ଅରଣ୍ୟ ରୋଦନ
ଏ ବିଚିତ୍ର ହାଟର ମାୟାରେ ମସଗୁଲ
ମଣିଷ ଅନେକ ଚରିତ୍ରର ପସରା ମେଲିଥାଏ
ମଣିଷପଣିଆର ଦ୍ୱାହି ଦେଇ ଅଯଥାରେ
ଅରଣ୍ୟ ରୋଦନ କରେ ନିଜର ଅପାରଗତା
ଆଉ କିଛି ନିଜର ନୁହେଁ ଜାଣି ବି ମିଛରେ
ଅକସ୍ମାତ କିଛି ହଜିଯାଇଥିବା ବାହାନା
କରି ଲାଳସାରେ କୁମ୍ଭୀର କାନ୍ଦଣା କାନ୍ଦେ
କାହିଁକି ଏମିତି ଉଶୃଙ୍ଖଳ ଉଦବେଳ
ଉଡାଣରେ ମାତିଯାଏ ନିଜର କାୟା,
କପାଳ,କର୍ମଫଳ ଢାଙ୍କିଦିଏ ମନୁଷ୍ୟତ୍ୱର
ଆଙ୍କୁଥାଏ ମିଛର ପ୍ରଳାପ, ମାୟା-ପଟଳ
ଖାଲି କାନଭାସରେ ଆଙ୍କୁଥାଏ ପ୍ରହସନ
ଦାଗ ଲୁଚେଇବାକୁ ଚେଷ୍ଟା କରୁଥାଏ
ସିଏ ଜାଣିପାରେନି ତାହା ଅଭିଶପ୍ତର
ନିଜକୁ ନିସ୍ତାର ପାଇବାକୁ ନ ଥାଏ ବାଟ
କେବଳ ଅରଣ୍ୟରେ ରୋଦନ କରୁଥାଏ
କିଏ ବା ଦେଖିବ ତା ଲୁହ ଅନୁତାପର
ସେତେବେଳକୁ ନେଡି ଗୁଡ଼ କହୁଣୀକୁ
ବୋହିଗଲାପରେ ଆଉ କଣ ସୁଧାରିହୁଏ
ତା କଲା କର୍ମର ଫଳ ଭୋଗିବାର ଅବସ୍ଥା ।
ସଂଯୁକ୍ତା ସାହୁ
ରାହାମା
ଜଗତସିଂହପୁର ।
46 total views, 1 views today