ହଜିଗଲା ସେଇ ଦିନ
ବିକାଳ ବେଳାର ଏଇ ନିରଳା ମୁହୃତ ଆଖି ଆଗେ ଭାସି ଯାଏ କେତେ ଯେ ଅତୀତ।।
ଛୋଟ ବେଳେ ମାଆ କୋଳେ କେତେ ଯେ ଅଝଟ ସ୍କୁଲ୍ ରୁ ଫେରିଲେ କେତେ ଖେଳକୁଦ ।।
କଲେଜ ବେଳ ର ସେଇ ଗୁପଚୁପ ଠେଲା.. ବେଡ୍ ଚପ୍, ବାରମଜା ଦହିବରା ବାଲା।।
ଶରତ ରେ ନଈ କୂଳେ କାଶ ତଣ୍ଡି ମେଳେ ଶୀତ ଦିନେ ବୋର କୋଳି ଗଛ ର ମୂଳେ।।
ବସନ୍ତ ରେ କୋଇଲି ର କୁହୁ କୁହୂ ନାଦ ଗ୍ରିଷ୍ମେ ବେଳେ ଆମ୍ବ ତୋଟା ଆମ୍ବ ର ସେ ସ୍ଵାଦ।।
ବରଷା ରେ ଓଳି ପାଣି କାଗଜ ର ଡଙ୍ଗା
ସେଇ ଖୁସି ଆଜି ଦିନେ କେତେ ଯେ ମହଙ୍ଗା।।
ହଜିଗଲା ସେଇ ଦିନ ଫେରୁ ନାହିଁ ଆଉ
ମନଲୋଭା ମୁହୃତ୍ ସେ ଖୁସି ର ସେ ଢେଉ।।
ଆଜିର ଦିନ ରେ ପୁଣି ଭବିଷ୍ୟତ ଚିନ୍ତା
ଘାରି ଯାଏ ହୃଦୟ ରେ କର୍ତ୍ତବ୍ୟ ର ନିଶା।।
ମମତା ସାଉ
ବାଲେଶ୍ୱର