ବାପୁ ତୁମେ ଫେରି ଆସ
——————–
ବାପୁ ତୁମେ ଫେରି ଆସ ତୁମରି ଦେଶକୁ
ଝୁରୁଛି ପରା ଏ ମନ ଅହିଂସା ନୀତିକୁ।।
ତୁମ ସପ୍ନ ରାମରାଜ୍ୟ କୁଆଡେ ହଜିଛି
ଦୁରାଚାର ଭଷ୍ଟାଚାର କାୟା ବିସ୍ତାରିଛି।।
ଅନ୍ୟାୟ ଅନୀତି ପୁଣି କେତେ କୂଟନୀତି
ଆମରି ହୃଦୟେ ପରା ଘର କରୁଅଛି।।
ଫେରିଆସ ବାପୁ ତୁମେ ଗଢି ଯାଅ ଦେଶ
ସ୍ଵାର୍ଥେ ସବୁ ଅନ୍ଧ ହୋଇ କରିଲେଣି ଭ୍ରଷ୍ଟ।।
ଫେରିଆସ ବାପୁ ତୁମେ ନବ ଅବତାରେ
ସତ୍ୟ ଅହିଂସା ର ନୀତି ଖେଳାଅ ଦେଶରେ।।
ମମତା ସାଉ
ରେମୁଣା , ବାଲେଶ୍ୱର