ହସି ହସି ବେଦମ୍
—————–
ହସି ହସି ବେଦମ ମୁଁ ଆଜି
ଲୁଚା ଲୁହ ତଳେ ଖେଳେ ଦୁଃଖ ର ବାଜି
ହସ ଆସିଛି ମୋ ଅତିଥି ସାଜି
ଲୁହ ର ଆଗରେ ହସ ରହିବାକୁ ହୋଇଛି ରାଜି
ମିଛଟାରେ ରହିବ ଅଭିନୟ ସାଜି
ହସି ହସି ବେଦମ ମୁଁ ଆଜି .. ହସି ହସି ବେଦମ ମୁଁ ଆଜି
ଗୋଟେ ଟୋପା ଲୁହର ଓଜନ ଛାତିରେ ଗୋଟିଏ କେଜି
ଜୀବନ କରୁଛି ହସ ଲୁହ ର ସଉଦା ଆଜି
ଲୁହ କୁ ଛୁପେଇ ବାକୁ ପରିସ୍ଥିତି ସାଜି
କରିସାରିଲାଣି ଜୀବନ ଅଭିଜ୍ଞ କଳାକାର ଟେ ମାଜି
ହସି ହସି ବେଦମ ମୁଁ ଆଜି ..ହସି ହସି ବେଦମ ମୁଁ ଆଜି .. ll
ସୁପ୍ତ ଲୁହର ଚିତ୍କାର ସାଜି
ହସୁଛି ମୋ ଲୁହ ନିଜ ଓଠରେ ଆଜି
ଧିରେ ଢୋକି ଦେଇ କୋହ ର ମଞ୍ଜି
କାନ୍ଦୁଛି ସେ ନିତି ନୀରବ ରେ ଗର୍ଜି
ହସି ହସି ବେଦମ ମୁଁ ଆଜି ..ହସି ହସି ବେଦମ ମୁଁ ଆଜି ..ll
ଆଉ କାହା ଓଠରେ ପୋତିଦେବାକୁ ହସର ମଞ୍ଜି
ଭାଗ୍ୟ ଫଳ ଭୋଗେ ପୂର୍ବ କର୍ମ କୁ ଅର୍ଜି
ହାରିଯାଇନି ସେ ଜୀବନ ବାଜି
ହସ କୁ ବିକିଛି ଆଉ କାହା ଖୁସିରେ ଆଜି
ହସି ହସି ବେଦମ ମୁଁ ଆଜି ..ହସି ହସି ବେଦମ ମୁଁ ଆଜି .. l l
ସବିତା ପଟ୍ଟନାୟକ
କେଉଁଝର