ତୁଳସୀ
ଶଙ୍ଖଚୂଡ ପତ୍ନୀ ସତୀ ସାଧ୍ବୀ ତୁଳସୀ
କି ଅବା ବର୍ଣ୍ଣିବି ମହିମା ତୁମର?
ଦେବତାମାନଙ୍କ କାର୍ଯ୍ୟ ସାଧନେ
ତତ୍ପର ହୋଇଥିଲେ ଶ୍ରୀହରି
ହେ ମାୟାଈଶ! ଧରି ଶଙ୍ଖଚୂଡ ବେଶ
କପଟେ କରିଲ ତୁଳସୀର ସତୀତ୍ବ ନଷ୍ଟ
ତୁଳସୀଙ୍କ ଅଭିଶାପ କରି ଗ୍ରହଣ
ଦିବ୍ଯ ଲୀଳାମୟ ବିଗ୍ରହକୁ ଦେଲ ଦରଶନ
ସତରେ ତୁଳସୀ ତୁମେ କେତେ ମହାନ୍?।୧।
ତୁଳସୀ ଅଭିଶାପେ ହେଲ ପାଷାଣ
ଗଣ୍ଡିକି ନଦୀ ତଟରେ ଶାଳଗ୍ରାମ ରୂପେ କଲ ଅବସ୍ଥାନ
ତୁଳସୀର ସ୍ବାମୀ ଶଙ୍ଖଚୂଡକୁ ଗୋଲକଧାମେ ଦେଲ ସ୍ଥାନ
ସତରେ ତୁଳସୀ ତୁମେ କେତେ ମହାନ୍?।୨।
ତୁଳସୀ ଗୋ ତୁମେ ବିଷ୍ଣୁଙ୍କ ପ୍ରାଣବଲ୍ଲଭୀ ସାଜି
ତୁମ ଜୀବନକୁ ଧନ୍ଯ କରିଛ ଆଜି
ତୁମ ମୂଳ ଅଟେ ପବିତ୍ର
ସର୍ବ ତୀର୍ଥ ଅଧିଷ୍ଠାନ
ସତରେ ତୁଳସୀ ତୁମେ କେତେ ମହାନ୍?।୩।
ହଜାର ଘଟେ ଅଭିଷେକ ଦଶ ହଜାର ଗୋ ଦାନ
ନୁହେଁ ତୁମର ଗୋଟିଏ ପତ୍ର ସମାନ
ମୃତ୍ୟୁ ସମୟେ ତୁମ ସାଥେ କଲେ ଜଳ ପ୍ରଦାନ
ବିଷ୍ଣୁ ଲୋକରେ ମିଳିଥାଏ ରହିବା ପାଇଁ ସ୍ଥାନ
ସତରେ ତୁଳସୀ ତୁମେ କେତେ ମହାନ୍?।୪।
ପ୍ରତିଦିନ ଜଳ ସାଥେ ତୁମ ପତ୍ରକୁ କଲେ ସେବନ
ଲକ୍ଷେ ଅଶ୍ବମେଧ ଯଜ୍ଞର ଫଳ ମିଳିଥାଏ ଜାଣ
ତୁମର କଷ୍ଠକୁ ଗଳାରେ କଲେ ଧାରଣ
ଅଶ୍ବମେଧ ଯଜ୍ଞର ଫଳ ମିଳେ ତତ୍କ୍ଷଣ
ସତରେ ତୁଳସୀ ତୁମେ କେତେ ମହାନ୍?।୫।
ଅମବାସ୍ଯା ସଂକ୍ରାନ୍ତି ଦ୍ବାଦଶୀ ପୂର୍ଣ୍ଣମୀ
ଆଉ ପୁଣି ମଧ୍ଯାହ୍ନ ସମୟରେ
ତୁମ ପତ୍ର ବୃକ୍ଷରୁ କଲେ ଛେଦନ
ଶ୍ରୀହରିଙ୍କ ମସ୍ତକ ଛେଦନର ଦୋଷ ଲାଗିଥାଏ ଜାଣ
ସତରେ ତୁଳସୀ ତୁମେ କେତେ ମହାନ୍?।୬।
ବୃନ୍ଦା ବୃନ୍ଦାବନୀ ବିଶ୍ବପୂଜିତା ବିଶ୍ବପାବନୀ
ପୁଷ୍ପସାର ନନ୍ଦିନୀ ତୁଳସୀ କୃଷ୍ଣଜୀବନୀ
ଏହି ଆଠଟି ନାମକୁ କଲେ ଉଚ୍ଚରଣ
ସର୍ବ ସିଦ୍ଧି ପ୍ରାପ୍ତ ହୋଇଥାଏ ଜାଣ
ସତରେ ତୁଳସୀ ତୁମେ କେତେ ମହାନ୍?।୭।
ସତ୍ୟଯୁଗରେ ତୁମ ନାମ ଥିଲା
ସତ୍ୟବତୀ
ଦ୍ୱାପରରେ ତୁମ ନାମ ଥିଲା ତୁଳସୀ
ତ୍ରେତୟାରେ ତୁମ ନାମ ଥିଲା
ମାଳତୀ
କଳିଯୁଗରେ ତୁମ ନାମ ହେଲା ବୃନ୍ଦାବତୀ
ସକାଳୁ ଉଠି ତୋ ମୁଖ ଚାହିଁ
ସନ୍ଧ୍ୟା କାଳେ ସନ୍ଧ୍ୟାବତୀ କଲେ ପ୍ରଦାନ
ମୂଳେ ତୋର ଗଙ୍ଗା ଡାଳେ ତୋର ବିଷ୍ଣୁ
ପତ୍ରେ ତେତିଶ କୋଟି ଦେବତାଙ୍କ ଅଧିଷ୍ଠାନ
ଓଦା ବସ୍ତ୍ର ପିନ୍ଧି ତୋ ପାଦ ସେବିଲେ
ବୈକୁଣ୍ଠରେ ମିଳିବ ସ୍ଥାନ
ସତରେ ତୁଳସୀ ତୁମେ କେତେ ମହାନ୍?।୮।
ଡାକ୍ତର ଗାୟତ୍ରୀ ସାହୁ,ଭଞ୍ଜନଗର