ଦରଦୀ ବନ୍ଧୁ
(ରାଗ- କଳସା)
ଜଗବନ୍ଧୁ କୃପାସିନ୍ଧୁ ଦୟାର ଅଳନ୍ଦୁ
ଉତ୍କଳର ରକ୍ଷା କର ହେ ଦରଦୀ ବନ୍ଧୁ ।।
ଦାରୁବ୍ରହ୍ମ ପରଂବ୍ରହ୍ମ ପ୍ରଭୁ ଆଦିବ୍ରହ୍ମ
ହେ ଶ୍ରୀମୁଖ ପଦ୍ମମୁଖ ତୁମେ ସ୍ଥିତପ୍ରଜ୍ଞ।।
ହେ ଶ୍ରୀକାନ୍ତ ନୀଳକାନ୍ତ ପ୍ରଭୁ ଲକ୍ଷ୍ମୀକାନ୍ତ
ଅଚ୍ୟୁତ ଅନନ୍ତ ଆହେ କାଳିଆ ସାଆନ୍ତ।।
ଆଦିମୂଳ ଆଦିକନ୍ଦ ମୁରାରି ମୁକୁନ୍ଦ
“ଅସାନି”କୁ ଦୂର କର ଗୋପାଳ ଗୋବିନ୍ଦ।।
ସୃଷ୍ଟିକର୍ତ୍ତା ରକ୍ଷାକର୍ତ୍ତା ହେ ସଂହାର କର୍ତ୍ତା
ତୁମେ ପିତା ମାତା ତୁମେ ଆମ ହର୍ତ୍ତାକର୍ତ୍ତା।।
ରାଧାନାଥ ପ୍ରାଣନାଥ ଅନାଥର ନାଥ
ଏ’ବାତ୍ୟାରେ ଘଣ୍ଟ ଘୋଡ଼ାଇବ ଜଗନ୍ନାଥ।।
ବେଙ୍ଗାଲୁରୁ
ଘର ଲହୁଣୀପଡ଼ା, ସୁନ୍ଦରଗଡ଼