ସ୍ମୃତି ତୁମ ଅପାଶୋରା
ସାହିତ୍ୟ ଆକାଶ ଉଜ୍ଜ୍ବଳ ଜ୍ୟୋତି ହେ
ନାମ ଯେ ରଜତ କର
ରାଶି ରାଶି ଶୁଭ୍ର ରଜତ ଜ୍ୟୋତ୍ସ୍ନାର
କୀରତି ଭାସ୍ୱର ଭାର।
ବାଗ୍ମୀ ବିଦ୍ୟାବାନ ପ୍ରଜ୍ଞାର ମନସ୍ୱୀ
ମର୍ତ୍ତ୍ୟରେ ଜନମ ନେଇ
ରଚିଦେଇଗଲ ଅକ୍ଷୟ କୀରତି
ସ୍ମୃତି ଅଭୁଲାର ପାଇଁ ।
କାଳର କରାଳେ ବେଳ ବୁଡିଗଲା
ସମୟ ଆହ୍ବାନ ନେଇ
ମରଦେହ ସିନା ମାଟିରେ ମିଶିଲା
ଯଶୋଧନ ଚିରସ୍ଥାୟୀ ।
ଜଗନ୍ନାଥ ଧାମ ସଂସ୍କୃତି ସମ୍ଭ୍ରମ
ପ୍ରବକ୍ତା ହେ ପ୍ରଣମ୍ୟର
ବାଦିପାଲା ମଧ୍ୟେ ସମୀକ୍ଷା ସମ୍ଭାର
ମନେ ପଡେ ବାରବାର।
ଦୂରଦର୍ଶନର ପ୍ରାର୍ଥନା ଚ୍ୟାନେଲ୍
ସମୀକ୍ଷକ ବିଚାରକ
ଅନେକ ସ୍ମୃତିରୁ କିଛି ସାଉଁଟିଛି
ଶବ୍ଦ ଶ୍ରଦ୍ଧା ଅଭିଷେକ।
ଅନେକ ସମ୍ମାନ ସାରସ୍ୱତ ସ୍ରଷ୍ଟା
ଉତ୍କଳ ଜନନୀ ବକ୍ଷେ
ସାହିତ୍ୟ ସାଧନା ଧାରା ବିବରଣୀ
ଶାଶ୍ବତ ସ୍ମୃତି ଫଳକେ।
ଶତଦଳପୁଷ୍ପ ପ୍ରସ୍ଫୁଟିତ ଧାରା
ପଦ୍ମଶ୍ରୀ ଉପାଧି ଧରା
ସାହିତ୍ୟ ସଂଗୀତ ସାଂସ୍କୃତିକ ପ୍ରୀତ
ସ୍ମୃତି ତୁମ ଅପାଶୋରା ।
ରାକମା ,ଭାପୁର ,ନୟାଗଡ଼