ନରେଶ ହେଲେ ଦୋଷୀ
କଳା ଧଳା ହୟ ବାହନେ
ଜଗାବଳିଆ ସାନ୍ନିଧାନେ
ଯୁଦ୍ଧେ ହରାଇ ସେ ନରେଶ
ରଚିଲେ ମହା ଇତିହାସ.
ପରିହାସ ନ କରଣୀୟ
ହସ ସୁନ୍ଦର ହସ ଶ୍ରେୟ
ନ ଦେଇ ଦରଜ ମନର
ନକରି ଆତ୍ମା ନାରଖାର
ଭୋଗ ସୁ ଜୀବନ ପ୍ରବାହ
ଜୀବନ ହେଊ ମୋହମୟ ।
ମିନତି
ବାରିପଦା