ହେମନ୍ତ ଋତୁ
…………………….
ହେମନ୍ତ ଋତୁରେ ଶୀତଳ ପବନ
ଦେହେ ଶୀହରଣ ଖେଳାଏ.
ଅନ୍ଧାର ରାତ୍ରିରେ ପିମ୍ପେଇ ଆଲୋକ
ସାରା ଦୁନିଆ କୁ ସଜାଏ………!
ହେମନ୍ତ ଋତୁରେ ପ୍ରତ୍ୟେକ ସକାଳ
ଦେହେ ଶୀହରଣ ଖେଳାଏ.
ପଞ୍ଚୁକ ରେ ସ୍ନାନ ହୋଇ ଯାଏ ଭିନ୍ନ
ପାପୁ ମୁକ୍ତି ପଥ ଦେଖାଏ……..!
ହେମନ୍ତ ଋତୁରେ ପ୍ରଥମାଷ୍ଟମୀ
ଦେହେ ନୁଆ ବସ୍ତ୍ର ପିନ୍ଧାଏ.
ବଡ଼ ସନ୍ତାନର ଆନନ୍ଦ ସାଥିରେ
ଏଣ୍ଡୁରି ସ୍ଵାଦ ଭି ଚଖାଏ……….!
ହେମନ୍ତ ଋତୁରେ ସୋରିଷର ଫୁଲ
କ୍ଷେତ କୁ ସୁନ୍ଦର କରାଏ.
ଘର ଅଗଣାରେ ପଦ୍ମ ଫୁଲ ଝୋଟି
ମାଆ ଲକ୍ଷ୍ମୀ ଙ୍କୁ ସ୍ଵାଗତ ଜଣାଏ…….!
ହେମନ୍ତ ଋତୁରେ ଶୀତଳ ପବନ
ଦେହେ ଶୀହରଣ ଖେଳାଏ.
କମ୍ଭଳ ଭିତରେ ସୁନ୍ଦର ସପନ
ରାତିର ନିଦକୁ ହଯାଏ……….!
ଅଭିପସା ଧଳ
ତୁଳସୀ କ୍ଷେତ୍ର
କେନ୍ଦ୍ରାପଡ଼ା