ନାଭିକ୍ଷେତ୍ରେ ରଥଯାତ୍ରା
~~~~~~~~~~~~~~
ମାଆ ବିରଜାଲୋ ତୋର ମହିମା
ଅଟଇ ଯେ ଅପ୍ରମ୍ପାର
ଆଦି ମାତା ତୁହି ଲୋ ଶକ୍ତିମୟୀ
ଅଦ୍ଵିତୀୟ ଲୀଳା ତୋର ।
ଭାରତ ସାରା ଯେତେ ଦେବୀ ପୀଠ
ଶକ୍ତିସ୍ଥଳ ମାନ ରହିଅଛି
ତୋ ପରି ନାହିଁ କେଉଁଠି ରଥଯାତ୍ରା
ଏହା ଲିପିବଦ୍ଧ ହୋଇଛି ।
ଆଶ୍ୱିନ ମାସର ମୂଳାଷ୍ଟମୀ ଠାରୁ
ଷୋଡ଼ଶ ପୂଜା ହୁଏ
ଏହା ଯେ ପାର୍ବଣ ନାମରେ ନାମିତ
ଦଶମୀ ଦିନ ଯାଏ ।
ପ୍ରତିପଦ ଅମାବାସ୍ୟା ରୁ ନବମୀ ଯାଏ
ନବରାତ୍ର ପୂଜା ବିଧି ରହିଥାଏ
ଏମିତି ତୋର ମହିମା ମା ବିରଜା ଲୋ
ନଅଦିନ ଧରି ରଥଯାତ୍ରା ହୁଏ ।
ଏତେ କୃପା କରୁ ତୁ ମାଆଲୋ ଭକ୍ତଙ୍କୁ
ନଅ ଦିନ ତୋ ପାଦ ଛୁଏ
ମନରେ ମାନସିକ ରଖି ମାଗୁଣି କରେ
ତା ଅଭିଷ୍ଟ ଯେ ପୂର୍ଣ୍ଣ ହୁଏ ।
ରଥରେ ବସି ତୋ ମନ୍ଦିର ଚାରିପାଖେ
ତୁ ନିଜେ ପରିକ୍ରମା କରୁ
ତୋ ଦୁଲ୍ଲଭ ଦର୍ଶନ ଦେଖିଲେ ଥରେ
ମୁକ୍ତ ହୁଏ ପାପ ତାପରୁ ।
ନଅ ଦିନ ଧରି ସାହାଣ ମେଳା ହୁଏ
ଭକ୍ତ ତୋ ପାଖକୁ ଧାଉଁଥାଏ
ନାଭିଗୟା ନାମ ବହିଅଛୁ ତୁହି ମା ଲୋ
ପିତୃପକ୍ଷ ପିଣ୍ଡଦାନ ଦିଆଯାଏ ।
ଦୁଇଭୁଜା ତୁହି ଶକ୍ତିସ୍ୱରୂପୀଣି ଲୋ ମାଆ
କରୁଣାର ହୃଦୟ ତୋର
ସାରା ଜଗତରୁ ସଙ୍କଟ ଦୂର ହେଇଯାଉ
ତୋ ପାଦେ କୋଟି ଜୁହାର ।
ସଂଯୁକ୍ତା ସାହୁ
ରାହାମା
ଜଗତସିଂହପୁର ।