ପାପାଚରଣ
ଏଇ ଦୁନିଆରେ ମନୁଷ୍ୟ ଜୀବନ
ଅଟେ ଖରା ଛାଇ ଖେଳ
ଦୁଃଖ ସୁଖ ପୁଣି ଜୀବନେ ଆସଇ
କଟି ଯାଇଥାଏ ବେଳ।।
ଅଢେଇ ଦିନର ଜୀବନରେ କିଛି
ପୂଣ୍ୟ କର୍ମ କରିଯାଅ
ଅଧର୍ମ ଅନ୍ୟାୟ ପାପାଚରଣରୁ
ସର୍ବଦା ଦୁରେଇ ରୁହ।।
ଆସି ଅଛୁ ଏକା ଯିବୁ ମଧ୍ୟ ଏକା
ଯିବେନି କେହି ସାଥିରେ
ଧନ ଜନ ସବୁ ଛାଡି ଚାଲି ଯବୁ
ପୂଣ୍ୟଟି ଯିବ ସାଥିରେ।।
ପାପ ପୁଣ୍ୟ ମଧ୍ୟୁ ପୂଣ୍ୟଟିକୁ ବାଛ
ଜୀବନ ସାର୍ଥକ ହେବ
ପାପାଚରଣଟି ଅଟଇ ଦୂଷଣ
ଜୀବନ ନର୍କ କରିବ।।
ଧରମ ପଥରେ ବାଟ ଚାଲୁଥିଲେ
ଜୀବନ ସୁଗମ ହେବ
ଯେତେ ବାଧା ବିଘ୍ନ ଆସୁ ପଛେ ଶେଷେ
ତୁମର ବିଜୟ ହେବ।।
ପାପ କର୍ମ କରି ଧନ ଅରଜିଲେ
ଅଳ୍ପ ଦିନ ସୁଖେ କଟେ
ଗଲାବେଳେ ତାହା ମୂଳ ସହ ଯାଏ
ଜୀବନେ ଅନ୍ଧାର ଘୋଟେ।।
ପାପାଚରଣକୁ ଦୂରରୁ ଜୁହାର
ଧର୍ମ ପଥେ ସଦା ଚାଲ
ଦୁନିଆରେ ଯଶ କିର୍ତ୍ତୀ ଅରଜିବ
ସଭିଏଁ କହିବେ ଭଲ।।
ବନଲକ୍ଷ୍ମୀ ମହାନ୍ତି
ନଡିଆବରାଇ
କେନ୍ଦ୍ରାପଡ଼ା ।