ଦେଖ ହେ ଓଡ଼ିଆ ଦେଖ ଥରେ
ଯଦି ହୃଦୟ ଅଛି ତୁମ ଛାତିରେ
ଯଦି ଭାବନା ଅଛି ସେ ହୃଦୟରେ
ସବୁ ଦରଜାକୁ ଖୋଲି ଦେଖ ଥରେ….
ଦେଖ ହେ ଓଡ଼ିଆ ଦେଖ ଥରେ…
ଓଡ଼ିଆ ଭାଷାର ଅସ୍ତିତ୍ବ ପାଇଁ
ଯିଏ ସ୍ୱାର୍ଥ ଭୁଲିଥିଲେ ବିନା ଦ୍ବିଧାରେ…..
ଦେଖ ହେ ଓଡ଼ିଆ ଦେଖ ଥରେ……
କେତେ ଦିନ ଆଉ ରଡ଼ୁଥିବ ଭାଇ
ଓଡ଼ିଆ କି କିଛି କରିପାରେ
ଗାଉଁଲି ମଫୁ ଏ ଗାୟାଳ ଜାତିଟା
ଭାଷା ପାଇଁ ନିଜେ ଜଳିପାରେ
ଦେଖ ହେ ଓଡ଼ିଆ ଦେଖ ଥରେ…..
ବିବର୍ତ୍ତନର ଶଙ୍ଖ ଧ୍ୱନୀରେ
ଶୋଇଲା ଶବ ବି ଉଠିପାରେ
ଓଡ଼ିଆ ଜାତିଟା ଡରୁଆ ଜାତିଟେ
ସିଏ କିବା କିଛି କରିପାରେ
ଭୁଲିଗଲ କ’ଣ ଖୋରଧା ଗଡ଼କୁ
ମାଟି ଯା’ର ନାଲି ରକତରେ
ଦେଖ ହେ ଓଡ଼ିଆ ଦେଖ ଥରେ…..
ସେ ପାଇକର ଶିଙ୍ଗା ନାଦରେ
ଏ ସାରା ଦେଶଟା ଲଢ଼ିପାରେ
ଓଡ଼ିଆ ଜାତିଟା ପାଗଳ ଜାତିଟା
ସିଏ କିବା କିଛି କରିପାରେ
ଭୁଲିଗଲ କଣ ଚନ୍ଦ୍ରଶେଖରଙ୍କୁ
ବାଉଁଶ ନଳୀରେ ଯେ ପର୍ବତକୁ ମାପିପାରେ
ଦେଖ ହେ ଓଡ଼ିଆ ଦେଖ ଥରେ…..
ଏ ପାଗଳ ଲୋକର ସାଧନାରେ
ଏ ଦେଶ ନୂଆ ତତ୍ତ୍ୱ ଲଭିପାରେ
ପରିଚୟ ତୁମ ଓଡ଼ିଆ ହିଁ ଭାଇ
ନୁହଁଇ ପଡୋଶୀ ଭାଷା
ନିଜ ପରିଚୟେ ଲଗାଇଲେ ନିଆଁ
ମରେ ନାହିଁ କେବେ ଭାଷା
ବଞ୍ଚିଛି ଓଡ଼ିଆ, ବଞ୍ଚିବ ଓଡ଼ିଆ
ଏଇ ଓଡ଼ିଶାର ମାଟିରେ
ଦେଖ ହେ ଓଡ଼ିଆ ଦେଖ ଥରେ….
କେଇଟା ସୁପ୍ତ କଙ୍କାଳଙ୍କୁ ଛାଡ଼ି
ମା’ ପାଇଁ ଏ ସମଗ୍ର ଜାତିଟା
ଲେଖନୀ ମୁନରେ କାଗଜ ଉପରେ
ସବୁ ଭୁଲିଯାଇ ଲଢ଼ିପାରେ
~ ହୃଦୟ ରଞ୍ଜନ ପରିଡ଼ା