ସୀତା ସ୍ୱୟମ୍ବର
ମିଥିଲାର ନୃପ ରାଜର୍ଶୀ ଜନକ ସୀତାଙ୍କର ତାତ
ଦେବତାଙ୍କଠାରୁ ଶିଵଧନୁ ହୋଇଥିଲେ ପ୍ରାପ୍ତ ।
ସେଇ ଧନୁକୁ ସବୁଦିନେ ପୂଜା କରୁଥିଲେ
ଜନକ ରାଜା ରାଜ୍ୟବାସୀଙ୍କର ଅତି ପ୍ରିୟ ଥିଲେ ।
ଦିନେ ରାଜା ନିଜ ଜମିର କର୍ଷଣ ସମୟରେ
ଲଙ୍ଗଳ ମୁନ ବାଜିଲା ଏକ ମଞ୍ଜୁଶା ଉପରେ ।
ତା ଭିତରେ ଦେଖିଲେ ଏକ କନ୍ୟା ରହିଅଛି
ପୂର୍ଣ୍ଣଚନ୍ଦ୍ର ପରି ତା’ର ମୁଖ ଶୋଭା ଦିଶୁଅଛି ।
ସେ କନ୍ୟାକୁ ରାଜା ନିଜ ପୁରକୁ ନେଲେ
ଏହା ଦେଖି ରାଣୀ ଅତ୍ୟନ୍ତ ଆନନ୍ଦ ଲଭିଲେ ।
ଏକ ମାସ ପରେ ୠଷି ମୁନିଙ୍କୁ ଡକାଇଲେ
ବହୁତ ଉତ୍ସବ ସେହି ଦିବସରେ କରାଇଲେ ।
ଲଙ୍ଗଳ ସିଆରୁ କନ୍ୟାଟି ଜନମ ହୋଇଲା
ସେଥିପାଇଁ କନ୍ୟାର ନାମ ସୀତା ଯେ ରହିଲା ।
ରାଜା ରାଜର୍ଶୀ ଜନକକୁ କହିଲେ ୠଷି ବର
ଯେଉଁ ଶିଵଧନୁ ବର ରଖିଛ ତୁମ ପାଖର ।
ସେଇ ଶିବଧନୁକୁ ଯିଏ ଭାଙ୍ଗି ପାରିବ
ସୀତାଙ୍କୁ ତାଙ୍କ ସହିତ ବିଭା କରାଇବ ।
ସୀତା ଯେତେବେଳେ ବିବାହ ଯୋଗ୍ୟା ହେଲେ
ସେଥିପାଇଁ ଅନେକ ରାଜାଙ୍କୁ ନିମନ୍ତ୍ରିତ କଲେ ।
ଏହି ସମୟରେ ବିଶ୍ଵାମିତ୍ରଙ୍କ ସହିତ ରାମ ଲଷ୍ମଣ
ବିନା ନିମନ୍ତ୍ରଣରେ ମିଥିଲାକୁ କଲେ ଯେ ଗମନ ।
ଦେଖିଲେ ଅନୁଷ୍ଠିତ ହେଉଛି ସୀତା ସ୍ୱୟଂବର
ଶିଵଧନୁକୁ ଭାଙ୍ଗିବାକୁ ସବୁ ରାଜା ତତପର ।
ଏକକୁ ଆରେକ ଦେଖାନ୍ତି ସେମାନଙ୍କ ବୀରପଣ
ଏହି ପରି ହାରୁଥାଆନ୍ତି ହୋଇ ଜଣେ ଜଣ ।
କେହି ସେ ଶିଵଧନୁକୁ ଟେକି ନ ପାରିଲେ
ଏହା ଦେଖି ରାଜା ଜନକ ହତୋତ୍ସାହ ହେଲେ ।
ଏହି ସମୟରେ ବିଶ୍ଵାମିତ୍ର ଜନକଙ୍କୁ କହିଲେ
ଥରେ ମାତ୍ର ରାମଙ୍କୁ ସୁଯୋଗ ଦିଅନ୍ତୁ ଭଲେ ।
ରାମଙ୍କୁ ଦେଖି ଅନେକ ଉପହାସ କରୁଥିଲେ
ଏ ଛାର ବାଳକ ଏ ଧନୁକୁ ଭାଙ୍ଗିବ କି ଭଲେ ।
ବିଶ୍ଵାମିତ୍ରଙ୍କ ଆଦେଶ ନେଇ ରାମ ମହାବଳୀ
ଧନୁର ମଧ୍ୟଭାଗକୁ ଧରିଲେ ସେ ତୋଳି ।
ଶରକୁ ଧରି ଶିବଧନୁରେ ଗୁଣ ଚଢାଇଲେ
ଏକାଗ୍ର ଚିତ୍ତରେ ମନନ କରି ଟଙ୍କାରିଲେ ।
ଓଟାରିବାବେଳେ ମଡ଼ ମଡ଼ ଡାକଦେଲା
ପର୍ବତ ଫାଟିଲାପରି ଶବଦ ହୋଇଲା ।
ଏହା ଦେଖି ଜନକ ହୋଇଲେ ପୁଲକିତ
ସତରେ ଏତେ ମହାବୀର ଦଶରଥ ସୁତ ।
ମୋ ଝିଅ ସୀତା ରାମଙ୍କୁ ପାଇ ପତିପଣେ
ମୋ କୁଳ କିରତୀ ବଢାଇବ ଦିନେ ଦିନେ ।
ଏହା ପରେ ଦୂତକୁ ଅଯୋଧ୍ୟା ପଠାଇଲେ
ଦଶରଥ ରାଜାଙ୍କୁ ନିମନ୍ତ୍ରିତ କରି ଆଣିଲେ ।
ରାମ ସୀତାଙ୍କ ବିଭାଘର ହୋଇଲା ସମାପନ
ଦଶରଥ ପୁତ୍ରବଧୁ ଧରି ଫେରିଲେ ନିଜ ଭୁବନ ।
ସଂଯୁକ୍ତା ସାହୁ
ରାହାମା
ଜଗତସିଂହପୁର ।