ମୃଗ ତୃଷ୍ଣା
ଛଳନା ନାୟିକା ମୃଗ ତୃଷ୍ଣା ମୁଁ
ଯେ ଭ୍ରାନ୍ତ ସ୍ଵରୂପ ଧରି
ଦୃଶ୍ୟ ରେ ମୋର କରେ
ଆଶାୟିତ ବାସ୍ତବ ଜଳ ପରି।
ରୂପ ପସରା ମୋ ତାପିତ ଖରାରେ
କଳା ଭ୍ରମର କୁ ଜିଣି
ତୃଷିତ ପଥିକେ ସଲିଳ ଲୋଭରେ
ପାଶେ ନେଇ ଥାଏ ଟାଣି।
ଉଦ୍ ଭ୍ରାନ୍ତ ମାନସେ ତୁମେ
ଧାଇଁ ଥାଅ ପିପାସିତ ଭରା ପ୍ରାଣେ
ନୁହେଁ ମୁଁ ସଲିଳ ଭ୍ରାନ୍ତ ଜନମାଏ
ନିଜ ଛଳନାର ଗୁଣେ।
ନ କରେ କାହାରି ତୃଷ୍ଣା ନିବାରିତ
ଛଳନା ଭରା ମୋ ରୂପ
ଶୂନ୍ୟ ଅଧର ନିରାଶାର ମରୁ
କେବଳ ବାଲୁକା ସ୍ତୁପ।
ବାସ୍ତବତା ହୀନ ରୂପସୀ ମୁଁ
ମୋର ମାୟାର ଦୃଶ୍ୟ ଧରି
ସୂଜନ ଗ୍ରୀଷମେ ସୃଷ୍ଟି ଧାରା କ୍ରମେ
ନୁହଁ ଇ ପ୍ରକୃତ ବାରି।
ନଳିନୀ ପ୍ରଭା ମିଶ୍ର
ମୁକୁନ୍ଦ ପୁର, ଆସ୍କା, ଗଞ୍ଜାମ
ମୋ-୯୭୭୭୮୮୭୯୪୨