ଭାଷା
ଭାଷା ତୁମେ ! ମନ ଭାବନା ର
ବ୍ୟକ୍ତ ର ହୋଇ ମାଧ୍ୟମ
ଜୀବନ ପ୍ରବାହେ ନିତ୍ୟ ବ୍ୟବହାର୍ଯ୍ୟ
ଆବେଗ ର ଅନୁକ୍ରମ।
ତୁମେ! ଝରି ଯାଅ ଓଷ୍ଠରୁ ଯେବେ
ହୋଇ ଶ୍ରୃତ ଅଭିରାମ
ମାନସ ମୋହିତ ଶ୍ରୂତି ସୁମଧୁର
ବ୍ୟଥାର ହୁଏ ମୋଚନ।
କାଗଜ ଉପରେ ତୁମ! ଆବିର୍ଭାବ
କବି ମାନସ ଉଚ୍ଚାଟ
ଛନ୍ଦ,ଅଳଙ୍କାରେ ନାନା ରୂପ
ରଙ୍ଗେ ଲେଖନୀର ଦିଏ ପୁଟ।
ତୁମେ! ହୋଇଯାଅ କେବେ ଜାଗରଣ
ହୁଙ୍କାର ଉଚ୍ଚେ ଦେଇ
କେବେ ଛଳ ଛଳ କେବେ କଳକଳ
ଆବେଗର ଏକ ନ ଈ।
କେବ ହୋଇଯାଅ ପ୍ରଥମ ପ୍ରେମର
ଲିଖିତ ଅକ୍ଷର ଚିଠି
ପ୍ରଣୟୀ ମନର ଅବ୍ୟକ୍ତ ଭାବନା
ବ୍ୟକ୍ତ ରୂପେ ହୋଇ ଭେଟି।
କେବେ କର୍କଶ କେବେ ମଧୁର
ନାନା ରୂପରେଖ ତୁମ
ଭାଷା ଭିନ୍ନତା ର ବହୁବିଧ
ମଧ୍ୟେ ମାତୃଭାଷା ଏକ ନାମ।
ଦେଶ ଦେଶ ମଧ୍ୟେ ସମ୍ପର୍କ ର
ଡୋର ହେଲେ ହେଁ ଭାଷା ର ଭିନ୍ନ
ବହୁ ଭାଷାଭାଷୀ ଲୋକଙ୍କ ସମ୍ପର୍କ
ରଖିଛ ଦେଶର ମାନ।
ମୁକୁନ୍ଦ ପୁର, ଆସ୍କା, ଗଞ୍ଜାମ
ମୋ-୯୭୭୭୮୮୭୯୪୨