ଶୀର୍ଷକ – ଖୋଜିଲେ ମିଳୁନି ଟିକିଏ ସୁଖ
ଯୁଗ ପରେ ଯୁଗ ଚାଲୁଛି ଚାଲିବ
ଲୋକେ ଖୋଜୁଛନ୍ତି ସୁଖ
ଚାଳ ଘରେ ଦିନେ ଥିଲା ବହୁସୁଖ
ଆଜି ଯେହ୍ନେ ସୁଖ ହୋଇଛି ବିମୁଖ
ବନ୍ଦୀଘରେ ଥିଲେ ରାଜନନ୍ଦିନୀ ଦେବକୀ
ତଥାପି ସୁଖ ଥିଲା ତାଙ୍କର
ବିଷ୍ଣୁ ଜନ୍ମ ନେଵେ ଅଷ୍ଟମ ଗର୍ଭରେ
ବିଷ୍ଣଙ୍କ ନାମ ଜପି କଟୁଥିଲା ଦିନ
ଜନ୍ମକଲା ପୁଅ କରେ ହଇରାଣ
ନାନାଦି ଶୋଷଣ କରେ
ବୃଦ୍ଧା ମାଆକୁ ଢାଲକରି କରେ ଅତ୍ୟାଚାର
ସୁଖ ବୋହିଯାଏ ଦୁଃଖର ତୀରେ
ସୁଖ ଖୋଜୁଛି ମଣିଷ ଆପଣା ସ୍ବାର୍ଥରେ
ଆପଣାପଣିଆ ବିକି
ନିଜ ସୁଖସହ ଅନ୍ୟ ସୁଖ ହରଣରେ
ନିଜକୁ ନିଜେ ହୁଏ ଠକି
ଶୋଷଣ ଦୂଷଣ କଷଣରେ ପେଶି
ହେଉଛି ସବୁ ମଣିଷ
ଅନ୍ୟର ସୁଖରେ ମଣିଷ ହେବ ସୁଖୀ
ସେ ମନୋଭାବ ଏବେ ପାଉଁଶ
ମାୟାର ସାଗରେ ମଣିଷ ଉବୁଟୁବୁ
ଜଞ୍ଜାଳ ଆହୁଲା ତାର
କୁହୁଡିର ଜାଲ ଘେରିଛି ମଣିଷକୁ
ସୁଖ ଘୁଞ୍ଚେ କୋଶ କୋଶ
ଖୋଜିଲେ ମିଳୁନି ଟିକିଏ ବି ସୁଖ
ଏହି ବିଜ୍ଞାନ ଯୁଗରେ
ବିଜ୍ଞାନଭିତ୍ତିକ ଜିନିଷର ଲୋଭ
ଗ୍ରାସୁଛି ମାନବ ମନରେ
କଳ୍ପନା ରାୟ, ଲଇଡା, ସମ୍ବଲପୁର