ଆସ୍ଥା —
ଅବୋଧ ମଣିଷ
ଦେଖିନି ଈଶ୍ୱର
ଶୁଣିନି ଭାଷା ବି କେବେ,
ଅମାପ ଶରଧା
ଆସ୍ଥା ତା’ଠୁ ବେଶୀ
ଛବି ତା ଆଙ୍କିଛି ହୃଦେ.
ଅଛି କି ନ ଅଛି
କହି କେ ପାରେନି
ସ୍ପର୍ଶ ଅନୁଭବେ ତାର,
ଅମଡା ବାଟରେ
ପାଦ ଯଦି ଥାପେ
ଶଙ୍କା ଜାଗଇ ମନର.
ଶଙ୍ଖ ରେ ଶଙ୍ଖୁଳେ
ଆରତ ଜଣାଏ
ଆରତୀ ବାଢଇ ନିତି
ଆଚ୍ଛନ୍ନ ଆଶ୍ରା ରେ
କରେ ନୀରାଜନା
ଜଣାଏ ସଦା ପ୍ରଣତି.
ପ୍ରବୃତ୍ତି କୁ ଡରେ
ନିବୃତ୍ତି ଆଚରେ
ନୀୟତି ନୀୟତେ ଅଜ୍ଞ,
ଝୁଣ୍ଟି ପଡି ଗଡି
ଯାଏ ଆଗେ ବଢ଼ି
ବିଶ୍ୱାସେ କରି ଆଲମ୍ବ।
ସୁନୀଳ ଆକାଶ
ସାଗରେ ତରଙ୍ଗ
ଆକାଶେ ବିହଙ୍ଗ ରାଜି,
କୀଟ ରୁ ପତଙ୍ଗ
ସ୍ଥାବର ଜଙ୍ଗମ
କୁଟିକମ ତାର ହେଜି।
ବିସ୍ମୟ ବିଭୋର
ମୁଗ୍ଧ ଅନୁଭବେ
କଣ କଣେ ପାଏ ସତ୍ତା,
ବିହ୍ବଳ କାକଳି
ସଞ୍ଜ ର ଦିପାଳି
ଉଷଶି ସ୍ମିତ ଦିବ୍ୟତା।
ସୂର୍ଯ୍ୟ ଚନ୍ଦ୍ର ତାରା
ବୃକ୍ଷ ତରୁ ଲତା
ସବୁଠି ତା ରୁପ ପାଏ
ବିଶ୍ୱାସେ ଈଶ୍ୱର
ମିଳି ଥାନ୍ତି ବୋଲି
ଆବିଷ୍ଟ ପଣତା କହେ
ମିନତି ଦାଶ
ବାରିପଦା