ମୁଁ ଓ ତୁମେ
ତୁମ ମରୁଭୂମି ପ୍ରଦେଶରେ,
ମୁଁ ତୃଷ୍ଣାରେ ଆତୁର।
ତୁମ ଅନେକ ପ୍ରଶ୍ନର,
ମୁଁ ହେବି ଉତ୍ତର।
ତୁମେ ଆରମ୍ଭ ହେଲେ,
ମୁଁ ଅନ୍ତ ହେଲି ତୁମର।
ତୁମେ ନିଶା ହେଲେ, ମୁଁ ନିଶ୍ୱର।
ତୁମେ ଫୁଲ ହେଲେ, ମୁଁ ଭ୍ରମର।
ତୁମେ ଜହ୍ନ ହେଲେ, ମୁଁ ମଲ୍ଲାର।
ତୁମ ପ୍ରତିଟି ବିନ୍ଧୁରେ ଯୋଡ଼ି ହୁଏ,
ନିତି ଅଙ୍ଗିକା ମୋହର।
ମୁଁ ଦେହ ହେଲେ ,
ତୁମେ ଛାଇ ମୋର।
ମୁଁ ନିଆଁ ହେଲେ ,
ତୁମେ ନଈ ମୋର।
ମୁଁ ନାୟକ ହେଲେ ,
ତୁମେ ନାୟିକା ମୋର।
ମୁଁ କାୟା ହେଲେ ,
ତୁମେ ମୋ ରୂପ ଅନାମିକା।
ମୁଁ ସ୍ରୋତା ହେଲେ ,
ତୁମେ ମୋ ପାଠିକା।
ମୁଁ ଦୋଷୀ ହେଲେ ,
ତୁମେ କ୍ଷମଣିକା।
ମୁଁ ଭୁଲ ହେଲେ ,
ତୁମେ ପ୍ରାୟଶ୍ଚିତା।
ମୋ ପ୍ରତି କବିତାରେ ,
ତୁମେ ମୋ କାବ୍ୟ ରୂପ ନାୟିକା।
କୁମାର ସୁବ୍ରତ
ଅନ୍ତରା,ବାଲେଶ୍ଵର