ଜୟ ମାଆ ଲକ୍ଷ୍ମୀ
ମାଆ ଲୋ ଜଗତର ମାତା
ତୁ଼ହିଲୋ ସାଗର ସୁତା
ଜୟମା,ଅନ୍ନଦା,ଜୟମା, ସୁଖଦା
ଜୟତୁ ବରଦା ମା, ଲୋ
ମାଧବ ଯାହାର ନାହା ।।
ମାଆଲୋ ଏ ସାରା ସଂସାର
ତୋହର ଵିଜୟସ୍ଥଳୀ
ଜୟମା, ଚଞ୍ଚଳା,ସାଗର ଦୁଲଣୀ
ପତି ତୋର ବନମାଳୀ
ତୁ଼ହିମା, ଲକ୍ଷ୍ମୀ ଵିଷ୍ନୁ ଙ୍କ ଘରଣୀ ।।
ସକଳ ପ୍ରାଣୀଙ୍କୁ ଦେଉଛୁ ଆଧାର
ଗୁରୁ ବାର ଅଟେ ପ୍ରିୟତୋହର
ଯିଏ ଲୋ ମା,ତୋ ସେଵାକରେ
ସକଳ ସୁଖ ଦେଉ ତାହାରେ
ପଡିଦାତ୍ରୀ ମା,ଲୋ କୋଟି ନମସ୍କାର।
କରିଵୁଲୋ ମାଆ ସୁଦୟା
ତୋ ସେଵାକରି ଯାଉ ଏକାୟା
ପଦ୍ମାସନେ ଵସିଥାଉ
ଧନ୍ୟ ତୋ ମାୟା ଲୋ
ମାଆ ଧନ୍ଯ ତୋ ମାୟା ।।
ବନଲକ୍ଷ୍ମୀ ମହାନ୍ତି
ନଡିଆଵରାଇ ।।