ପରାସ୍ତ ଅବଶୋଷ
————————-
ବାପା ତୁମ ଆଦର୍ଶ ରାଷ୍ଟ୍ର ରେ ,
ନାଗରିକ ଟିଏ ଗଢିବାକୁ ଯାଇ ,
ଯେଉଁ ଦୂରତା ର ମାନଚିତ୍ର ଟିକୁ ଆଙ୍କି ଦେଇଛ l
ସେଇ ମାନଚିତ୍ର ର ,
ପ୍ରତେକ ଟି ସ୍ଥାନ ଖୋଜେ ,
ତୁମର ଖୋଲା ହାତ ର ଆଲିଙ୍ଗନ l
ଖୋଜେ ତୁମ ସହ ମୋ ମୁକ୍ତ ହସ ଧ୍ୱନି l
ଖୋଜେ ତୁମ ଅନ୍ତର ର ସ୍ନେହ କୁ ବହିର୍ ପାର୍ଶ୍ୱ ରେ l
ସବୁ ଆକୁଳ ବ୍ୟାକୁଳତା କୁ ନଗ୍ନ ମୁକ୍ତ ପରିପାଟି ରେ l
ସେଇ ଦ୍ୱିଧା ମାନଚିତ୍ର ର ,
ପରିସୀମା କୁ ଆଡ଼େଇ ଦେବାକୁ ଚାହେଁ l
ସାଥି ଟିଏ ହୋଇ ଯିବାକୁ ଚାହେଁ l
ଇଚ୍ଛା ତ କେବଳ,
ପରିସୀମା ର ପରିପକ୍ୱ ପ୍ରାଚୀର କୁ ଡେଇଁ,
ଲୁହ ଧାରେ ହୋଇ ବୁହାଇ ଦେବାକୁ ସବୁ ମନ ର କୋହ l
ଯଦି ଏ ସବୁ ତୁମ ପାଇଁ ହୋଇଯାଏ ଅପରାଧ,
ତେବେ ବାନ୍ଧିଦେବ କାରାଗାରର ଚାରି ପ୍ରାଚୀର ମଧ୍ୟରେ l
ତୁନି ହୋଇ ରହିଯିବି l
ଇଚ୍ଛା ର ପ୍ରକୋଷ୍ଠ ର ଆୟତନ କୁ ବିକି ଦେବି l
ଜାଣିନେବି ଏ ମୋର ଜୀବନ ବ୍ୟାପି କର୍ମ ର ଦଣ୍ଡ l
କିନ୍ତୁ ଅବଶୋଷ ର ଦୂର ପାହାଡ ଚଢିବାର ଅଭିଳାଷ ,
ପୂର୍ଣ୍ଣତା ରେ ସଜେଇ ହୋଇ ବସିଥିବ ନିଃସଙ୍କୋଚ ରେ l
ସବିତା ପଟ୍ଟନାୟକ
କେଉଁଝର