ଦୁର୍ଗତି ନାଶିନୀ ଦୁଃଖ ବିନାଶିନୀ
ଦୁର୍ଗତି ନାଶିନୀ ଦୁଃଖ ବିନାଶିନୀ ମାଆ ଲୋ ଦଶଭୂଜା
ସଭିଙ୍କ ଜୀବନେ ତୁ ପରା ଆଧାର ତୁହି ଲୋ ଶକ୍ତିସମ୍ଭୂତା।।
ଦୁଷ୍ଟ ବିନାଶିଲୁ ଅସୁର ନାଶିଲୁ ସାଜିଲୁ ଦୁର୍ଗତି ନାଶିନୀ
ମହିଷାକୁ ମାରି ବୋଲାଉ ମା ଲୋ ତୁହି ମହିଷାମର୍ଦିନି ।।
କୃପା ପ୍ରଦାଇନି ତୁ ଦୁଃଖ ହାରିଣୀ କରୁଣା କାରିଣୀ ମା କାନ୍ତାୟନି
ତୋ କରୁଣା ଦେ ଢାଳି ତ୍ରାହି ତ୍ରାହି ଡାକୁ ଅଛନ୍ତି ଏ ମରତେ ପ୍ରାଣୀ।।
ଘଣ୍ଟ ଢୋଲ ତାଳେ ମହୁରୀ ବାଜୁଚି କାଶତଣ୍ଡି ଆଜି ମୁରୁକି ହସୁଛି
ଝୁଣା ଧୂପ ବାସ୍ନା ମନ ମହକୁଛି .. ଶକ୍ତି ସରୁପିଣୀ ଧରାକୁ ଆସିଛି ।।
ଗାଁ ଠାରୁ ପଲ୍ଲୀ ଉତ୍ସବ ମୁଖର ସଭିଙ୍କ ମନରେ ଖୁସି ର ଆସର
ବରଷ କେ ପରେ ମା ଓହ୍ଲାଇଛି ଏ ମର୍ତ୍ତ୍ୟ ମଣ୍ଡଳ ସ୍ୱର୍ଗ ପାଲଟିଛି।।
ମମତା ସାଉ
ବାଲେଶ୍ୱର