ମାଆ ସ୍କନ୍ଦମାତା
(ନବଦୁର୍ଗା ଙ୍କର ପଞ୍ଚମ ରୂପ)
ଅଯୋନି ସମ୍ଭୁତା ମା’ଗୋ ସ୍କନ୍ଦମାତା
ପଞ୍ଚମରେ ଶୈଳସୁତା,
କୋଳେ କାର୍ତ୍ତିକେୟ ସେ’ ସ୍କନ୍ଦ କୁମାର
ପାଇ ହେଲ ସ୍କନ୍ଦମାତା।।
ଦେବ ସେନାପତି କାର୍ତ୍ତିକେୟ ପ୍ରାପ୍ତି
ଦୈତ୍ୟ ବିନାଶନ ପାଇଁ,
ଶିବ ଉମା ଧ୍ୟାନେ ସେ’ମହା ମିଳନେ
ଜନ୍ମ ମହୀ ରକ୍ଷା ନେଇ।।
ଶୁଭ୍ରା ଚତୁର୍ଭୁଜା ହେ ଅପର୍ଣ୍ଣା ଉମା
ତୁହି ମା’ ମୋକ୍ଷଦାୟିନୀ,
ପଦ୍ମାସନା ଆଭା କୋଟି ସୂର୍ଯ୍ୟ ପ୍ରଭା
ଶିବାନୀ ସିଂହ ବାହିନୀ ।।
ହିମାଳୟ ମୈନା ପୁତ୍ରୀ ତୁହି ଉମା
ସୌର ମଣ୍ଡଳ ନିବାସିନୀ,
ମାନବ ଶରୀରେ ବିଶୁଦ୍ଧ ଚକ୍ରରେ
ବିରାଜୁ ପୁଣି ଜନନୀ ।।
ତୁମ ହସ୍ତ ଦ୍ୱୟେ ପଦ୍ମ ଶୋଭା ପାଏ
ତୃତୀୟେ କାର୍ତ୍ତିକ ଧରି,
ଚତୁର୍ଥ ହସ୍ତରେ ବରମୁଦ୍ରା ଦିଏ
ଆଶିଷ ଅଞ୍ଜଳି ଭରି ।।
ବିଦ୍ୱାନ ସେବକ ତୋ’ ଅଂଶରୁ ଜାତ
ନିର୍ମାଣକାରୀ ଚେତନା,
ତୋର ଆଶୀର୍ବାଦେ କାଳିଦାସ ରଚେ
ରଘୁବଂଶ ମା’ଗୌରବର୍ଣ୍ଣା ।।
ବାତ୍ସଲ୍ୟ ଲାଳିତ୍ୟ ଭବ୍ୟ ସମାହାର
ଶକ୍ତି ଐଶ୍ୱର୍ଯ୍ୟ ଦାୟିନୀ,
ମାତା ପୁତ୍ର ଙ୍କର ଯୁଗ୍ମ ଆଶୀର୍ବାଦ
ତୋ’ପୂଜାରେ ମିଳେ ରାଣୀ ।।
ଆସ ମାତା ଦୁର୍ଗେ ତୁମ ଦିବ୍ୟ।ସ୍ତ୍ର ରେ
କର ହିଂସାର ଛେଦନ,
ହେଉ ପାର୍ବଣର ପବିତ୍ର ପ୍ରାଚୁର୍ଯ୍ଯ
ହେଉ ନ୍ୟାୟ ସଂସ୍ଥାପନ ।।
ବେଙ୍ଗାଲୁରୁ